ETV Bharat / state

ଧୋଇଗଲା ପୋଲ, ଯାତାୟତ ଠପ

ଲଗାଣ ବର୍ଷାରେ ଧୋଇଗଲା ଅସ୍ଥାୟୀ ପୋଲ । ଆଠଖଣ୍ଡ ପଞ୍ଚାୟତବାସୀଙ୍କ ଯାତାୟତ ବାଧାପ୍ରାପ୍ତ ।

author img

By

Published : Aug 3, 2019, 6:04 PM IST

ଫଟୋ ସୌଜନ୍ୟ: ପ୍ରତିନିଧି, ସୁବର୍ଣ୍ଣପୁର

ସୁବର୍ଣ୍ଣପୁର: ଡୁଙ୍ଗୁରିପାଲି ବ୍ଲକ କଟାପାଲିରେ ଧୋଇଗଲା ଆରଡ଼ି ରାସ୍ତାର ଅସ୍ଥାୟୀ ପୋଲ । ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ପୋଲଟି ଭାଙ୍ଗି ଧୋଇ ଯାଇଛି । ଫଳରେ ରାସ୍ତାରେ 30 ଫୁଟର ଘାଇ ହୋଇଯାଇଥିବାରୁ ଏସ ରାମପୁର ଏବଂ କଟାପାଲିକୁ ସମ୍ପୂର୍ଣ ଭାବେ ଯୋଗାଯୋଗ ବିଛିନ୍ନ ହୋଇଛି I

ଭିଡ଼ିଓ ସୌଜନ୍ୟ: ପ୍ରତିନିଧି, ସୁବର୍ଣ୍ଣପୁର

ଯୋଗାଯୋଗ ପାଇଁ ଏହି ରାସ୍ତା ଉପରେ ନିର୍ଭର କରୁଥିବା 8ଟି ପଞ୍ଚାୟତର ପ୍ରାୟ ଷାଠିଏ ଖଣ୍ଡ ମୌଜାର ହଜାର ହଜାର ଲୋକଙ୍କ ଯିବା ଆସିବା ବନ୍ଦ ହୋଇଯାଇଛି । ଲୋକେ 5ରୁ 10 କିଲୋମିଟର ବୁଲି ରାମପୁର ସହରକୁ ଯିବା ଆସିବା କରୁଛନ୍ତି I କଟାପାଲି ଗାଁ ନିକଟରେ ଥିବା ଏହି ଅସ୍ଥାୟୀ ପୋଲ ପାଖରେ ଏକ ବ୍ରିଜ୍ କାମ ମଧ୍ୟ ଚାଲୁରହିଛି । ତୁରନ୍ତ ବ୍ରିଜ୍ କାମ ଶେଷ କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି I ହେଲେ ଚଳିତ ବର୍ଷାରେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ବର୍ଷ ସାରା ଲୋକେ ଯିବା ଆସିବା ପାଇଁ ଏହି ରାସ୍ତା ଉପରେ ନିର୍ଭର କରୁଥିବାବେଳେ ଅସ୍ଥାୟୀ ପୋଲ ଭାସିଯିବାରୁ ଯୋଗାୀଯୋଗ ଠପ ହୋଇଯାଇଛି । ଏଣୁ ତୁରନ୍ତ ଏଠାରେ ପୋଲ ତିଆରି ପାଇଁ ଦାବି କରିଛନ୍ତି ସ୍ଥାନୀୟ ଲୋକେ ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

Intro:Anchor
ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ କଟାପାଲି ଏସ ରାମପୁର ଆରଡି ରାସ୍ତାରେ ଧୋଇ ଅସ୍ଥାୟୀ ପୋଲ ଧୋଇ ହୋଇଯାଇଛିIଲଘୁଚାପ ଜନିତ ପ୍ରବଳ ବର୍ଷା ଯୋଗୁଁ ପୋଲଟି ଭାଂଗି ଯାଇଛି।ଫଳରେ ରାସ୍ତାରେ 30 ଫୁଟର ଘାଇ ହୋଇଯାଇଥିବାରୁ ଏସ ରାମପୁର ଏବଂ କଟାପାଲିକୁ ସମ୍ପୂର୍ଣ ଭାବେ ଯୋଗାଯୋଗ ବିଛିନ୍ନ ହୋଇଯାଇଛି I ହେଲେ ଏହିଁ ରାସ୍ତା ଉପରେ ପ୍ରାୟ ଆଠଟି ପଂଚାୟତର ପ୍ରାୟ ଷାଠିଏ ଖଣ୍ଡ ମୌଜାର ହଜାର ହଜାର ଲୋକଙ୍କ ଯିବା ଆସିବା ବନ୍ଦ ହୋଇଯାଇଛି।ଲୋକେ ପାଞ୍ଚ ରୁ ଦଶ କିଲୋମିଟର ବୁଲି ରାମପୁର ସହରକୁ ଯିବା ଆସିବା କରୁଛନ୍ତି Iକଟାପାଲି ଗାଁ ନିକଟରେ ଥିବା ଏହିଁ ଅସ୍ଥାୟୀ ପୋଲ ପାଖରେ ଏକ ବ୍ରିଜକାମ ଚାଲିଛି I ତୁରନ୍ତ ବ୍ରିଜକାମ ଶେଷ କରିବାକୁ ଲୋକେ ଦାବୀ କରିଛନ୍ତି Iହେଲେ ଚଳିତ ବର୍ଷାରେ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ଭୁଖିନ ହେଉଛନ୍ତି।Body:ବର୍ଷ ସାରା ଲୋକେ ଯିବା ଆସିବା ପାଇଁ ଏହି ରାସ୍ତା ଉପରେ ନିର୍ଭର କରୁଛନ୍ତି। ଏଣୁ ତୁରନ୍ତ ଏହି ଯୋର ଉପରେ ପୋଲ ତିଆରି ପାଇଁ ଦାବି ହେଉଛି।Conclusion:ସୁବର୍ଣପୁରରୁ ତୀର୍ଥବାସୀ ପଣ୍ଡା ,ଇ ଟିଭି ଭାରତ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.