ETV Bharat / state

ସୁବର୍ଣ୍ଣପୁରରେ ଲକଡାଉନ ଭଙ୍ଗ; ଜିଲ୍ଲା ସୀମା ସିଲ କଲା ପୋଲିସ

author img

By

Published : Mar 25, 2020, 9:17 PM IST

ସୁବର୍ଣ୍ଣପୁରରେ ଲକଡାଉନ ଭଙ୍ଗ । ଏସପିଙ୍କ ନେତୃତ୍ବରେ ପୋଲିସର ସହର ସାରା ପଇଁତରା । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

Subarnapur police
Subarnapur police

ସୁବର୍ଣ୍ଣପୁର: ମହାମାରୀ କୋରୋନା ମୁକାବିଲା ପାଇଁ ସାରା ଦେଶରେ ଜାରି ହୋଇଛି ଲକଡାଉନ । ଫଳରେ ପୋଲିସ ପ୍ରଶାସନ ଲକଡାଉନକୁ ସଫଳ କରିବ ପାଇଁ ଆରମ୍ଭ କରିଛି ଯୋରଦାର ଅଭିଯାନ । ଯେଉଁଥିରେ ସୁବର୍ଣ୍ଣପୁର ପୋଲିସ ମଧ୍ୟ ପଛରେ ପଡିନାହିଁ ।

ସୁବର୍ଣ୍ଣପୁରରେ ଲକଡାଉନ ଭଙ୍ଗ; ଜିଲ୍ଲା ସୀମା ସିଲ କଲା ପୋଲିସ

କୋରୋନାକୁ ନେଇ ସାରା ରାଜ୍ୟରେ ଲକଡାଉନ ଘୋଷଣାକୁ ନେଇ ଆଜି ( ବୁଧବାର) ସୁବର୍ଣ୍ଣପୁର ପୋଲିସ ସକାଳ ଆରମ୍ଭ କରିଥିଲା ସ୍ବତନ୍ତ୍ର ଅଭିଯାନ । ଆରକ୍ଷୀ ଅଧିକ୍ଷକ ଦେବୀ ପ୍ରସାଦ ଦାସଙ୍କ ନେତୃତ୍ବରେ ଏକ ଟିମ ସହର ସାରା ପଇଁତରା ମାରିଥିଲା । ଲକଡାଉନ ଉଲଘଂନ ଅଭିଯୋଗରେ ପୋଲିସ ମଝିପଡାରେ ଦୁଇଟି ଚା’ ଦୋକାନ କୁ ସିଲ କରିବା ସହ ଗ୍ରାହକ ଓ ଦୋକାନୀଙ୍କ ନାମରେ ମାମଲା ରୁଜୁ କରିଛି ।

ଏହାବାଦ ଜିଲ୍ଲାର ସମସ୍ତ ପ୍ରବେଶ ପଥ ସିଲ କରି କୌଣସି ବାହାର ଗାଡିକୁ ଜିଲ୍ଲା ଭିତରକୁ ପ୍ରବେଶ କରିବାକୁ ଦେଉନାହିଁ । କେବଳ ଜରୁରୀ କାଳୀନ ଗାଡି ମୋଟର ଓ ବିଭିନ୍ନ ଅତ୍ୟାବଶ୍ୟକ ସାମଗ୍ରୀ ନେଇ ଆସୁଥିବା ଗାଡିକୁ ଜିଲ୍ଲା ଭିତରକୁ ଆସିବା ପାଇଁ ଅନୁମତି ପ୍ରଦାନ କରାଯାଉଛି । ତେବେ ଜିଲ୍ଲାରେ ସମସ୍ତ ଅତ୍ୟାବଶ୍ୟକ ସେବାକୁ ଏହି ଲକଡାଉନରୁ ବାଦ ଦିଆଯାଇଛି । କୌଣସି ବ୍ୟକ୍ତି ବିଶେଷ କିମ୍ବା ଅନୁଷ୍ଠାନ ଲକଡାଉନ ଉଲଘଂନ କଲେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଆରକ୍ଷୀ ଅଧୀକ୍ଷକ କହିଛନ୍ତି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.