ETV Bharat / state

ସୁବର୍ଣ୍ଣପୁରରେ ସୁରେଶ୍ବରୀଙ୍କ ଷୋଡଶୀ ବେଶ ଅନୁଷ୍ଠିତ - Sureshwari's sodosi besa

ସୋମବାର ଆଶ୍ବୀନ ଶୁକ୍ଲ ତୃତୀୟା ତିଥିରେ ଷୋଡଶୀ ବେଶରେ ଶ୍ରଦ୍ଧାଳୁମାନଙ୍କୁ ଦର୍ଶନ ଦେଇଛନ୍ତି । ଆସନ୍ତାକାଲି ଦେବୀ ମା' ଭୁବନେଶ୍ଵରୀ ବେଶ ଧାରଣ କରିବେ ।

Subarnapur
ସୁରେଶ୍ୱରୀଙ୍କ ଷୋଡଶୀ ବେଶ
author img

By

Published : Oct 19, 2020, 10:52 PM IST

ସୁବର୍ଣ୍ଣପୁର: ସୋନପୁର ଗଡଜାତର ଇଷ୍ଟଦେବୀ ମା' ସୁରେଶ୍ବରୀ । ଆଜି (ସୋମବାର) ଆଶ୍ବୀନ ଶୁକ୍ଲ ତୃତୀୟା ତିଥିରେ ଷୋଡଶୀ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଇଛନ୍ତି । ମଙ୍ଗଳବାର ଦେବୀ ମା' ଭୁବନେଶ୍ଵରୀ ବେଶ ଧାରଣ କରିବେ ।

ସୁରେଶ୍ୱରୀଙ୍କ ଷୋଡଶୀ ବେଶ

କୋଭିଡ କଟକଣାକୁ ଆଖି ଆଗରେ ରଖି ମନ୍ଦିର କମିଟି ଓ ସେବାୟତମାନେ ପାରମ୍ପରିକ ରୀତିନୀତିରେ ଦେବୀଙ୍କ ବେଶ କରୁଛନ୍ତି । ସନ୍ଧ୍ୟା ଆରତୀ ପରେ ଦେବୀ ମନ୍ଦିରର ମୁଖ୍ୟ ଫାଟକ ବନ୍ଦ କରି ଦିଆଯିବା ସହ ବାକି ସେବା କାର୍ଯ୍ୟ କରାଯାଉଛି ।

କୋଭିଡ ମହାମାରୀ ପାଇଁ ଦେବୋତ୍ତର ବିଭାଗ ପକ୍ଷରୁ ଶ୍ରଦ୍ଧାଳୁଙ୍କ ସମାଗମ ତଥା ସନ୍ଧ୍ୟା ଆରତୀ ସମୟରେ ବ୍ୟବହାର କରାଯାଉଥିବା ଲୋକବାଦ୍ୟକୁ ବାରଣ କରାଯାଇଛି । ତେବେ ସକାଳେ ଓ ସନ୍ଧ୍ୟାରେ ରୀତିନୀତି ପାଇଁ ମନ୍ଦିରର ଖୋଲାଯାଉଥିବା ବେଳେ ବାକି ସମୟରେ ବନ୍ଦ କରାଯାଉଛି।

ତଥାପି କିଛି ଶ୍ରଦ୍ଧାଳୁମାନେ ନିଜକୁ ସମ୍ଭାଳି ନପାରି ସନ୍ଧ୍ୟା ଆରତୀ ଦର୍ଶନ ସହିତ ଦେବୀକୃପା ଲାଭ କରିବାକୁ ଏହି ଦେବୀ ପୀଠରେ ଦେଖିବାକୁ ମିଳିଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.