ETV Bharat / state

ତନ୍ତ୍ର ପୀଠ ସୁବର୍ଣ୍ଣପୁର, ବଳି ଯାତ୍ରାରେ ହୋଇଥାଏ ତନ୍ତ୍ର ମାଟିର ପ୍ରୟୋଗ - ଅଲୌକିକ ତନ୍ତ୍ର ମାଟି

ତନ୍ତ୍ର ପୀଠ ସୁବର୍ଣ୍ଣପୁର । ସୁବର୍ଣ୍ଣପୁରର ଐତିହାସିକ ବଳି ଯାତ୍ରାରେ ଦୈବୀଶକ୍ତି ପ୍ରକଟିତ କରିବା ପାଇଁ ବ୍ୟବହାର ହୋଇଥାଏ ଅଲୌକିକ ତନ୍ତ୍ର ମାଟି । ଅଧିକ ପଢନ୍ତୁ

ତନ୍ତ୍ର ପୀଠ ସୁବର୍ଣ୍ଣପୁର, ବଳି ଯାତ୍ରାରେ ହୋଇଥାଏ ତନ୍ତ୍ର ମାଟିର ପ୍ରୟୋଗ

author img

By

Published : Oct 7, 2022, 6:32 PM IST

ସୁବର୍ଣ୍ଣପୁର: ତନ୍ତ୍ର ପୀଠ ଭାବେ ପରିଚିତ ସୁବର୍ଣ୍ଣପୁର । ଏଠାରେ କାହିଁ କେଉଁ କାଳରୁ ତାନ୍ତ୍ରିକ ପଦ୍ଧତିରେ ପାଳିତ ହୋଇ ଆସୁଛି ବଳି ଯାତ୍ରା । ଯେଉଁଥିରେ ଘଟିଥାଏ ଆଶ୍ଚର୍ଯ୍ୟକର ଘଟଣାମାନ । ବଳି ଯାତ୍ରାରେ ମଣିଷ ଦେହରେ ଦୈବୀଶକ୍ତି ପ୍ରକଟିତ କରିବା ପାଇଁ ବ୍ୟବହାର ହୋଇଥାଏ ଏକ ପ୍ରକାରର ଅଲୌକିକ ତନ୍ତ୍ର ମାଟି । ବରୁଆର ନାଭି ମଣ୍ଡଳରେ ଏହି ତନ୍ତ୍ରମାଟିର ପ୍ରୟୋଗରେ ବଳି ଦେହରେ ଦୈବୀଶକ୍ତି ପ୍ରକଟିତ ହୋଇଥାଏ ।

ତନ୍ତ୍ର ପୀଠ ସୁବର୍ଣ୍ଣପୁର, ବଳି ଯାତ୍ରାରେ ହୋଇଥାଏ ତନ୍ତ୍ର ମାଟିର ପ୍ରୟୋଗ

ରାଜପୁରୋହିତ ନିଶାର୍ଦ୍ଧରେ ପୂଜା ଆରଧନା କରି ଦୁଇଟି ମାଟି କୁଣ୍ଡରେ ନିରୋଳାରେ ତନ୍ତ୍ରମାଟିକୁ ଆବାହନ କରି ଆଣିଥାନ୍ତି । ଜନଶୃତି ଓ କିମ୍ବଦନ୍ତୀ କୁହେ ,ବୀର ପର୍ଶୁରାମ ଦେବୀ ମା ସୁରେଶ୍ବରୀଙ୍କ ମନ୍ଦିରରେ ଆରାଧନା କରି ଯଜ୍ଞ କରିଥିଲେ । ଦେବୀ ମାଙ୍କୁ ଆରାଧନା କରି ଯଜ୍ଞକୁଣ୍ଡ ନିକଟସ୍ଥ ମଣ୍ଡପରେ ପ୍ରତିଷ୍ଠା କରିଥିଲେ । ସେହି ଯଜ୍ଞ କୁଣ୍ଡର ମାଟି ତନ୍ତ୍ର ମାଟି ଭାବେ ପରିଚିତ । ଆଉ ଏହି ଯଜ୍ଞ କୁଣ୍ଡରେ ଥିବା ତନ୍ତ୍ର ମାଟିକୁ ଗଡଜାତର ଐତିହାସିକ ବଳି ଯାତ୍ରାରେ ପ୍ରୟୋଗ କରାଯାଉଥିବା ଦେଖିବାକୁ ମିଳେ ।

ରାଜପୁରୋହିତ ବଳି ଯାତ୍ରା ସମୟରେ ଏହି ମାଟି ଆଣି ବରୁଆର ନାଭି ମଣ୍ଡଳରେ ଦେଇ ଅରୁଆ ଚାଉଳର ଯନ୍ତ୍ର ଉପରେ ବଳିକୁ ଶୁଆଇ ଦିଅନ୍ତି । ବରୁଆ ଉପରେ ମନ୍ତ୍ରପୂତ ଅରୁଆ ଚାଉଳକୁ ସିଞ୍ଚନ କଲେ ଦୈବୀଶକ୍ତି ପ୍ରକଟିତ ହୋଇଥାଏ ଓ ଶ୍ରଦ୍ଧାଳୁମାନେ ମାନବ ଶରୀରରେ ଦେବୀଙ୍କୁ ଦର୍ଶନ କରିବାର ସୌଭାଗ୍ୟ ଅର୍ଜନ କରିଥାନ୍ତି । ଆଉ ଏସବୁ ସମ୍ଭବ ହୋଇଥାଏ କେବଳ ତନ୍ତ୍ର ମାଟିର ପ୍ରୟୋଗରେ ।

ଏହା ମଧ୍ୟ ପଢନ୍ତୁ-ବିଦାୟ ନେଉଛନ୍ତି ମାଆ, ବର୍ତ୍ତମାନ ସୁଦ୍ଧା ୧୧୫ଟି ମେଢ଼ ବିସର୍ଜିତ

ତେବେ ବିଶ୍ବାସ ରହିଛି ଯେବେ ଏହି ଯଜ୍ଞ କୁଣ୍ଡର ମାଟି ଯେବେ କୃଷ୍ଣକାୟ ଦିଶେ ସେହି ବର୍ଷ ଅନାବୃଷ୍ଟି ହୋଇଥାଏ । ସେହିପରି ବରୁଆ ଭିନ୍ନ ଏହି ମାଟିର ପ୍ରଲେପରେ ସାରା ଶରୀରରେ କୁଣ୍ଡେଇ ହୁଏ ଓ ଲାଲ ଫୋଟକା ଆଦି ଶରୀରରେ ଦେଖା ଦିଏ । ତେଣୁ କେହିବି ଏହି ଯଜ୍ଞକୁଣ୍ଡର ମାଟି ଆଣି ନଥାନ୍ତି ।

ପ୍ରାଚୀନ କାଳରୁ ଏଠାରେ ତାନ୍ତ୍ରିକ ଉପାସନା ହୋଇ ଆସୁଥିବା ବେଳେ କିଛି ରହସ୍ୟମୟ ଯନ୍ତ୍ର ଓ ମନ୍ତ୍ର ପାଇଁ ସୁବର୍ଣ୍ଣପୁର ତନ୍ତ୍ରର ପ୍ରୟୋଗଶାଳା ଭାବରେ ପରିଚୟ ପାଇଛି । ତନ୍ତ୍ର ପଦ୍ଧତିରେ ଏଠାରେ ବଳି ଯାତ୍ରା ପାଳନ କରାଯାଉଥିବା ବେଳେ ଏହି ତନ୍ତ୍ର ମାଟିର ମହିମାରେ ହଜାର ହଜାର ଶ୍ରଦ୍ଧାଳୁ ନିଜକୁ ବଳି ଯାତ୍ରାରେ ସାମିଲ କରିବା ପାଇଁ ଟାଣି ହୋଇ ଆସୁଥିବା ଦେଖିବାକୁ ମିଳୁଛି । ତେବେ ତନ୍ତ୍ରର ପ୍ରୟୋଗ ଶାଳା ଭାବେ ପରିଚିତ ସୁବର୍ଣ୍ଣପୁରରେ ହିଁ ଏହି ତନ୍ତ୍ର ମାଟି ଦେଖିବାକୁ ମିଳେ ।

ଇଟିଭି ଭାରତ, ସୁବର୍ଣ୍ଣପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.