ETV Bharat / state

ଅଲୌକିକ ତନ୍ତ୍ର ମାଟି, ମଣିଷ ଦେହରେ ପ୍ରକଟିତ କରେ ଦୈବୀଶକ୍ତି - ତନ୍ତ୍ର ପୀଠ ସୁବର୍ଣ୍ଣପୁର

ତନ୍ତ୍ର ପୀଠ ଭାବେ ବେଶ ଜଣାଶୁଣା ସୁବର୍ଣ୍ଣପୁର ଜିଲ୍ଲା । ଏଠାରେ ହେଉଥିବା ଐତିହାସିକ ବଳୀଯାତ୍ରାରେ ବ୍ୟବହାର ହୁଏ ଅଲୌକିକ ଖଉଳ ଗାତର ତନ୍ତ୍ର ମାଟି । ଯାହାକି ମଣିଷ ଦେହରେ ସୃଷ୍ଟି କରିଥାଏ ଦୈବୀଶକ୍ତି । ଅଧିକ ପଢନ୍ତୁ...

ଅଲୌକିକ ତନ୍ତ୍ର ମାଟି, ମଣିଷ ଦେହରେ ପ୍ରକଟିତ କରେ ଦୈବୀଶକ୍ତି

author img

By

Published : Oct 7, 2021, 3:54 PM IST

ସୁବର୍ଣ୍ଣପୁର: ଜିଲ୍ଲାର ଐତିହାସିକ ବଳୀଯାତ୍ରା । ଯେଉଁଥିରେ ଘଟିଥାଏ କିଛି ଆଶ୍ଚର୍ଯ୍ୟକର ଘଟଣା । ଏହି ଯାତ୍ରାରେ ମଣିଷ ଦେହରେ ଦୈବୀଶକ୍ତି ପ୍ରକଟିତ କରିବା ପାଇଁ ବ୍ୟବହାର ହୋଇଥାଏ ଏକ ପ୍ରକାରର ଅଲୌକିକ ତନ୍ତ୍ର ମାଟି । ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସ୍ଥାନୀୟ ଯାତ୍ରାରେ ଏପରି ତନ୍ତ୍ର ମାଟିର ପ୍ରୟୋଗ ଦେଖିବାକୁ ମିଳିଥାଏ ।

ଅଲୌକିକ ତନ୍ତ୍ର ମାଟି, ମଣିଷ ଦେହରେ ପ୍ରକଟିତ କରେ ଦୈବୀଶକ୍ତି

ତନ୍ତ୍ର ପୀଠ ସୁବର୍ଣ୍ଣପୁର । ଆଉ ଏହି ପୀଠରେ କାହିଁ କେତେ ଦିନରୁ ତାନ୍ତ୍ରିକ ପଦ୍ଧତିରେ ପାଳିତ ହୋଇ ଆସୁଛି ବଳୀଯାତ୍ରା । ବଳୀର ପ୍ରଥମ ପର୍ଯ୍ୟାୟରେ ପୁରୋହିତ ଅରୁଆ ଚାଉଳର ଯନ୍ତ୍ର ତିଆରି କରନ୍ତି । ଯନ୍ତ୍ରାଋଢ ବରୁଆକୁ ମନ୍ତ୍ରପୂତ କରିବା ପରେ ସାରା ଶରୀର ଦୋହଲି ଉଠେ । ଯନ୍ତ୍ର ଓ ମନ୍ତ୍ରର ପ୍ରୟୋଗରେ ଷୋହଳ ଭର୍ଣ୍ଣି ବାଦ୍ୟର ତାଳେ ତାଳେ ଉଦଣ୍ଡ ନୃତ୍ୟ କରେ ବରୁଆ । ତନ୍ତ୍ରମାଟିକୁ ବରୁଆର ନାଭି ମଣ୍ଡଳରେ ଦେଇ ମନ୍ତ୍ରିତ ଅରୁଆ ଚାଉଳକୁ ଯନ୍ତ୍ରାଋଢ ବରୁଆ ଉପରେ ପ୍ରୟୋଗ କରାଯାଏ । ତନ୍ତ୍ର ପଦ୍ଧତିରେ ଯନ୍ତ୍ର ଓ ମନ୍ତ୍ରର ପ୍ରୟୋଗରେ ବରୁଆ ଦେହରେ ଦୈବୀଶକ୍ତି ପ୍ରକଟିତ କରାଯାଏ । ଷୋହଳ ଭର୍ଣ୍ଣି ବାଦ୍ୟର ତାଳେ ତାଳେ ବରୁଆ ଉଦଣ୍ଡ ନୃତ୍ୟ କରେ । ଆଉ ଏସବୁ ସମ୍ଭବ ହୋଇଥାଏ କେବଳ ଖଉଳ ଗାତର ତନ୍ତ୍ରମାଟିର ପ୍ରୟୋଗରେ ।

ଭାରତୀୟ ତନ୍ତ୍ରପୀଠ ଭିତରେ ଉଡ୍ଡିୟାନ ତନ୍ତ୍ର ପୀଠର ଲଂକା ତନ୍ତ୍ରପୀଠ ଭାବରେ ପରିଚିତ ସୁବର୍ଣ୍ଣପୁର । ଏହି ପୀଠରେ ଥିବା ମା' ସୁରେଶ୍ବରୀଙ୍କ ପାଖରେ ବୀର ପର୍ଶୁରାମ ଯଜ୍ଞ କରିଥିଲେ ବୋଲି କିମ୍ବଦନ୍ତୀ ରହିଛି । ଯାହା ଖଉଳଗାତ ବୋଲି ଜନସୃତିରେ ରହିଛି । ଏହି ଖଉଳ ଗାତର ମାଟି ତନ୍ତ୍ରମାଟି ବୋଲି ଭକ୍ତମାନଙ୍କର ବିଶ୍ବାସ ରହିଛି । ଏହି ମାଟିର ପ୍ରୟୋଗରେ ଆଶ୍ବୀନ ମାସରେ ଉଆଁସରୁ ପୂର୍ଣ୍ଣମୀ ଯାଏଁ ପାଳିତ ହୋଇଥାଏ ସୁବର୍ଣ୍ଣପୁରର ଐତିହାସୀକ ବଳୀଯାତ୍ରା । ରାତ୍ରୀର ଶେଷ ପ୍ରହରରେ ରାଜପୁରୋହିତ ଖଉଳ ଗାତରୁ ଆଣିଥିବା ତନ୍ତ୍ର ମାଟିକୁ ପ୍ରୟୋଗ କରାଯାଏ ।

ଲୋକ ବିଶ୍ବାସ ରହିଛି, ପ୍ରତିବର୍ଷ ଖଉଳ ଗାତରୁ ସମାନ ମାଟି ବାହାରି ନ ଥାଏ । କେଉଁ ବର୍ଷ ଲାଲ ମାଟି ତ କେବେ ପୁଣି କଳା ମାଟି । ଆଉ ଏହି ମାଟିକୁ ନେଇ ଜଣାପଡେ ସେହି ବର୍ଷର ବର୍ଷା । ପ୍ରାଚୀନ କାଳରୁ ଏଠାରେ ତାନ୍ତ୍ରିକ ଉପାସନା ହୋଇ ଆସୁଥିବା ବେଳେ କିଛି ରହସ୍ୟମୟ ଯନ୍ତ୍ର ଓ ମନ୍ତ୍ର ପାଇଁ ସୁବର୍ଣ୍ଣପୁର ତନ୍ତ୍ରର ପ୍ରୟୋଗଶାଳା ଭାବରେ ପରିଚୟ ପାଇଛି । ତନ୍ତ୍ର ପଦ୍ଧତିରେ ଏଠାରେ ବଳୀଯାତ୍ରା ପାଳନ କରାଯାଉଥିବା ବେଳେ ଏହି ତନ୍ତ୍ର ମାଟିର ମହିମାରେ ହଜାର ହଜାର ଶ୍ରଦ୍ଧାଳୁ ନିଜକୁ ବଳୀଯାତ୍ରାରେ ସାମିଲ କରିବା ପାଇଁ ଟାଣି ହୋଇ ଆସୁଥିବା ଦେଖିବାକୁ ମିଳୁଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.