ETV Bharat / state

କୋରୋନା ପାଇଁ ସଟଡାଉନ ହେବ ସୁବର୍ଣ୍ଣପୁର - କୋରୋନା

କୋରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଜିଲ୍ଲା ପ୍ରଶାସନ ବେଶ ତତ୍ପର ହୋଇଛି । ଅଧିକାଂଶ ସମୟରେ ଗ୍ରୀନ ଜୋନ ଅବା ଅରେଞ୍ଜ ଜୋନରେ ରହୁଥିବା ଜିଲ୍ଲାରେ ପୁଣି ସଟଡାଉନ କରିବା ପାଇଁ ପ୍ରଶାସନ ନିଷ୍ପତ୍ତି ନେଇଛି । ଅଧିକ ଖବର ପଢନ୍ତୁ...

କୋରୋନା ପାଇଁ ସୁବର୍ଣ୍ଣପୁର ହେବ ସଟଡାଉନ
କୋରୋନା ପାଇଁ ସୁବର୍ଣ୍ଣପୁର ହେବ ସଟଡାଉନ
author img

By

Published : Jul 9, 2020, 1:35 PM IST

ସୁବର୍ଣ୍ଣପୁର: କୋରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଜିଲ୍ଲା ପ୍ରଶାସନ ବେଶ ତତ୍ପର ହୋଇଛି । ଅଧିକାଂଶ ସମୟରେ ଗ୍ରୀନ ଜୋନ ଅବା ଅରେଞ୍ଜ ଜୋନରେ ରହୁଥିବା ଜିଲ୍ଲାରେ ପୁଣି ସଟଡାଉନ କରିବା ପାଇଁ ପ୍ରଶାସନ ନିଷ୍ପତ୍ତି ନେଇଛି । ତେବେ ଜୁଲାଇ ମାସରେ ସାରା ଜିଲ୍ଲାରେ ଶନିବାର ଓ ରବିବାର ଦୁଇ ଦିନ ପାଇଁ ସଟ ଡାଉନ କରାଯିବ ବୋଲି ଜିଲ୍ଲାପାଳ ମନୀଷା ବାନାର୍ଜୀ ସାମ୍ବାଦିକ ମାନଙ୍କୁ ସୂଚନା ଦେଇଛନ୍ତି ।

କୋରୋନା ପାଇଁ ସୁବର୍ଣ୍ଣପୁର ହେବ ସଟଡାଉନ

ସଟଡାଉନ ସମୟରେ ଅତ୍ୟାବଶ୍ୟକ ଦୋକାନ ଓ ଜରୁରୀକାଳୀନ ସେବା ଯୋଗାଇ ଦେଉଥିବା ସରକାରୀ କାର୍ଯ୍ୟାଳୟ ଗୁଡ଼ିକ ଖୋଲାରହିବ । ଏବେ ପୋଲିସ ପ୍ରଶାସନ ପକ୍ଷରୁ ଜିଲ୍ଲା ସାରା ମାସ୍କ ଚେକିଂ ଚାଲିଛି । ସେହିପରି ସାମାଜିକ ଦୂରତ୍ବ ରକ୍ଷା କରିବା ଦିଗରେ ପୋଲିସ ସବୁ ସମୟରେ ଯତ୍ନବାନ ରହିଛି ।

ପ୍ରଶାସନ ପକ୍ଷରୁ ବାହାରୁ ଆସୁଥିବା ଲୋକଙ୍କ ପାଇଁ 14ଦିନ କ୍ବାରେଣ୍ଟାଇନ ବାଧ୍ୟତାମୂଳକ କରାଯାଇଛି । କୋରୋନା ସମ୍ପର୍କିତ ଯେ କୌଣସି ସୂଚନା ଜରୁରୀକାଳୀନ ବିଭାଗକୁ ଜଣାଇବାକୁ ଜିଲ୍ଲା ପ୍ରଶାସନ ଅନୁରୋଧ କରିଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.