ETV Bharat / state

ସୁଧୁରୁନି ପରିମଳ ବ୍ୟବସ୍ଥା, ସୁବର୍ଣ୍ଣପୁରରେ ଫେଲ ମାରିଛି ସ୍ବଚ୍ଛତା ମିଶନ - ସୁବର୍ଣ୍ଣପୁରରେ ଫେଲ ମାରିଛି ସ୍ବଚ୍ଛତା ମିଶନ

ସୁବର୍ଣ୍ଣପୁର ସହରରେ ପରିମଳ ବ୍ୟବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇପଡ଼ିଛି । ସ୍ବଚ୍ଛ ଭାରତ କାର୍ଯ୍ୟକ୍ରମ ଏଠାରେ ସମ୍ପୂର୍ଣ୍ଣ ଫେଲ ମାରିଛି । ଅଧିକ ପଢ଼ନ୍ତୁ

sanitation problem in subarnapur
ସୁଧୁରୁନି ସୁବର୍ଣ୍ଣପୁରର ପରିମଳ ବ୍ୟବସ୍ଥା
author img

By

Published : Mar 28, 2023, 8:14 PM IST

ସୁଧୁରୁନି ସୁବର୍ଣ୍ଣପୁରର ପରିମଳ ବ୍ୟବସ୍ଥା

ସୁବର୍ଣ୍ଣପୁର: ଐତିହାସିକ ସୁବର୍ଣ୍ଣପୁର ସହରରେ ପରିମଳ ବ୍ୟବସ୍ଥାରେ ସୁଧାର ଆସି ପାରୁନାହିଁ । ସତେ ଯେପରି ସ୍ବଚ୍ଚ ଭାରତ ମିଶନ ସମ୍ପୂର୍ଣ୍ଣ ଫେଲ ମାରିଛି । ସହର ସାରା କୁଢକୁଢ ଅଳିଆ ଆବର୍ଜନାରେ ଭର୍ତ୍ତି ହୋଇଛି । ଏପରିକି ଗଳିଗଳିରେ ସଫା କରାଯାଉଥିବା ଡ୍ରେନର ମଇଳା ସବୁ ଦୀର୍ଘ ଦିନ ପର୍ଯ୍ୟନ୍ତ ଶୁଖିବା ପାଇଁ ଛାଡି ଦିଆଯାଉଥିବାରୁ ଆବର୍ଜନାରୁ ଗନ୍ଧ ସୃଷ୍ଟି ହେଉଛି । ଓଦା ଅଳିଆ ଓ ଆବର୍ଜନା ସବୁ ତୁରନ୍ତ ସଫା କରାଯାଉ ନଥିବାରୁ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେଉଛି । ପୌର ପ୍ରଶାସନର ଅବହେଳା ମନୋଭାବ ଯୋଗୁଁ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡି଼ଥିବା ଜନସାଧାରଣ ଅଭିଯୋଗ କରିଛନ୍ତି ।

ଗତ ଜାନୁଆରୀ ମାସରୁ ସଦର ପୌର ପରିଷଦର କର୍ମଚାରୀମାନେ ପରିମଳ ବ୍ୟବସ୍ଥା ନିଜେ ତଦାରଖ କରୁଛନ୍ତି । ପୂର୍ବରୁ ପରିଷ୍କାର ପରିଚ୍ଛନ୍ନତା ଦାୟିତ୍ବକୁ ଘରୋଇକରଣ କରାଯାଇଥିଲା । 115 ଜଣ ସଫେଇ କର୍ମଚାରୀ ସମ୍ପୂର୍ଣ୍ଣ ସହରର ପରିମଳ ବ୍ୟବସ୍ଥାରେ ନିୟୋଜିତ ଥିଲେ । ହେଲେ ଗତ ତିନିମାସ ହେଲା ସଫେଇ କାର୍ଯ୍ୟର ଟେଣ୍ଡର ପ୍ରକ୍ରିୟା ସମ୍ପୂର୍ଣ୍ଣ କରାଯାଇ ପାରି ନଥିବାରୁ ଏବେ ସଦର ପୌର ପରିଷଦ 80 ଜଣ ସଫେଇ କର୍ମଚାରୀଙ୍କୁ ଦିନ ମଜୁରିଆ ଭାବେ ନିଯୁକ୍ତି ଦେଇ ସଫେଇ କାର୍ଯ୍ୟ ଜାରି ରଖିଛି । ସହରରେ ଅନ୍ୟୁନ୍ୟ 150 ଜଣ ସଫେଇ କର୍ମଚାରୀଙ୍କ ଆବଶ୍ୟକତା ଥିବା ବେଳେ ଆବଶ୍ୟକତାରୁ 54 ପ୍ରତିଶତ କମ କର୍ମଚାରୀଙ୍କୁ ନେଇ ସଫେଇ କାର୍ଯ୍ୟ ଚାଲିଛି । ଫଳରେ ସହରରେ ବିଭିନ୍ନ ସ୍ଥାନରେ ଅଳିଆ ଆବର୍ଜନା ଦୀର୍ଘ ଦିନ ଯାଏ ପଡି ରହୁଛି ।

ସଦର ପୌର ପରିଷଦର ଥିବା 28 ଜଣ ନିୟମିତ ସଫେଇ କର୍ମଚାରୀଙ୍କୁ ଅନ୍ୟାନ୍ୟ ଦାୟିତ୍ବ ପ୍ରଦାନ କରାଯାଇଥିବାରୁ ସେମାନେ ସଫେଇ କାର୍ଯ୍ୟରେ ଯୋଗ ଦେଇ ପାରୁନାହାନ୍ତି ବୋଲି ସୂଚନା ମିଳିଛି । ଫଳରେ ସହର ସଫେଇ କାର୍ଯ୍ୟରେ ସୁଧାର ଆସି ପାରୁନାହିଁ । ତେବେ ମନ୍ଦିର ମାଳିନୀ ଏହି ସହରକୁ ପରିଷ୍କାର ପରିଚ୍ଛନ୍ନ ରଖିବା ପାଇଁ ସଦର ପୌର ପରିଷଦ ପକ୍ଷରୁ ଆଖି ଦୃଶିଆ ପଦକ୍ଷେପ ନିଆଯାଉ ନଥିବା ଅଭିଯୋଗ ହୋଇଛି । ବିଭିନ୍ନ ସମୟରେ ସ୍ବେଚ୍ଛାସେବୀ ଅନୁଷ୍ଠାନର କାର୍ଯ୍ୟକର୍ତ୍ତାମାନେ ସହରକୁ ପରିଷ୍କାର ପରିଚ୍ଛନ ରଖିବା ପାଇଁ କାର୍ଯ୍ୟ କରୁଛନ୍ତି । ବିଭିନ୍ନ ପ୍ରକାରର ସଚେତନତା ବାର୍ତ୍ତା ପ୍ରଦାନ କରିବା ସହିତ ସହରବାସୀଙ୍କ ଭିତରେ ସଚେତନତା ସୃଷ୍ଟି କରୁଛନ୍ତି । ତଥାପି ତାହା ପର୍ଯ୍ୟାପ୍ତ ହୋଇ ପାରୁନାହିଁ । ସ୍ବଚ୍ଛ ଭାରତ ଅଭିଯାନ ସହରରେ ଫେଲ ମାରିଥିବା କୁହାଯାଉଛି । ତୁରନ୍ତ ଏଦିଗରେ ଜିଲ୍ଲା ପ୍ରଶାସନ, ସଦର ପୌର ପରିଷଦ, ଦେବୋତ୍ତର ବିଭାଗ ଓ ସ୍ବେଚ୍ଛାସେବୀ ଅନୁଷ୍ଠାନଗୁଡିକ ମିଳିତ ଭାବେ ପ୍ରୟାସ କଲେ ସୁବର୍ଣ୍ଣପୁରରେ ପରିମଣ ବ୍ୟବସ୍ଥା ଠିକ୍‌ ରହିପାରିବ ।

ଇଟିଭି ଭାରତ, ସୁବର୍ଣ୍ଣପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.