ETV Bharat / state

ସୁବର୍ଣ୍ଣପୁର ଜିଲ୍ଲା ବିନିକାରେ ସ୍ୱଚ୍ଛତା ମିଶନ ଫେଲ - Subarnapur Swachh Bharat mission fail

ସୁବର୍ଣ୍ଣପୁର ଜିଲ୍ଲା ବିନିକା ସହରରେ ପରିମଳ ବ୍ୟବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇପଡିିଛି । ରାସ୍ତାର ଉଭୟ ପାର୍ଶ୍ୱରେ ଥିବା ଡ୍ରେନଗୁଡ଼ିକ ପାଖରେ ଅଳିଆ ଆବର୍ଜନା ସବୁ ପକାଇ ଦିଆଯାଉଥିବା ବେଳେ ଦୀର୍ଘ ଦିନ ଧରି ସଫା କରାଯାଉ ନାହିଁ । ଏଠାରେ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ସମ୍ପୂର୍ଣ୍ଣ ଫେଲ ମାରିଛି । ସ୍ଥାନୀୟ ବାସିନ୍ଦା ବାରମ୍ବାର ଅଭିଯୋଗ କରି ଆସୁଥିଲେ ମଧ୍ୟ କର୍ତ୍ତୃପକ୍ଷ ଏଥିପ୍ରତି ଧ୍ୟାନ ଦେଉ ନାହାନ୍ତି । ଅଧିକ ପଢନ୍ତୁ..

ସୁବର୍ଣ୍ଣପୁର ଜିଲ୍ଲା ବିନିକାରେ ସ୍ୱଚ୍ଛତା ମିଶନ ଫେଲ

author img

By

Published : Sep 29, 2020, 2:14 PM IST

ସୁବର୍ଣ୍ଣପୁର: ଜିଲ୍ଲାର ବିନିକା ସହରରେ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ସମ୍ପୂର୍ଣ୍ଣ ଫେଲ ମାରିଛି । ସହରରେ ବର୍ଜ୍ୟବସ୍ତୁ ଜମା କରିବା ପାଇଁ ଏନଏସି ପକ୍ଷରୁ ସ୍ବତନ୍ତ୍ର ସ୍ଥାନର ବ୍ୟବସ୍ଥା କରାଯାଇ ପାରିନାହିଁ, ଫଳରେ ସହର ସାରା କୁଢ଼କୁଢ଼ ଅଳିଆ ଆବର୍ଜନା ପଡି ରହିଛି । ବିଜ୍ଞାପିତ ଅଂଚଳ ପରିଷଦ ପକ୍ଷରୁ ସହରର ପରିଷ୍କାର ପରିଚ୍ଛନ୍ନ ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ଜନସାଧାରଣ ବାରମ୍ବାର ଦାବି କରି ଆସୁଥିଲେ ମଧ୍ୟ ଏନଏସି କର୍ତ୍ତୃପକ୍ଷ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହାନ୍ତି ।

ସୁବର୍ଣ୍ଣପୁର ଜିଲ୍ଲା ବିନିକାରେ ସ୍ୱଚ୍ଛତା ମିଶନ ଫେଲ

ଏହି ଐତିହାସିକ ସହରରେ ପରିମଳ ବ୍ୟବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇପଡିିଛି । ସହରରେ ବର୍ଜ୍ୟବସ୍ତୁ ଜମା କରିବା ପାଇଁ ଏନଏସି ପକ୍ଷରୁ ସ୍ବତନ୍ତ୍ର ସ୍ଥାନର ବ୍ୟବସ୍ଥା କରାଯାଇ ନ ଥିବାରୁ ସହରରେ ଅଳିଆ ଆବର୍ଜନା ଅନେକ ସ୍ଥାନରେ ପାହାଡ଼ ପରି ପଡି ରହିଛି । ରାସ୍ତାର ଉଭୟ ପାର୍ଶ୍ୱରେ ଥିବା ଡ୍ରେନଗୁଡ଼ିକ ପାଖରେ ଅଳିଆ ଆବର୍ଜନା ସବୁ ପକାଇ ଦିଆଯାଉଥିବା ବେଳେ ଦୀର୍ଘ ଦିନ ଧରି ସଫା କରାଯାଉ ନାହିଁ । ବର୍ଜ୍ୟବସ୍ତୁର ପରିଚାଳନା ପାଇଁ ଆବଶ୍ୟକ ସଫେଇ କର୍ମଚାରୀ ନିଯୁକ୍ତି ଦେବା ସହିତ ଗାଡି ମୋଟର ଓ ଯନ୍ତ୍ରପାତିର ବି ବିଜ୍ଞାପିତ ଅଂଚଳ ପରିଷଦରେ ଅଭାବ ରହିଥିବା ସଫେଇ କର୍ମଚାରୀ ମାନେ ଅଭିଯୋଗ କରିଛନ୍ତି ।

ବହୁତ ଦିନ ଧରି ସ୍ଥାନୀୟ ବାସିନ୍ଦା ଓ ସଫେଇ କର୍ମଚାରୀ ମାନେ ଅଭିଯୋଗ କରି ଆସୁଥିଲେ ମଧ୍ୟ କର୍ତ୍ତୃପକ୍ଷ ଏଥିପ୍ରତି ଧ୍ୟାନ ଦେଉନାହାନ୍ତି । ଫଳରେ ସହର ବିଭିନ୍ନ ସ୍ଥାନରେ କୁଢ଼ କୁଢ଼ ଅଳିଆ ଆବର୍ଜନା ପଡି ରହି ଅସ୍ବାସ୍ଥ୍ୟକର ପରିସ୍ଥିତି ସୃଷ୍ଟି କରୁଛି । ଏନଏସି କର୍ତ୍ତୃପକ୍ଷ କେତେ ଦୂର ଜନସାଧାରଣଙ୍କ ହିତ ପାଇଁ କାର୍ଯ୍ୟ କରୁଛନ୍ତି ତାହା ଏହି ଚିତ୍ରରୁ ସ୍ପଷ୍ଟ ଜଣାପଡୁଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.