ETV Bharat / state

କୋରୋନା ସଚେତନତା ସୃଷ୍ଟି କରୁଛି ସୁବର୍ଣ୍ଣପୁର ପୋଲିସ

author img

By

Published : Mar 31, 2020, 5:29 PM IST

ସାରା ଦେଶ ମହାମାରୀ କୋରୋନାର ମୁକାବିଲା କରୁଛି । କେଉଁଠି ସତର୍କତା ତ କେଉଁଠି ସଚେତନତା । ଏଥିରେ ବାଦ ପଡିନାହିଁ ସୁବର୍ଣ୍ଣପୁର ପୋଲିସ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

Subarnapur Police
Subarnapur Police

ସୁବର୍ଣ୍ଣପୁର: ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ସାରା ଜିଲ୍ଲାକୁ ଲକଡାଉନ କରାଯାଇଛି । ଖାଲି ଲକଡାଉନକୁ କଡାକଡି ପାଳନ କରାଯାଉଛି ତାହା ନୁହେଁ । ଲୋକଙ୍କ ଭିତରେ ମାରାତ୍ମକ କୋରୋନା ଉପରେ ପୋଲିସ କର୍ମଚାରୀମାନେ ସଚେତନତା ମଧ୍ୟ ସୃଷ୍ଟି କରୁଛନ୍ତି । ଆଜି ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କ ନେତୃତ୍ବରେ ଏକ ପୋଲିସ ଦଳ ସହରର ମଙ୍ଗଳବାର ସାପ୍ତାହିକ ବଜାରରେ ହାତ ଧୋଇବା କାର୍ଯ୍ୟକ୍ରମ କରିଛନ୍ତି । ବଜାରକୁ ଆସୁଥିବା ଗ୍ରାହକ ଓ ବ୍ୟବସାୟୀ ମାନଙ୍କୁ ପନିପରିବା ଆଦି କିଣାବିକା ସାରିବା ପରେ ହାତଧୋଇ ଘରକୁ ଯିବା ପାଇଁ ପରାମର୍ଶ ଦେଇଛନ୍ତି ।

କୋରୋନା ସଚେତନତା ସୃଷ୍ଟି କରୁଛି ସୁବର୍ଣ୍ଣପୁର ପୋଲିସ

ସେହିପରି ସଦର ବ୍ଳକର ସିଆଲଜୁଲୀ ସାପ୍ତାହିକ ବଜାରରେ ବି ଜନସାଧାରଣଙ୍କ ଭିତରେ ସଚେତନତା ସୃଷ୍ଟି କରାଯାଇଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.