ETV Bharat / state

ଦୈନିକ ବଜାର ସ୍ଥାନାନ୍ତର ଦାବି - subarnapur daily market shift demand

ସୁବର୍ଣ୍ଣପୁର ସହରର ଗାନ୍ଧୀ ପଡିଆ ଏଯାଏଁ ଖେଳକୁଦ ପାଇଁ ଉପଯୋଗୀ କରାଯାଇ ପାରିନାହିଁ । ଗାନ୍ଧୀ ପଡିଆରେ ନୂତନ ଷ୍ଟାଡିୟମ ତିଆରି କରାଯାଇଥିବା ବେଳେ ଏଯାଏଁ ଷ୍ଟାଡିୟମର ଅନେକ କାର୍ଯ୍ୟ ବାକି ପଡିଛି । ତୁରନ୍ତ ଦୈନିକ ବଜାର ସ୍ଥାନାନ୍ତର କରିବା ପାଇଁ ବିଜେପି ଦାବି କରିଛି । ଅଧିକ ପଢନ୍ତୁ...

ଦୈନିକ ବଜାର ସ୍ଥାନାନ୍ତର ଦାବି କଲା ବିଜେପି
ଦୈନିକ ବଜାର ସ୍ଥାନାନ୍ତର ଦାବି କଲା ବିଜେପି
author img

By

Published : Nov 3, 2021, 7:55 PM IST

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ସହରର ଗାନ୍ଧୀ ପଡିଆ ଏଯାଏଁ ଖେଳକୁଦ ପାଇଁ ଉପଯୋଗୀ କରାଯାଇ ପାରିନାହିଁ । ଗାନ୍ଧୀ ପଡିଆରେ ନୂତନ ଷ୍ଟାଡିୟମ ତିଆରି କରାଯାଇଥିବା ବେଳେ ଏଯାଏଁ ଷ୍ଟାଡିୟମର ଅନେକ କାର୍ଯ୍ୟ ବାକି ପଡିଛି ।

ସେହିପରି ଷ୍ଟାଡିୟମର ବିଦ୍ୟୁତ, ପାନୀୟ ଜଳ ଆଦି ବ୍ୟବସ୍ଥାର ମରାମତି ଆବଶ୍ୟକ ହୋଇପଡିଛି । କୋଭିଡ ସମୟ ପୂର୍ବରୁ ସହରର ମଧ୍ୟଭାଗରେ ଥିବା ଏହି ଷ୍ଟାଡିୟମ ନିର୍ମାଣ ଆରମ୍ଭ କରାଯାଇଥିଲା । ତେବେ କୋଭିଡ ମହାମାରୀକୁ ପ୍ରତିହତ କରିବା ପାଇଁ ପୌର ପରିଷଦ ପକ୍ଷରୁ ସହରର ମଝିପଡାରେ ବସୁଥିବା ଦୈନିକ ବଜାର ଗାନ୍ଧି ପଡିଆକୁ ସ୍ଥାନାନ୍ତର କରାଯାଇଥିଲା ।

ଦୈନିକ ବଜାର ସ୍ଥାନାନ୍ତର ଦାବି କଲା ବିଜେପି

ବ୍ୟବସାୟୀ ଓ ଗ୍ରାହକମାନଙ୍କ ଭିତରେ ସାମାଜିକ ଦୂରତ୍ବ ପାଳନ କରିବା ସହିତ ଲୋକେ ଦୈନନ୍ଦିନ ଜିନିଷ ସଂଗ୍ରହ କରିପାରିବେ ବୋଲି ପୌର ପରିଷଦ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଥିଲା । ତେବେ କୋରୋନାର 2ୟ ଲହର ଚାଲିଯିବା ପରେ ବି ଦୈନିକ ବଜାର ଗାନ୍ଧୀ ପଡିଆରୁ ସ୍ଥାନାନ୍ତର କରାଯାଇ ପାରିନାହିଁ । ଏବେ ସବୁ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ଗାଡିମୋଟର, ବଜାର ଆଦି ସ୍ବାଭାବିକ ହେବା ପରେ ବି ଦୈନିକ ବଜାର ସ୍ଥାନାନ୍ତର କରାଯାଇ ନଥିବାରୁ ସହରର କ୍ରୀଡାବିତ ଓ କ୍ରୀଡାପ୍ରେମୀଙ୍କ ଭିତରେ ଅସନ୍ତୋଷ ବଢିବାରେ ଲାଗିଛି ।

ତେବେ ସହରର କ୍ରୀଡାବିତମାନେ ଗାନ୍ଧୀ ପଡିଆରେ ଖେଳରୁ ବଞ୍ଚିତ ହେଉଥିବା ଅଭିଯୋଗ ହେଉଛି । ପୌର ପରିଷଦକୁ ବାରମ୍ବାର ଦୈନିକ ବଜାର ସ୍ଥାନାନ୍ତର କରିବା ପାଇଁ ଅଭିଯୋଗ କଲେ ବି କର୍ତ୍ତୃପକ୍ଷ ଶୁଣୁନାହାନ୍ତି । ଫଳରେ ଗତ ଦୁଇ ବର୍ଷରୁ ଅଧିକ ସମୟ ହେଲା ସହରର ଖେଳାଳୀମାନେ ନିଜ ଖେଳ ଅଭ୍ୟାସ କରିପାରୁ ନାହାନ୍ତି । ତୁରନ୍ତ ଦୈନିକ ବଜାର ସ୍ଥାନାନ୍ତର କରିବା ପାଇଁ ବିଜେପି ଦାବି କରିଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.