ETV Bharat / state

ହରଡଖୋଲର ମନୋଜ ଆକ୍ରମଣ ଘଟଣା, ୫ ଜଣକୁ ବାନ୍ଧିଲା ପୋଲିସ

ହରଡଖୋଲର ମନୋଜ କୁମାର ପୁରୋହିତଙ୍କୁ ଆକ୍ରମଣ ଘଟଣାରେ ସଦର ଟାଉନ ଥାନା ପୋଲିସକୁ ବଡ ସଫଳତା । ୫ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଲା ପୋଲିସ । ଅଧିକ ପଢନ୍ତୁ

ହରଡଖୋଲର ମନୋଜ ଆକ୍ରମଣ ଘଟଣା
ହରଡଖୋଲର ମନୋଜ ଆକ୍ରମଣ ଘଟଣା
author img

By

Published : Aug 4, 2022, 8:22 PM IST

ସୁବର୍ଣ୍ଣପୁର: ସଦର ଟାଉନ ଥାନା ପୋଲିସକୁ ବଡ ସଫଳତା । ହରଡଖୋଲର ମନୋଜ କୁମାର ପୁରୋହିତଙ୍କୁ ଆକ୍ରମଣ ଘଟଣାରେ ୫ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଲା ପୋଲିସ । ଏହାସହ ସୋମାନଙ୍କ ଠାରୁ ଆଇରନ ରଡ, ହକି ଷ୍ଟିକ ସହ ୫ଟି ମୋବାଇଲ ଜବତ କରିଛି ପୋଲିସ ।

ହରଡଖୋଲର ମନୋଜ ଆକ୍ରମଣ ଘଟଣା

ସୂଚନା ଅନୁସାରେ, ଗତ ୧ ତାରିଖରେ ହରଡଖୋଲର ମନୋଜ କୁମାର ପୁରୋହିତ ନାମକ ଜଣେ ଯୁବକଙ୍କୁ ଆକ୍ରମଣ କରିବା ସହ ତେଲନଦୀ ବ୍ରିଜକୁ ନେଇ ଫିଙ୍ଗି ଦେବାର ଉଦ୍ୟମ କରିଥିଲେ । ଏହାସହ ମନୋଜ ପାଖରୁ ତିନି ହଜାର ଟଙ୍କା ମଧ୍ୟ ଛଡାଇ ଆଣିଥିଲେ । ଏନେଇ ଥାନାରେ ଅଭିଯୋଗ ହେବା ପରେ ପୋଲିସ ତଦନ୍ତ କରି ପାଞ୍ଚ ଜଣକୁ ଗିରଫ କରିବାରେ ସଫଳ ହୋଇଛି । ଏହି ଅଭିଯୁକ୍ତମାନେ ବିଭିନ୍ନ ଅସାମାଜିକ ଓ ବେଆଇନ କାର୍ଯ୍ୟରେ ଲିପ୍ତ ଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ଅଭିଯୁକ୍ତମାନେ ହେଲେ ସହରର ପଟାଭାଡିର ଶଶାଙ୍କ ମିଶ୍ର, ବାଲିଯୋରୀ ଗାଁର ପୁରୁଷୋତ୍ତମ ସୁନା, ସହରର ସୁନିଲ ଏଲିଆସ , ସୟଦ ନସିବ ଓ ଇନ୍ଦ୍ରଜିତ ସାହୁ ବୋଲି ଏସପି ସୂଚନା ଦେଇଛନ୍ତି ।

ଏନେଇ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା କହିଛନ୍ତି ଯେ, "ଦୁର୍ବୁତ୍ତମାନେ ବିଭିନ୍ନ ଡକାୟତି କାର୍ଯ୍ୟରେ ସଂପୃକ୍ତ ଥିବାବେଳେ ପୋଲିସକୁ ପୀଡିତ ଲୋକେ ରିପୋର୍ଟ ଦେଉ ନାହାନ୍ତି । ଜନସାଧାରଣ ଭୟଭୀତ ନହୋଇ ପୋଲିସକୁ ଜଣାନ୍ତୁ । ତେବେ ଗତ 1 ତାରିଖ ଘଟଣାରେ ଅଭିଯୁକ୍ତମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ।"

ଇଟିଭି ଭାରତ, ସୁବର୍ଣ୍ଣପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.