ETV Bharat / state

ପୋଲିସ ଜୁଲମ ଉପରେ ସୁବର୍ଣ୍ଣପୁର ଏସପିଙ୍କ ପ୍ରତିକ୍ରିୟା

author img

By

Published : Sep 5, 2020, 3:30 PM IST

ବୀରମହାରାଜପୁରରେ ପୋଲିସ ପାଟ୍ରୋଲିଂ ସମୟରେ ଦୋକାନୀଙ୍କୁ ପୋଲିସ ଜୁଲମ ଘଟଣାରେ ସୁବର୍ଣ୍ଣପୁର ଏସପି ପ୍ରତିକ୍ରିୟା ରଖିଛନ୍ତି । ଏହି ଘଟଣାର ନିରପେକ୍ଷ ତଦନ୍ତ ପାଇଁ ଏକ ଡିଏସପିଙ୍କୁ ନିଯୁକ୍ତ କରିଥିବା ଏସପି କହିଛନ୍ତି । ଅଧିକ ପଢନ୍ତୁ...

ପୋଲିସ ଜୁଲମ ଉପରେ ସୁବର୍ଣ୍ଣପୁର ଏସପିଙ୍କ ପ୍ରତିକ୍ରିୟା
ପୋଲିସ ଜୁଲମ ଉପରେ ସୁବର୍ଣ୍ଣପୁର ଏସପିଙ୍କ ପ୍ରତିକ୍ରିୟା

ସୁବର୍ଣ୍ଣପୁର: ପୋଲିସ ଜୁଲମ ଉପରେ ଏସପିଙ୍କ ପ୍ରତିକ୍ରିୟା । ସୁବର୍ଣ୍ଣପୁର ଜିଲ୍ଲା ଏସପି ଦେବୀ ପ୍ରସାଦ ଦାସ ଗତକାଲି ବୀରମହାରାଜପୁରରେ ପୋଲିସ ଉପରେ ହୋଇଥିବା ଅଭିଯୋଗ ଉପରେ ନିଜ ପ୍ରତିକ୍ରିୟା ରଖିଛନ୍ତି ।

ସୂଚନାଥାଉକି ବୀରମହାରାଜପୁରରେ ପୋଲିସ ପାଟ୍ରୋଲିଂ ସମୟରେ ଦୋକାନୀ ପାଖକୁ ପହଞ୍ଚିବାବେଳେ ଦୋକାନୀ ଦୌଡି ପଳାଇଥିଲେ ଏବଂ ସେ ଦୌଡ଼ିବା ସମୟରେ ଝୁଣ୍ଟି ପଡିବାରୁ ଗରମ ତେଲ ଦୋକାନୀ ଉପରେ ଢାଳି ହୋଇଥିବା ଏସପି କହିଛନ୍ତି । ଏହି ଘଟଣା ସମ୍ପୂର୍ଣ୍ଣ ତଦନ୍ତ କରି ରିପୋର୍ଟ ପ୍ରଦାନ କରିବା ପାଇଁ ଜଣେ ଉଚ୍ଚପଦସ୍ଥ ପୋଲିସ ଅଧିକାରୀଙ୍କୁ ଦାୟିତ୍ବ ପ୍ରଦାନ କରାଯାଇଛି ବୋଲି ଏସପି କହିଛନ୍ତି । ପୋଲିସର ଜୁଲମକୁ ନେଇ ବୀର ମହାରାଜପୁରରେ ବ୍ୟାପକ ଉତ୍ତେଜନା ପ୍ରକାଶ ପାଇଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.