ETV Bharat / state

ମମତା କଲା ଅନ୍ଧ: ମୃତଦେହରେ ଚାଲିଛି ଗୁଣିଆ ଉପଚାର - ସୁବର୍ଣ୍ଣପୁରରେ ଗୁଣି ଗାରେଡି ଉପଚାର

ମୃତ ପୁଅକୁ ବଞ୍ଚାଇବା ଆଶାରେ ଗୁଣିଆ ଦ୍ବାରସ୍ତ ବାପା ମାଆ । 24 ଘଣ୍ଟା ଧରି ମୃତଦେହ ଘରେ ରଖି ଚାଲିଛି ଗୁଣି ମନ୍ତ୍ର । ଅଧିକ ପଢନ୍ତୁ...

ମମତା କଲା ଅନ୍ଧ: ମୃତଦେହରେ ଚାଲିଛି ଗୁଣିଆ ଉପଚାର

author img

By

Published : May 29, 2021, 11:46 AM IST

ସୁବର୍ଣ୍ଣପୁର: ବିଂଶ ଶତାବ୍ଦିରେ ପାଦ ଥାପିଲାଣି ମଣିଷ ସମାଜ । ମାତ୍ର ଲୋକଙ୍କ ମନରୁ ଏବେବି ଲିଭିନାହିଁ ଅନ୍ଧ ବିଶ୍ବାସ । ପୂର୍ବ କାଳରେ ତ ସାପ କାମୁଡିଲେ କିମ୍ବା ଅନ୍ୟାନ୍ୟ ରୋଗହେଲେ ଲୋକେ ଗୁଣିଆ ପାଖକୁ ଯାଉଥିଲେ କିମ୍ବା ଗୁଣି ଗାରେଡି ଉପରେ ବିଶ୍ବାସ କରୁଥିଲେ । ହେଲେ ଏବେ ମୃତ ପୁଅକୁ ଜୀବିତ କରିବାର ଅନ୍ଧ ବିଶ୍ବାସ ଘାରିଛି ବାପା ମାଆଙ୍କୁ ।

ମମତା କଲା ଅନ୍ଧ: ମୃତଦେହରେ ଚାଲିଛି ଗୁଣିଆ ଉପଚାର

ମୃତ ପୁଅର ଅନ୍ତିମ ସତ୍କାର କରିବା ପରିବର୍ତ୍ତେ ଡାକ୍ତର ନୁହେଁ ଗୁଣିଆ ମୃତ ପୁଅକୁ ବଞ୍ଚାଇଦେବା ଆଶାରେ ମୃତଦେହକୁ ଘରେ ରଖିଛନ୍ତି ବାପା ମାଆ । ଏପରି ଏକ ଘଟଣା ସୁବର୍ଣ୍ଣପୁର ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ନାରାୟଣପୁର ଗାଁରେ ଦେଖିବାକୁ ମିଳିଛି । ସୂଚନା ଅନୁଯାୟୀ ଗାଁର ନବଘନ କର୍ମୀଙ୍କ 10 ମାସର ପୁଅକୁ ଝାଡାବାନ୍ତି ହେବାରୁ ବୁର୍ଲା ମେଡିକାଲରେ ଭର୍ତ୍ତି କରିଥିଲେ । ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି । ଘରକୁ ଆସିବା ପରେ ପୁଅକୁ ପୁଣି ଏକ ଗୁଣିଆକୁ ଦେଖାଇଥିଲେ । ଗୁଣିଆ ଜଣକ ଶିଶୁଟିକୁ ଡାହାଣୀ କୋପ ଲାଗିଥିବା କହିବା ସହ ପୁଅ ବଞ୍ଚିଯିବ ବୋଲି ପ୍ରତିଶୃତି ଦେଇଥିଲେ ।

ଏପରିକି ମୃତ ଶିଶୁର ଦେହରେ ହଳଦୀ ଏବଂ ଚନ୍ଦନ ଲଗାଇ 24 ଘଣ୍ଟା ହେବ ଘରେ ରଖି ଗୁଣି କରିବାରେ ଲାଗିଛି ଗୁଣିଆ । ବାପା ମାଆ ମଧ୍ୟ ପୁଅ ବଞ୍ଚିବା ଆଶାରେ ରାତିସାରା ମୃତଦେହକୁ ଜଗି ରହିଛନ୍ତି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.