ସୁବର୍ଣ୍ଣପୁର: ଜିଲ୍ଲା ବିନିକା ଥାନା ଅନ୍ତର୍ଗତ ସିଲାଟି ଗାଁରେ ଟ୍ରିପଲ ମର୍ଡର ଘଟଣାରେ ପୋଲିସକୁ ସଫଳତା ମିଳିଛି । ଏହି ଘଟଣାର ଅଭିଯୁକ୍ତକୁ ଉତ୍ତର ପ୍ରଦେଶ ପୋଲିସ ଗିରଫ କରିବାରେ ସଫଳ ହୋଇଛି ।
ସୂଚନାଅନୁସାରେ, ଗତ 22 ଜୁଲାଇ 2020ରେ ନିଜ ଶ୍ବଶୁର ଘରକୁ ଆସି ନିଜ ଶ୍ୱଶୁର ଗୋଦୁ ଭୋଇ(66), ଶାଶୁ ବୈଦେହୀ (55) ଓ ଶାଳକ ଶିବାକୁ ହତ୍ୟା କରିଥିଲା ଅଭିଯୁକ୍ତ ଜ୍ବାଇଁ ପପୁ । ପତ୍ନୀ ଅନ୍ୟ ପୁରୁଷ ପାଖକୁ ପଳେଇଯିବା ପରେ ଶ୍ବଶୁର ଘର ଲୋକଙ୍କୁ ଦାୟୀ କରି କୁରାଢ଼ୀରେ ତିନି ଜଣଙ୍କୁ ହତ୍ୟା ଏଭିଳି କାଣ୍ଡ ରଚିଥିଲା ଜ୍ବାଇଁ ।
ଘଟଣାରେ ପୋଲିସ ଜୋରସୋରରେ ଦତନ୍ତ ଆରମ୍ଭ କରିଥିଲା । ଆଜି ଏହି ହତ୍ୟାକାଣ୍ଡର ଅଭିଯୁକ୍ତ ପପୁ ସେନକୁ ଗରିଫ କରିଛି ପୋଲିସ । ପପୁ ଉତ୍ତର ପ୍ରଦେଶର ଲଳିତପୁର ଜିଲ୍ଲାର ବାସିନ୍ଦା ବୋଲି ଜଣାପଡିଛି । ଅଭିଯୁକ୍ତ ପପୁ ସେନକୁ ଉତ୍ତର ପ୍ରଦେଶ ପୋଲିସ ଗିରଫ କରିବା ପରେ ସିଲାଟି ଟ୍ରିପଲ ମର୍ଡର ଘଟଣାଟି ଲୋକ ଲୋଚନକୁ ଆସିଛି ।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା ,ଇଟିଭି ଭାରତ