ସୁବର୍ଣ୍ଣପୁର: ରାଜ୍ୟ ବିଜେପି ପ୍ରଭାରୀ ଅରୁଣ ସିଂ ଓ ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ ବିଜୟ ମହାପାତ୍ର ସୁବର୍ଣ୍ଣପୁର ଜିଲ୍ଲା ଗସ୍ତ କରିଛନ୍ତି । ଏହି ଗସ୍ତ ଅବସରରେ ନିର୍ମାଣାଧିନ ବିଜେପି କାର୍ଯ୍ୟାଳୟର ପରିଦର୍ଶନ କରିଛନ୍ତି । ଉଭୟ ନେତାଙ୍କୁ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବଳଦେବ ବେଦବାଗ ସ୍ବାଗତ କରିବା ସହିତ ସମ୍ବର୍ଦ୍ଧିତ କରିଥିଲେ । ଉଭୟ ନେତା ବିନିକା-ସୁବର୍ଣ୍ଣପୁର ରାସ୍ତାରେ ତିଆରି ହେଉଥିବା ବିଜେପି କାର୍ଯ୍ୟାଳୟ ବୁଲି ଦେଖିବା ସହିତ ନିର୍ମାଣ ବିଷୟରେ ଆଲୋଚନା କରିଥିଲେ । ତୁରନ୍ତ ଜିଲ୍ଲା କାର୍ଯ୍ୟାଳୟକୁ ସଂପୂର୍ଣ୍ଣ କରିବା ପାଇଁ ଠିକାଦାରଙ୍କୁ ପରାମର୍ଶ ଦେଇଥିଲେ ।
ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବଳଦେବ ବେଦବାଗ, ରେଢାଖୋଲର ବିଜେପି ନେତା ଗୋବିନ୍ଦ ଅଗ୍ରୱାଲଙ୍କ ସହିତ ବିଜେପୁର ଉପ ନିର୍ବାଚନ ଓ ସୁବର୍ଣ୍ଣପୁର ଜିଲ୍ଲାର ସାଂଗଠନିକ ନିର୍ବାଚନ ସଂପର୍କରେ ଆଲୋଚନା କରିଥିଲେ। ଜିଲ୍ଲା ସାଂଗଠନିକ ନିର୍ବାଚନ ପାଇଁ ସମସ୍ତ ବିଜେପି କର୍ମକର୍ତ୍ତା ଭାଗ ଭାଗ ନ ହୋଇ ଏକତ୍ରିତ ଭାବେ କ୍ଷେତ୍ର ପ୍ରସ୍ତୁତ କରିବା ପାଇଁ ବିଜୟ ମହାପାତ୍ର ପରାମର୍ଶ ଦେଇଥିଲେ । ଆଗକୁ ପୌର ନିର୍ବାଚନରେ ଜିଲ୍ଲାର ଦୁଇଟି ବିଜ୍ଞାପିତ ଅଂଚଳ ପରିଷଦ ଓ ସଦର ପୌର ପରିଷଦରେ କିଭଳି ବିଜୟୀ ହେବେ ସେ ସଂପର୍କରେ ଆଲୋଚନା କରିବାକୁ ଅରୁଣ ସିଂ ପରାମର୍ଶ ଦେଇଥିଲେ।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ