ETV Bharat / state

ଶ୍ରୀକ୍ଷେତ୍ର ରୀତିନୀତିରେ ସୁବର୍ଣ୍ଣପୁରରେ ଗଡ଼ିବ ରଥ

ସୁବର୍ଣ୍ଣପୁର ହେବ ଶ୍ରୀକ୍ଷେତ୍ର । ପୁରୀ ରୀତିନୀତିରେ ଚଳିତ ବର୍ଷ ଗଡ଼ିବ ରଥ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ସୁବର୍ଣ୍ଣପୁର
author img

By

Published : Jun 15, 2019, 9:20 PM IST

ସୁବର୍ଣ୍ଣପୁର: ପୁରୀ ଶ୍ରୀମନ୍ଦିରର ରୀତିନୀତି ଓ ନିର୍ଘଣ୍ଟ ଅନୁସାରରେ ପାତାଳୀ ଶ୍ରୀକ୍ଷେତ୍ର ଭାବେ ପରିଚିତ ସୁବର୍ଣ୍ଣପୁରରେ ରଥଯାତ୍ରା ପାଳିତ ହେବ । ଚଳିତ ବର୍ଷ ସହରରେ ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରାକୁ ଏପରି ଭାବରେ ପାଳନ କରିବା ପାଇଁ ନିଷ୍ପତ୍ତି ନେଇଛି ପ୍ରଶାସନ ଓ ଦେବୋତ୍ତର ବିଭାଗ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ସୁବର୍ଣ୍ଣପୁର

ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଆୟୋଜିତ ରଥଯାତ୍ରା ପ୍ରସ୍ତୁତି ବୈଠକରେ ପ୍ରଚଳିତ ପ୍ରଥା ପରମ୍ପରାକୁ ରକ୍ଷା କରି ରଥଯାତ୍ରା ପାଳନ କରିବା ପାଇଁ ସେବାୟତ ମାନଙ୍କୁ ଦେବୋତ୍ତର ଅଧିକାରୀ ଅନୁରୋଧ କରିଥିଲେ । ଶ୍ରଦ୍ଧାଳୁମାନଙ୍କ ଶୃଙ୍ଖଳିତ ଦର୍ଶନ, ସେବାୟତମାନଙ୍କ ପହୁଣ୍ଡି ତଥା ବିଗ୍ରହମାନଙ୍କ ସୌନ୍ଦର୍ଯ୍ୟ ପାଇଁ ସେବାୟତମାନେ ଯତ୍ନବାନ ହେବା ଆବଶ୍ୟକ ବୋଲି ଜିଲ୍ଲାପାଳ ମଧୂସୂଦନ ମିଶ୍ର କହିଛନ୍ତି ।

ଚଳିତ ବର୍ଷ ଶ୍ରୀ ବଡ ଜଗନ୍ନାଥ ଓ ଶ୍ରୀ ଦଧିବାମନଙ୍କ ରଥଯାତ୍ରା ପାଇଁ 3 ଲକ୍ଷ 80 ହଜାର ଟଙ୍କା ବ୍ୟୟବରାଦ କରାଯାଇଛି । ସେହିଭଳି ପାତାଳୀ ଶ୍ରୀକ୍ଷେତ୍ରର ରଥଯାତ୍ରା ପାଇଁ ବୀରମହାରାଜପୁର ଦେବୋତ୍ତର ବିଭାଗ ଓ ପାତାଳୀ ଶ୍ରୀକ୍ଷେତ୍ର ମହୋତ୍ସବ କମିଟି ଯୁଗ୍ମଭାବେ ସମସ୍ତ ଦାୟୀତ୍ବ ସଂପନ୍ନ କରିବେ ବୋଲି ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ରଥଯାତ୍ରାରେ ପ୍ରବଳ ଜନସମାଗମକୁ ଆଖି ଆଗରେ ରଖି ପୋଲିସ ପ୍ରଶାସନ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କର୍ତ୍ତୃପକ୍ଷ, ବିଦ୍ୟୁତ ବିଭାଗ, ସହରାଞ୍ଚଳ ଜଳ ଯୋଗାଣ ବିଭାଗ ନିଜ ନିଜ ଦାୟୀତ୍ବ ସମ୍ପନ୍ନ କରିବାକୁ ନିଷ୍ପତ୍ତି ହୋଇଛି । ସର୍ବ ସମ୍ମତିକ୍ରମେ ମହାସମାରୋହରେ ଏଥର ରଥଯାତ୍ରା ପାଳନ କରିବା ପାଇଁ ମଧ୍ୟ ନିଷ୍ପତ୍ତି ନିଆଯାଇଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

see the attachment
visuals by ftp
tirthabashi panda 
subarnapur
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.