ETV Bharat / state

ଲୋକଙ୍କ ଦାବି ପ୍ରତି ନାହିଁ ନିଘା, ପରିବର୍ତ୍ତନ ହେଲାନି ରେଳ ଷ୍ଟେସନର ନାଁ - subarnapur locals protest

ସୁବର୍ଣ୍ଣପୁର ଜିଲ୍ଲାର ସଦର ଥାନା ଅନ୍ତର୍ଗତ ନରସିଂହଗଡ ଗାଁ ଲୋକେ ଷ୍ଟେସନ ନାମକରଣକୁ ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ନୀରବ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଅଧିକ ପଢନ୍ତୁ

villagers protest
villagers protest
author img

By

Published : Jun 19, 2023, 10:47 AM IST

villagers protest

ସୁବର୍ଣ୍ଣପୁର: ଖୋର୍ଦ୍ଧା-ବଲାଙ୍ଗୀର ରେଳ ପ୍ରକଳ୍ପ ଷ୍ଟେସନ ନାମକରଣକୁ ନେଇ ବିକ୍ଷୋଭ । ସୁବର୍ଣ୍ଣପୁର ଜିଲ୍ଲାର ସଦର ଥାନା ଅନ୍ତର୍ଗତ ନରସିଂହଗଡ ଗାଁ ଲୋକେ ଷ୍ଟେସନ ନାମକରଣକୁ ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ନୀରବ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଗାଁ ଦେଇ ଏହି ରେଳ ଲାଇନ ଯାଉଥିବା ବେଳେ ରେଳ ଷ୍ଟେସନ ନାମକରଣକୁ ନେଇ ଗାଁ ଲୋକଙ୍କ ଭିତରେ ଅସନ୍ତୋଷ ଦେଖା ଦେଇଛି ।

ତେବେ ଜିଲ୍ଲାରେ ପ୍ରାୟ 33 କିଲୋମିଟର ରେଳ ଲାଇନ ଯାଉଥିବା ବେଳେ ପ୍ରତି 11 କିଲୋମିଟର ବ୍ୟବଧାନରେ ଏକ ରେଳ ଷ୍ଟେସନ ନିର୍ମାଣ କରାଯାଉଛି । ଜିଲ୍ଲାର ଝାର ତରଭା, ଖମ୍ବେଶ୍ବରୀ ପାଲି ଓ ସଦର ସୁବର୍ଣ୍ଣପୁରରେ ଷ୍ଟେସନ ନିର୍ମାଣ ଚାଲିଛି । ଏନେଇ ନରସିଂହଗଡ ଗାଁ ପାର୍ଶ୍ବ ଦେଇ ଯାଉଥିବା ଏହି ରେଳ ଲାଇନର ଷ୍ଟେସନ ନାଁ ଖମ୍ବେଶ୍ବରୀ ପାଲି ଥିବା ବେଳେ ଗାଁ ନାମ ଅନୁଯାୟୀ ନରସିଂହଗଡ ରେଳ ଷ୍ଟେସନ ରଖିବା ପାଇଁ ଦାବି କରିଛନ୍ତି ଗ୍ରାମବାସୀ ।

ଏହି ରେଳ ଲାଇନ ପାଇଁ ଗାଁର ଅନେକ ପ୍ରଜା ନିଜ ନିଜ ଚାଷଜମି ରେଳ ବିଭାଗକୁ ହସ୍ତାନ୍ତର କରିଛନ୍ତି । ହସ୍ତାନ୍ତର କରିଥିବା ଚାଷଜମିର ମୂଲ୍ୟ ବି ପ୍ରଜାମାନେ ପାଇଛନ୍ତି । ଏଥିସହ ଗାଁ ଲୋକେ ରେଳ ବିଭାଗକୁ ଜମି ହସ୍ତାନ୍ତର କରିବା ସମୟରେ ଜିଲ୍ଲା ପ୍ରଶାସନ ଓ ରେଳ ବିଭାଗ ପାଖରେ ଷ୍ଟେସନର ନାମକରଣକୁ ନେଇ ଦାବି ଉପସ୍ଥାପନ କରିଥିଲେ । ପରବର୍ତ୍ତୀ ସମୟରେ ଜିଲ୍ଲା ପ୍ରଶାସନ ମାଧ୍ୟମରେ ରେଳ ବିଭାଗ ଓ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ତେବେ ନରସିଂହଗଡ ଗାଁ ନିକଟରେ ରେଳ ଲାଇନ ପାଇଁ ରେଳଷ୍ଟେସନ କାର୍ଯ୍ୟ ଚାଲିଥିବା ବେଳେ ଗାଁ ଲୋକେ ବାରମ୍ବାର ରେଳ ବିଭାଗର ଦୃଷ୍ଟି ଆକର୍ଷଣ କରି ସରକାରୀ ଭାବେ ବିଜ୍ଞପ୍ତି ପ୍ରକାଶ କରିବା ପାଇଁ ଦାବି କରିଥିଲେ । ହେଲେ ରେଳ ବିଭାଗ ପ୍ରତିଶୃତି ଦେଇ ବି ନରସିଂହଗଡ ଗାଁ ନାମକୁ ନେଇ ଷ୍ଟେସନ ନାଁ ରଖି ନଥିବା ବେଳେ ତାହା ଖମ୍ବେଶ୍ବରୀପାଲି ଷ୍ଟେସନ ବୋଲି ନାଁ ରଖାଯାଇଥିବା ଅଭିଯୋଗ କରିଛନ୍ତି ।

ନାମ ପରିବର୍ତ୍ତନ ପାଇଁ ବାରମ୍ବାର ଦାବି ଆପତ୍ତି କରି ନିରାଶ ହେବା ପରେ ଗାଁ ଲୋକେ ନିକଟ ଅତୀତରେ ଏକତ୍ରିତ ହୋଇ ନବ ନିର୍ମାଣାଧିନ ଷ୍ଟେସନର କାର୍ଯ୍ୟକୁ ବନ୍ଦ କରି ଦେବା ସହିତ ଆନ୍ଦୋଳନ କରିଥିଲେ । ଗାଁର ଆବାଳ ବୃଦ୍ଧ ବନିତା ଷ୍ଟେସନ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଦାବି ପୂରଣ ନ ହେଲେ ଆଗକୁ ଭୟାବହ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଥିଲେ । ସେହିପରି ଆଜି ଉପେନ୍ଦ୍ର ମହାନନ୍ଦଙ୍କ ନେତୃତ୍ବରେ ନରସିଂହଗଡ ଗ୍ରାମ୍ୟ କମିଟି ରେଳ ଷ୍ଟେସନର ନାମ ପରିବର୍ତ୍ତନ କରି ତୁରନ୍ତ ସରକାରୀ ବିଜ୍ଞପ୍ତି ପ୍ରକାଶ କରିବା ପାଇଁ ଜିଲ୍ଲା ପ୍ରଶାସନ ଆଗରେ ନିଜ ଦାବି ଉପସ୍ଥାପନ କରିଛନ୍ତି । ଜିଲ୍ଲାପାଳ ରାଜସ୍ବ ଅଧିକାରୀଙ୍କୁ ରେଳଲାଇନ ଯାଉଥିବା ଅଞ୍ଚଳରେ ସର୍ଭେ କରିବା ସହ ଆବଶ୍ୟକ ନକ୍ସା ତିଆରି କରି ରେଳ ବିଭାଗ ଆଗରେ ଗାଁ ଲୋକଙ୍କ ଦାବି ଉପସ୍ଥାପନ କରିବେ ବୋଲି ଗାଁ ଲୋକଙ୍କୁ ପ୍ରତିଶୃତି ଦେଇଛନ୍ତି ।

ଇଟିଭି ଭାରତ, ସୁବର୍ଣ୍ଣପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.