ETV Bharat / state

ସୁବର୍ଣ୍ଣପୁର ପୋଲିସ କବ୍ଜାରେ ଆନ୍ତଃରାଜ୍ୟ ବିଦେଶୀ ମଦ ଲୁଟ୍‌ ଗ୍ୟାଙ୍ଗ୍‌

author img

By

Published : May 30, 2022, 3:34 PM IST

ବିଦେଶୀ ମଦ ଲୁଟ ଗ୍ୟାଙ୍ଗକୁ ଧରିବାରେ ସକ୍ଷମ ହୋଇଛି ସୁବର୍ଣ୍ଣପୁର ଜିଲ୍ଲା ପୋଲିସ । ଗତ ୧୯ ତାରିଖ ରାତିରେ ଏହି ଗ୍ୟାଙ୍ଗର ଲୁଟେରାମାନେ ତରଭାର ଏକ ବିଦେଶୀ ମଦ ଦୋକାନରୁ ସଟର କାଟି ୧୫୨ କାର୍ଟୁନ ବିଦେଶୀ ମଦ ଲୁଟ୍‌ କରିଥିଲେ । ଜବତ ମଦ ସହ ଗ୍ୟାଙ୍ଗର ୨ଜଣଙ୍କୁ ପୋଲିସ ଗିରଫ କରିଛି । ଅଧିକ ପଢ଼ନ୍ତୁ

police arrested to interstate foreign liquor gang in subarnapur
ଅନ୍ତଃରାଜ୍ୟ ବିଦେଶୀ ମଦ ଲୁଟ ଗ୍ୟାଙ୍ଗକୁ ଧରିଲା ପୋଲିସ

ସୁବର୍ଣ୍ଣପୁର: ଆନ୍ତଃରାଜ୍ୟ ବିଦେଶୀ ମଦ ଲୁଟ ଗ୍ୟାଙ୍ଗକୁ ଧରିବାରେ ସକ୍ଷମ ହୋଇଛି ସୁବର୍ଣ୍ଣପୁର ଜିଲ୍ଲା ପୋଲିସ । ଗତ ୧୯ ତାରିଖ ରାତିରେ ଏହି ଗ୍ୟାଙ୍ଗର ଲୁଟେରାମାନେ ତରଭାର ଏକ ବିଦେଶୀ ମଦ ଦୋକାନରୁ ସଟକ କାଟି ୧୫୨ କାର୍ଟୁନ ବିଦେଶୀ ମଦ ଲୁଟ୍‌ କରିଥିଲେ । ଜବତ ମଦ ସହ ଗ୍ୟାଙ୍ଗର ୨ଜଣଙ୍କୁ ପୋଲିସ ଗିରଫ କରିଛି । ଗ୍ୟାଙ୍ଗରେ ପାଞ୍ଚଜଣ ଲୁଟେରା ଥିବା ବେଳେ ଅନ୍ୟମାନଙ୍କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି ଜିଲ୍ଲା ଆରକ୍ଷୀ ଅଧିକ୍ଷକ(SP) କହିଛନ୍ତି ।

ଗିରଫ ଦୁଇଜଣ କଟକ ଜିଲ୍ଲାର ଭୋଲେଶ୍ବର ସାହୁ ଓ ଅନଗୁଳ ଜିଲ୍ଲାର ଗ୍ୟାଙ୍ଗ ମୁଖ୍ୟ ତଥା ଗାଡି ମାଲିକ ଆଶିଷ ଖିଲା ବୋଲି ଜଣାପଡିଛି । ପୋଲିସ ୧୩୪ କାର୍ଟୁନ ବିଭିନ୍ନ ପ୍ରକାରର ବିଦେଶୀ ମଦ ସହ ଗ୍ୟାସ୍‌ କଟର ଏବଂ ଏକ ପିକ-ଅପ୍‌ ଗାଡିକୁ ଜବତ କରିଛି । ଏହି ଲୁଟେରା ଗ୍ୟାଙ୍ଗ ଢେଙ୍କାନାଳ, ବୋଲଗଡ, ବେତନଟୀ, ଭୂବନ, ସମ୍ବଲପୁର ଓ କାନପୁର ପୋଲିସ ଷ୍ଟେସନ ଅଧୀନରେ ବିଦେଶୀ ମଦ ଲୁଟ୍‌ କରିବା ଘଟଣାରେ ସମ୍ପୃକ୍ତ ଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି । ଗିରଫ ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚାଲାଣ କରାଯିବା ନେଇ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

ଇଟିଭି ଭାରତ, ସୁବର୍ଣ୍ଣପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.