ETV Bharat / state

ଶୀତଳଷଷ୍ଠୀ ପାଇଁ ସଜେଇ ହେଉଛି ସୁବର୍ଣ୍ଣପୁର, ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ

ପ୍ରତିବର୍ଷ ସୁବର୍ଣ୍ଣପୁର ସହରରେ ପାଳିତ ହୋଇ ଆସୁଛି ଶିବ ପାର୍ବତୀଙ୍କ ବିବାହ ଉତ୍ସବ  । ତେଣୁ ଏହି ଐତିହାସିକ ଶୀତଳଷଷ୍ଠୀ ଯାତ୍ରା ପାଇଁ ସୁବର୍ଣ୍ଣପୁର ସହର ଉତ୍ସବମୁଖର ହୋଇଉଠିଛି ।

author img

By

Published : Jun 2, 2019, 10:32 PM IST

ଫଟୋ ସୌଜନ୍ୟ: ପ୍ରତିନିଧି, ସୁବର୍ଣ୍ଣପୁର

ସୁବର୍ଣ୍ଣପୁର: ଐତିହାସିକ ଶୀତଳଷଷ୍ଠୀ ଯାତ୍ରା ପାଇଁ ସୁବର୍ଣ୍ଣପୁର ସହର ଉତ୍ସବମୁଖର ହୋଇ ଉଠିଛି । ଚାରି ଦିନ ଧରି ପାଳିତ ହେଉଥିବା ଏହି ଯାତ୍ରାର କନ୍ୟା ଖୋଜା ପର୍ବ ସମାପନ ହୋଇଥିବାବେଳେ ନିର୍ବନ୍ଧ, ଦେବ ନିମନ୍ତ୍ରଣ, ଅଳଙ୍କାର ଧାରଣ ଓ ଦେବ ଦମ୍ପତିଙ୍କ ବିବାହ ଉତ୍ସବ ପାଇଁ ପ୍ରସ୍ତୁତି ପର୍ବ ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ।

ପ୍ରକାଶ ଥାଉକି, ପ୍ରତିବର୍ଷ ସୁବର୍ଣ୍ଣପୁର ସହରରେ ପାଳିତ ହୋଇଆସୁଛି ଶିବ ପାର୍ବତୀଙ୍କ ବିବାହ ଉତ୍ସବ । ତେଣୁ ପ୍ରତିବର୍ଷ ସହରର ଇଷ୍ଟଦେବ ବାବା ସୁବର୍ଣ୍ଣମେରୁଙ୍କ ଚଳନ୍ତି ପ୍ରତିମା ବାବା ଚନ୍ଦ୍ରଶେଖରଙ୍କ ସହିତ ଦେବୀ କନ୍ୟା ପାର୍ବତୀଙ୍କ ସହିତ ବହୁ ଆଡମ୍ବରରେ ପାଳିତ ହୋଇଆସୁଛି । ତେବେ ଆସନ୍ତା ଶୁକ୍ରବାର ବାବା ଚନ୍ଦ୍ରଶେଖରଙ୍କ ଅଷ୍ଟଶମ୍ଭୁ ଓ ଅଷ୍ଟବିଷ୍ମୁଙ୍କୁ ବରଯାତ୍ରୀ ଦଳରେ ନେଇ ଏକ ଆଡମ୍ବରପୂର୍ଣ୍ଣ ଶୋଭାଯାତ୍ରାରେ କନ୍ୟାମାତା ବାସଭବନକୁ ଯିବା ପାଇଁ କାର୍ଯ୍ୟକ୍ରମ ସ୍ଥିର ହୋଇଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ସୁବର୍ଣ୍ଣପୁର

ଏପଟେ ରାଜାରାଜୁଡା ଅମଳରୁ ପାଳିତ ହୋଇ ଆସୁଥିବା ଏହି ଯାତ୍ରାର ମୁଖ୍ୟ ଆକର୍ଷଣ ହେଉଛି ବାବା ଚନ୍ଦ୍ର ଶେଖରଙ୍କ 108 ଭରି ସ୍ବର୍ଣ୍ଣ ନାଗ ପ୍ରତିମା, ମହଣ ରୂପାରେ ତିଆରି ବିମାନ ଓ ଦେବ ଦଳ ଅଷ୍ଟଶମ୍ଭୁ ଓ ଅଷ୍ଟବିଷ୍ମୁଙ୍କ ଅଳଙ୍କାର । ତେଣୁ ଆଡମ୍ବରପୂର୍ଣ୍ଣ ବରଯାତ୍ରୀ ଦଳର ଶୋଭାଯାତ୍ରା ଓ ଦେବ ଦମ୍ପତିଙ୍କ ନଗର ପରିକ୍ରମା ସାଙ୍ଗକୁ ସ୍ବମନ୍ଦିର ପ୍ରତ୍ୟାବର୍ତ୍ତନ ସମାରୋହ ପାଇଁ ଯାତ୍ରା କମିଟି ଓ ଦେବୋତ୍ତର ବିଭାଗ ବ୍ୟାପକ ପ୍ରସ୍ତୁତି କରିଛି ।

ଏଥିସହ ଶୋଭାଯାତ୍ରାରେ ସାମିଲ ହେବା ପାଇଁ ପଶ୍ଚିମ ଓଡିଶାର ବିଭିନ୍ନ ଜିଲ୍ଲାରୁ ପାରମ୍ପରିକ ଲୋକନୃତ୍ୟ ଦଳଗୁଡିକୁ ନିମନ୍ତ୍ରଣ କରାଯାଇଛି । ଦେବ ଦମ୍ପତିଙ୍କ ବିବାହ । ଏକତ୍ର ଅଷ୍ଟଶମ୍ଭୁ ଅଷ୍ଟବିଷ୍ମୁଙ୍କୁ ଦର୍ଶନ କରିବା ସହିତ ନବ ବିବାହିତ ଦେବ ଦମ୍ପତି ଶିବ ପାର୍ବତୀଙ୍କ ଆଶିଷ ଭିକ୍ଷା କରିବାକୁ ସହର ଉତ୍ସବ ମୁଖର ହୋଇଉଠିଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.