ସୁବର୍ଣ୍ଣପୁର: ସୋନପୁର ଗଡଜାତର ଐତିହାସିକ ବଳିଯାତ୍ରାର ଖଣ୍ଡାବସା କାର୍ଯ୍ୟ ପାରମ୍ପରିକ ରୀତିନୀତିରେ ସମ୍ପନ୍ନ ହୋଇଛି। ବଳିଯାତ୍ରା ପ୍ରସ୍ତୁତିର ପ୍ରଥମ ପର୍ଯ୍ୟାୟରେ ସହରର ଇଷ୍ଟ ଦେବୀ ମା ସୁରେଶ୍ବରୀଙ୍କ ପୀଠରୁ ଦେବୀ ମା ସମଲେଇଙ୍କ ପୀଠକୁ ଖଣ୍ଡା ଆସିଛି। ଦେବୀ ସୁରେଶ୍ବରୀଙ୍କ ପୀଠରେ ପାରମ୍ପରିକ ରୀତିନୀତି ଅନୁଯାୟୀ ପୂଜା ଆରାଧନା କରିବା ପରେ ଏକ ନିରାଡ଼ମ୍ବର ଶୋଭାଯାତ୍ରାରେ ଖଣ୍ଡା ସମଲେଇ ପୀଠକୁ ଅଣାଯାଇଥିଲା।
ସେବାୟତ ମାନେ କୋଭିଡ ନିୟମକୁ ମାନି ରୀତିନୀତି ଅନୁଯାୟୀ ଦେବୀଙ୍କ ସେବା କାର୍ଯ୍ୟ କରିଛନ୍ତି। ଆସନ୍ତା ମହାଳୟାରୁ 15 ଦିନ ବ୍ୟାପୀ ବଳି ପର୍ବ ପାଳନ କରାଯିବ। ତେବେ କିଭଳି ଏହି କାର୍ଯ୍ୟ ସବୁ ସମାପନ କରାଯିବ ସେନେଇ ଏଯାଏଁ ଦେବୋତ୍ତର ବିଭାଗ ସ୍ପଷ୍ଟ କରିନାହିଁ। ତେବେ ନିଶ୍ଚିତ ଭାବେ ପରମ୍ପରାକୁ ରକ୍ଷା କରାଯିବା ପାଇଁ କିଛି ବ୍ୟବସ୍ଥା କରାଯିବା ବୋଲି ଜିଲ୍ଲାବାସୀ ଆଶା ରଖିଛନ୍ତି ।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା,ଇଟିଭି ଭାରତ