ETV Bharat / state

ସ୍କୁଲ କର୍ତ୍ତୃପକ୍ଷ ଦେଉନାହାଁନ୍ତି ଦରମା, ଥାନାର ଦ୍ୱାରସ୍ଥ ହେଲେ ଶିକ୍ଷକ

author img

By

Published : May 8, 2022, 2:20 PM IST

ପାରିଶ୍ରମିକ ନ ମିଳିବା ନେଇ ଥାନାର ଦ୍ବାରସ୍ଥ ହେଲେ ଶିକ୍ଷକ । ଘରୋଇ ସ୍କୁଲ କର୍ତ୍ତୃପକ୍ଷଙ୍କ ନାଁରେ ଥାନାରେ ଏତଲା ଦେଲେ ଶିକ୍ଷକ । ଅଧିକ ପଢନ୍ତୁ

ସ୍କୁଲ କର୍ତ୍ତୃପକ୍ଷ ଦେଉ ନାହାଁନ୍ତି ଦରମା; ଥାନାର ଦ୍ୱାରସ୍ତ ହେଲେ ଶିକ୍ଷକ

ସୁବର୍ଣ୍ଣପୁର: ପାରିଶ୍ରମିକ ନ ମିଳିବା ନେଇ ଥାନାର ଦ୍ବାରସ୍ତ ହେଲେ ଶିକ୍ଷକ । ଘରୋଇ ସ୍କୁଲ କର୍ତ୍ତୃପକ୍ଷଙ୍କ ନାଁରେ ଥାନାରେ ଏତଲା ଦେଲେ ଶିକ୍ଷକ । ଏଭଳି ଅଭିଯୋଗ ଆସିଛି ସୁବର୍ଣ୍ଣପୁର ଜିଲ୍ଲାରେ ଥିବା ଏକ ଘରୋଇ ବିଦ୍ୟାଳୟ ବିରୋଧରେ । ସୂଚନା ଅନୁସାରେ, ସୁବର୍ଣ୍ଣପୁର ସହରରେ ଥିବା ଏକ ଘରୋଇ ସ୍କୁଲ କର୍ତ୍ତୃପକ୍ଷ ଶିକ୍ଷକମାନଙ୍କୁ ଶୋଷଣ କରିଥିବା ନେଇ ସଦର ଥାନାରେ ଲିଖିତ ଅଭିଯୋଗ ହୋଇଛି ।

ମହାମାରୀ ସମୟରେ ବିଦ୍ୟାଳୟ କର୍ତ୍ତୃପକ୍ଷ ପାଞ୍ଚ ଜଣ ଶିକ୍ଷକଙ୍କୁ ନିଲମ୍ବିତ କରିଥିବା ବେଳେ ଚାରିଜଣ ବିଜ୍ଞାନ ଓ ଗଣିତ ଶିକ୍ଷକଙ୍କୁ ଦରମା ଦେବା ପାଇଁ ପ୍ରତିଶୃତି ଦେଇଥିଲେ । ହେଲେ ଏବେ ଯେତେବେଳ ଅଭିଭାବକମାନଙ୍କ ପାଖରୁ ସ୍କୁଲ କର୍ତ୍ତୃପକ୍ଷ ଫି ସଂଗ୍ରହ କରୁଛନ୍ତି ହେଲେ ଶିକ୍ଷକମାନଙ୍କୁ ଦରମା ଦେବା ପାଇଁ ମନା କରୁଥିବା ଅଭିଯୋଗ ହୋଇଛି ।

ତେବେ ଚାରି ଜଣ ଶିକ୍ଷକ ଦୁଇ ଲକ୍ଷ ଚାଲିଶ ହଜାର ଟଙ୍କା ପାଇବାକୁ ଥିବା ବେଳେ ଶିକ୍ଷକମାନେ ପାରିଶ୍ରମିକ ପାଇ ନଥିବା କହିଛନ୍ତି । ତେବେ ପାରିଶ୍ରମିକ ପାଉ ନ ଥିବା ଶିକ୍ଷକମାନେ ଥାନାର ଦ୍ବାରସ୍ଥ ହେବା ସହିତ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.