ସୁବର୍ଣ୍ଣପୁର: ଜିଲ୍ଲା ଆଇନ ସେବା ପ୍ରାଧିକରଣ ଫକ୍ଷରୁ ଏକ ମେଗା ଆଇନ ସଚେତନତା ଓ ସହଯୋଗ ଶିବିର ଆୟୋଜିତ ହୋଇଯାଇଛି । ଏଥିରେ ରାଜ୍ୟ ଉଚ୍ଚ ନ୍ୟାୟାଳୟର ବିଚାରପତି ଚିତ୍ତରଞ୍ଜନ ଦାସ ଯୋଗ ଦେଇ ଗରିବ ଓ ଅସହାୟଙ୍କୁ ଆଇନ ସେବା ଯୋଗାଇ ଦିଆ ଯିବା ସମ୍ପର୍କରେ ଆଲୋଚନା କରିଥିଲେ ।
ଏହି କାର୍ଯ୍ୟକ୍ରମରେ ବରିଷ୍ଠ ନାଗରିକଙ୍କୁ ପରିଚୟ ପତ୍ର, ଦିବ୍ୟାଙ୍ଗଙ୍କୁ ସହାୟତା ଉପକରଣ, ଶ୍ରମିକ, ଗର୍ଭବତୀ ମହିଳା, ମିଶନ ଶକ୍ତି, ଅବିବାହିତ ଯୁବତୀ, ଗରିବଙ୍କୁ ଘର ପାଇଁ ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା।
ଏଥିରେ ସାଲସା ମେମ୍ବର ସେକ୍ରେଟାରୀ ଦେବାଶିଷ ନାୟକ, ସାଲସା ଅଧ୍ୟକ୍ଷ କାମିନୀ ସଞ୍ଜୁ ପଣ୍ଡା, ବିଚାରପତି ପ୍ରମଥ କୁମାର ପଟ୍ଟନାୟକ ପ୍ରମୁଖ ଯୋଗଦେଇ ଆଇନ ସେବା ପ୍ରାଧିକରଣ ପକ୍ଷରୁ ଥିବା ସହାୟତା ସମ୍ପର୍କରେ ଆଲୋଚନା କରିବା ସହିତ ହିତାଧିକାରୀଙ୍କୁ ସହାୟତା ରାଶି ପ୍ରଦାନ କରିଥିଲେ।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା , ଇଟିଭି ଭାରତ