ETV Bharat / state

ରାଜ୍ୟପାଇଁ ଗୌରବ ଆଣିଲା ତରଭା ଥାନା, ଦେଶର ଶ୍ରେଷ୍ଠ 10ଥାନା ମଧ୍ୟରେ ଅନ୍ୟତମ - ସୁବର୍ଣ୍ଣପୁର ପୋଲିସ

ଲୋକଙ୍କୁ ତ୍ବରିତ ନ୍ୟାୟ ଦେଇ ଏବେ ତରଭା ଥାନା ପାଲଟିଛି ଅନ୍ୟମାନଙ୍କ ପାଇଁ ଆଦର୍ଶ । ଫଳରେ ଥାନାକୁ ଆଣି ଦେଇଛି ବିରାଟ ସଫଳତା ।

ଫଟୋ ସୌଜନ୍ୟ: ପ୍ରତିନିଧି, ସୁବର୍ଣ୍ଣପୁର
author img

By

Published : Aug 9, 2019, 5:11 AM IST

ସୁବର୍ଣ୍ଣପୁର: ରାଜ୍ୟର ମାନ ରଖିଲା ସୁବର୍ଣ୍ଣପୁର ଜିଲ୍ଲା । ଲୋକଙ୍କୁ ଆଇନ ସେବା ଯୋଗାଇ ଦେବା କ୍ଷେତ୍ରରେ ସାରା ଦେଶରେ ଚମକିଲା ସୁବର୍ଣ୍ଣପୁର । ଯାହା କେବେ ଆଶା ନଥିଲା ତାହା କରି ଦେଖାଇଲେ ସୁବର୍ଣ୍ଣପୁର ଜିଲ୍ଲା ତରଭା ଥାନା କର୍ତ୍ତୃପକ୍ଷ । କାରଣ ସୁବର୍ଣ୍ଣପୁର ତରଭା ଥାନା ସାରା ଦେଶରେ ଶ୍ରେଷ୍ଠ ଦଶ ଗୋଟି ଥାନା ମଧ୍ୟରେ ଚତୁର୍ଥ ସ୍ଥାନ ଅଧିକାର କରିଛି । ଯାହା ଖାଲି ତରଭା କି ସୁବର୍ଣ୍ଣପୁର ନୁହେଁ ସାରା ରାଜ୍ୟ ପାଇଁ ଗର୍ବର ବିଷୟ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ସୁବର୍ଣ୍ଣପୁର

ବ୍ୟୁରୋ ଅଫ ପୋଲିସ ରିସର୍ଚ୍ଚ ଡେଭେଲପମେଣ୍ଟ ଆଣ୍ଡ କ୍ବାଲିଟି କାଉନସିଲ ଅଫ ଇଣ୍ଡିଆ ପକ୍ଷରୁ କରାଯାଇଥିବା ସର୍ଭେ ଅନୁସାରେ ସାରା ଦେଶରେ ତରଭା ଥାନା ଶ୍ରେଷ୍ଠ 10ଟି ଥାନା ତାଲିକାରେ ସ୍ଥାନ ପାଇଛି । ଗୃହ ମନ୍ତ୍ରଣାଳୟର ସର୍ଭେ ରିପୋର୍ଟ ମୁତାବକ ତରଭା ଥାନାକୁ ପୁରଷ୍କୃତ କରାଯାଇଛି । ସର୍ବ ଭାରତୀୟସ୍ତରରେ 2018 ମସିହାରେ ହୋଇଥିବା ଏହି ସର୍ଭେରେ ବିଭିନ୍ନ ଦିଗକୁ ନେଇ ମୂଲ୍ୟାୟନ କରାଯାଇଥିଲା । ସେହି ଅନୁସାରେ ତରଭା ଥାନା ଶ୍ରେଷ୍ଠ 10ଟି ଥାନା ମଧ୍ୟରେ ସ୍ଥାନ ପାଇବା ସହ ଜିଲ୍ଲାର ଗୌରବ ବଢାଇଛି ।

ତରଭା ଥାନା ଅଧିକାରୀଙ୍କ କହିବା ଅନୁସାରେ ଥାନା ପକ୍ଷରୁ ଲୋକଙ୍କୁ ଠିକ ଭାବେ ନ୍ୟାୟ ଦେବା ପାଇଁ ଯୋଜନାବଦ୍ଧ କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯାଇଥିଲା । ପ୍ରଥମେ ଜନତା ଓ ପୋଲିସଙ୍କ ମଧ୍ୟରେ ସୁ-ସଂପର୍କ ସ୍ଥାପନ ପାଇଁ ଉଦ୍ୟମ କରାଯାଇଥିଲା । ଏହାପରେ ‘ଆମ ପୋଲିସ’ ସମିତି ଗଠନ କରାଯାଇ ବରିଷ୍ଠ ନାଗରିକ , ବୁଦ୍ଧିଜିବୀ , ଆଇନଜିବୀ ଓ ସାମ୍ବାଦିକମାନଙ୍କୁ ନେଇ ବିଭିନ୍ନ ସମୟରେ ବୈଠକ ଆୟୋଜିତ କରାଯାଇଥିଲା । ଏହି ବୈଠକରେ ତରଭା ଅଞ୍ଚଳର ବିଭିନ୍ନ ସମସ୍ୟା ଓ ଗାଁମାନଙ୍କରେ ଉପୁଜୁଥିବା ବିବାଦର ସମାଧାନ ପାଇଁ ଉଦ୍ୟମ କରାଯାଇଥିଲା । ପୁଣି ‘ଜନମୈତ୍ରୀ ’ କାର୍ଯ୍ୟକ୍ରମ ମାଧ୍ୟମରେ ଥାନା ଅଧିନରେ ଥିବା ପ୍ରତ୍ୟେକ ଗାଁରେ ସ୍ବେଛାସେବୀ କମିଟି ଗଠନ କରାଯାଇ ଶତାଧିକ ବିବାଦ ସମାଧାନ କରିବାରେ ତରଭା ପୋଲିସ ସକ୍ଷମ ହୋଇଥିଲା ।

ଏହି ସବୁ କାର୍ଯ୍ୟକ୍ରମ ମାଧ୍ୟମରେ ତରଭା ଥାନାକୁ ଏହି ସଫଳତା ମିଳିଛି । ସଫଳତା ପାଇଁ ଜିଲ୍ଲା ପୋଲିସ ଓ ତରଭା ଥାନା ଅଧିକାରୀ ଜିଲ୍ଲାବାସୀଙ୍କୁ ଶ୍ରେୟ ଦେଇଛନ୍ତି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

Intro:Body:

BLANK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.