ETV Bharat / state

ସୁବର୍ଣ୍ଣପୁର ଓକିଲ ସଂଘର ତିନିଦିନିଆ କଲମଛାଡ ଆନ୍ଦୋଳନ

author img

By

Published : Oct 27, 2022, 4:59 PM IST

ଜିଲ୍ଲା ଓକିଲ ସଂଘ ପକ୍ଷରୁ ଆଜିଠାରୁ ତିନି ଦିନ ପର୍ଯ୍ୟନ୍ତ କାର୍ଯ୍ୟବନ୍ଦ ଆନ୍ଦୋଳନ ଆରମ୍ଭ । ପ୍ରତିମାସର ଶେଷ ତିନୋଟି କାର୍ଯ୍ୟ ଦିବସରେ ଓକିଲମାନେ କଲମଛାଡ ଆନ୍ଦୋଳନ କରିବା ପାଇଁ ନିଷ୍ପତ୍ତି ହୋଇଛି । ଅଧିକ ପଢନ୍ତୁ

ଓକିଲଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଆରମ୍ଭ
ଓକିଲଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଆରମ୍ଭ

ସୁବର୍ଣ୍ଣପୁର: ଜୋର ଧରିଛି ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି । ଏନେଇ ସୁବର୍ଣ୍ଣପୁର ଜିଲ୍ଲା ଓକିଲ ସଂଘ ପକ୍ଷରୁ ଆଜିଠାରୁ ତିନି ଦିନ ପର୍ଯ୍ୟନ୍ତ କାର୍ଯ୍ୟବନ୍ଦ ଆନ୍ଦୋଳନ ଆରମ୍ଭ ହୋଇଛି । ପ୍ରତିମାସର ଶେଷ ତିନୋଟି କାର୍ଯ୍ୟ ଦିବସରେ ଓକିଲମାନେ କଲମଛାଡ ଆନ୍ଦୋଳନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଜିଲ୍ଲାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ଏହି ଆନ୍ଦୋଳନ କରାଯାଉଛି ।

ଓକିଲଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଆରମ୍ଭ

ଜିଲ୍ଲା ହାଇକୋର୍ଟ ବେଞ୍ଚ କ୍ରୀୟାନୁଷ୍ଠାନ କମିଟି ଓ ଜିଲ୍ଲା ଓକିଲ ସଂଘ ପରିଚାଳନା ପରିଷଦ ପକ୍ଷରୁ ବୈଠକରେ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ନ ହେବା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଜାରି ରଖିବାକୁ ନିଷ୍ପତ୍ତି ନିଆଯାଇଛି । ଏନେଇ ଏହି ଆନ୍ଦୋଳନକୁ ଆଗେଇ ନେବା ପାଇଁ ଜିଲ୍ଲା ଓକିଲ ସଂଘର ସଭାପତି ବିଧାନ ପାଣିଗ୍ରାହୀଙ୍କୁ ଦାୟୀତ୍ବ ପ୍ରଦାନ କରାଯାଇଛି । ଆଜି ଓକିଲମାନେ କୋର୍ଟକୁ ଆସିଥିବାବେଳେ କାର୍ଯ୍ୟବନ୍ଦ ଆନ୍ଦୋଳନ ଆରମ୍ଭ କରିଛନ୍ତି । ଜିଲ୍ଲାର ରାମପୁର, ବିନିକା, ଡୁଙ୍ଗୁରିପାଲି, ବୀରମହାରାଜପୁର ଓ ତରଭା ଓକିଲ ସଂଘ ଜିଲ୍ଲା ଓକିଲ ସଂଘର ଏହି ଆନ୍ଦୋଳନକୁ ସମର୍ଥନ କରିଛନ୍ତି ।

କାର୍ଯ୍ୟବନ୍ଦ ଆନ୍ଦୋଳନ କରୁଥିବା ଜିଲ୍ଲା ଓକିଲ ସଂଘ ସଭାପତି ବିଧାନ ପାଣିଗ୍ରାହୀ କହିଛନ୍ତି, "ସୁବର୍ଣ୍ଣପୁରରେ ହାଇକୋର୍ଟ ବେଞ୍ଚ ପାଇଁ ସମସ୍ତ ଉପଯୁକ୍ତ ଭିତ୍ତିଭୁମୀର ବ୍ୟବସ୍ଥା ରହିଛି । ଖୁବଶୀଘ୍ର ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଦାବି ଜଣାଇବୁ । ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ନ ହେବା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଜାରି ରହିବ । ତିନି ଦିନ କାର୍ଯ୍ୟବନ୍ଦ ମଧ୍ୟରେ ଗୋଟିଏ ଦିନ ବେଲ୍‌ କିମ୍ବା କୌଣସି ପ୍ରକାର ଜରୁରୀ ସେବା ହେବନାହିଁ । ଦୁଇଦିନ ଜରୁରୀ ସେବା ପାଇଁ ନିଷ୍ପତି ହୋଇଛି ।"

ଇଟିଭି ଭାରତ, ସୁବର୍ଣ୍ଣପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.