ETV Bharat / state

ଅଧାପନ୍ତରିଆ ହୋଇପଡି ରହିଛି ରିଂ ରୋଡ଼

author img

By

Published : Jul 1, 2021, 2:09 PM IST

ଅଧାପନ୍ତରିଆ ହୋଇ ପଡି ରହିଛି ସୁବର୍ଣ୍ଣପୁର ସହରର ରିଂ ରୋଡ ପ୍ରକଳ୍ପ। ଜାନୁୟାରୀ 2011ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୁବର୍ଣ୍ଣପୁର ସହରକୁ ଗସ୍ତରେ ଆସି ଏହି ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ । ଅଧିକ ପଢନ୍ତୁ...

ଅଧାପନ୍ତରିଆ ହୋଇ ପଡି ରହିଛି ରିଂ ରୋଡ଼
ଅଧାପନ୍ତରିଆ ହୋଇ ପଡି ରହିଛି ରିଂ ରୋଡ଼

ସୁବର୍ଣ୍ଣପୁର: ଅଧାପନ୍ତରିଆ ହୋଇପଡି ରହିଛି ସୁବର୍ଣ୍ଣପୁର ସହରର ରିଂ ରୋଡ ପ୍ରକଳ୍ପ। ଆଜକୁ ଏକ ଦଶନ୍ଧିରୁ ଅଧିକ ସମୟ ହେଲା ରିଂ ରୋଡ କାର୍ଯ୍ୟ ସଂପୂର୍ଣ୍ଣ ହୋଇ ପାରିନାହିଁ । ଏହି ଐତିହାସିକ ସହରକୁ ମହାନଦୀ ଓ ତେଲନଦୀର ବନ୍ୟା ଦାଉରୁ ସୁରକ୍ଷା ଦେବା ସହିତ ଐତିହ୍ୟ ସଂପନ୍ନ ଶୈବପୀଠଗୁଡିକୁ ସୁରକ୍ଷା ଦେବା ପାଇଁ ଏହି ପ୍ରକଳ୍ପ ଆରମ୍ଭ କରାଯାଇଥିଲା ।

ଅଧାପନ୍ତରିଆ ହୋଇ ପଡି ରହିଛି ରିଂ ରୋଡ଼

ଜାନୁୟାରୀ 2011ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୁବର୍ଣ୍ଣପୁର ସହରକୁ ଗସ୍ତରେ ଆସି ଏହି ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ । ପ୍ରାୟ 21 କୋଟି 74 ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଏହି ବନ୍ଧ ନିର୍ମାଣ କରିବା ପାଇଁ ଯୋଜନା କରାଯାଇଥିଲା । ହେଲେ ଦଶନ୍ଧି ପରେ ବି ପ୍ରକଳ୍ପର 50 ପ୍ରତିଶତ କାର୍ଯ୍ୟ ସଂପୂର୍ଣ୍ଣ ହୋଇ ପାରିନାହିଁ ।

ପ୍ରାୟ ଛଅ କିଲୋମିଟର ଶହେ ଅଠର ମିଟର ରାସ୍ତା ନିର୍ମାଣ କାର୍ଯ୍ୟ ଏକ ପ୍ରକାର ଶେଷ ହୋଇଥିବା ବେଳେ ମହାନଦୀର ମଧ୍ୟ ଭାଗରେ ନିର୍ମାଣ ହେବାକୁ ଥିବା ଏକ ପୋଲର କାର୍ଯ୍ୟ ଆରମ୍ଭ କରାଯାଇ ପାରିନାହିଁ । ଆରମ୍ଭରୁ ଜଳସେଚନ ବିଭାଗ ଏହାର କାର୍ଯ୍ୟ କରୁଥିବା ବେଳେ ଏବେ ଜିଲ୍ଲା ଗୃହ ଓ ପୂର୍ତ୍ତ ବିଭାଗ ଏହାର ନିର୍ମାଣ ଦାୟିତ୍ବ ନେଇଛି ।

ତେବେ ପ୍ରକଳ୍ପ କାର୍ଯ୍ୟ ଧିରେ ଧିରେ ହେଉ ଥିବାରୁ ସହରବାସୀଙ୍କ ଭିତରେ ଅସନ୍ତୋଷ ଦେଖାଦେଇଛି । ଜିଲ୍ଲା ବିଜେପି ଏହି ପ୍ରକଳ୍ପ କାର୍ଯ୍ୟକୁ ନେଇ ନିନ୍ଦା କରିବା ସହିତ ତୁରନ୍ତ ଏହା ସଂପୂର୍ଣ୍ଣ ନ କଲେ ଆଇନ ଅମାନ୍ୟ ଆନ୍ଦୋଳନ କରିବେ ବୋଲି ଧମକ ଦେଇଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.