ETV Bharat / state

କରମସାନି ପର୍ବ ପାଳିତ

author img

By

Published : Sep 10, 2019, 6:10 PM IST

ସୁବର୍ଣ୍ଣପୁରରେ ମହାଆଡମ୍ବରରେ ପାଳିତ ହୋଇଛି କରମସାନି ପର୍ବ । ମାଁଙ୍କ ପୂଜାରେ ସାମିଲ ହେଲେ ହଜାର ହଜାର ଲୋକ ।

ଫଟୋ ସୌଜନ୍ୟ: ପ୍ରତିନିଧି, ସୁବର୍ଣ୍ଣପୁର

ସୁବର୍ଣ୍ଣପୁର: ପ୍ରକୃତି ପୂଜା, ମାଟି ମା' ସହିତ ବୃକ୍ଷ ଉପାସନା । ସୁବର୍ଣ୍ଣପୁର ଜିଲ୍ଲା ଆଦିବାସୀ ସମ୍ପ୍ରଦାୟର ଲୋକେ ପାଳନ କରି ଆସୁଥିବା ମା' କରମସାନି ପର୍ବରେ ପ୍ରତିଫଳିତ ହେଉଛି । କୃଷି ଭିତ୍ତିକ ଏହି ପର୍ବ ପାଳନ କଲେ ବର୍ଷର ଫସଲ ଭଲ ହେବା ସହିତ ଧନ, ଜନ, ଗୋପ ଓ ଲକ୍ଷ୍ମୀ ଚତୁଃବର୍ଗ ପ୍ରାପ୍ତି ହେବାର ବିଶ୍ବାସ ରହିଛି।

‘ତୁହି ମା' କରମସାନି ଅପୁତ୍ରିକ କେ ପୁତ୍ର ଦାନୀ । ’ ଭାଦ୍ରବ ମାସ ଶୁକ୍ଳ ଏକାଦଶୀ ତିଥିରେ ସୁବର୍ଣ୍ଣପୁର ଜିଲ୍ଲାର ପୁରପଲ୍ଲୀର ପ୍ରତିଟି ଆଦିବାସୀ ଗାଏ ଏହି ଗୀତ। କରମା ଡାଳକୁ ବରଣ କରି ଆଣି ପୂଜା ମଣ୍ଡପରେ ପ୍ରତିଷ୍ଠା କରିଥାନ୍ତି । ରାତିରେ ମା' କରମସାନିଙ୍କୁ ମଣ୍ଡପରେ ରଖି ସାତ ପ୍ରକାର ଫୁଲ, ସାତ ପ୍ରକାର ଫଳ, ଧୂପ, ଦୀପ ଓ ନୈବେଦ୍ୟ ଦେଇ ଆରାଧନା କରିଥାନ୍ତି ଆଦିବାସୀ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ସୁବର୍ଣ୍ଣପୁର

ଏହି ପର୍ବର ମୁଖ୍ୟ ଆକର୍ଷଣ ଧଙ୍ଗରା ଧାଙ୍ଗିରୀଙ୍କର କରମସାନି ନୃତ୍ୟ । ମାଦଲର ତାଳେ ତାଳେ କରମସାନି ନୃତ୍ୟରେ ମତୁଆଲା ହୋଇ ରାତିସାରା ନାଚିଥାନ୍ତି ଆଦିବାସୀ। କୃଷି ଭିତ୍ତିକ ଏହି ପର୍ବ ପାଳନ କଲେ ବର୍ଷସାରା ଅନ୍ନ ପ୍ରାପ୍ତିର ବିଶ୍ବାସ ରହିଛି।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

Intro:ପ୍ରକୃତି ପୂଜା , ମାଟି ମା ସହିତ ବୃକ୍ଷ ଉପାସନା ।ସୁବର୍ଣ୍ଣପୁର ଜିଲ୍ଲା ଆଦିବାସୀ ସମ୍ପ୍ରଦାୟର ଲୋକେ ପାଳନ କରି ଆସୁଥିବା ମା କରମସାନି ପର୍ବରେ ପ୍ରତିଫଳିତ ହେଉଛି।କୃଷି ଭିତ୍ତିକ ଏହି ପର୍ବ ପାଳନ କଲେ ବର୍ଷର ଫସଲ ଭଲ ହେବା ସହିତ ଧନ , ଜନ , ଗୋପ ଓ ଲଷ୍ମୀ ଚତୁର୍ବର୍ଗ ପ୍ରାପ୍ତି ହେବାର ବିଶ୍ୱାସ ରହିଛି।

Body:ତୁହି ମା କରମସାନି ଅପୁତ୍ରିକ କେ ପୁତ୍ର ଦାନୀ । ଭାଦ୍ରବ ମାସ ଶୁକ୍ଳ ଏକାଦଶୀ ତିଥିରେ ସୁବର୍ଣ୍ଣପୁର ଜିଲ୍ଲାର ପୁର ପଲ୍ଲୀର ପ୍ରତିଟି ଆଦିବାସୀ ଶୁଭେ ଏହି ଗୀତ।କରମା ଡାଳକୁ ବରଣ କରି ଆଣି ପୂଜା ମଣ୍ଡପରେ ପ୍ରତିଷ୍ଠା କରାଯାଏ।ରାତିରେ ମା କରମସାନିଙ୍କୁ ମଣ୍ଡପରେ ରଖି ସାତ ପ୍ରକାର ଫୁଲ , ସାତ ପ୍ରକାର ଫଳ , ଧୂପ , ଦୀପ ଓ ନୈବେଦ୍ୟ ଦେଇ ଆରାଧନା କାରିଥାନ୍ତି ଆଦିବାସୀମାନେ।

Conclusion:ଏହି ପର୍ବର ମୁଖ୍ୟ ଆକର୍ଷଣ ଧଙ୍ଗରା ଧାଙ୍ଗିରୀ ମାନଙ୍କର କରମସାନି ନୃତ୍ୟ।ମାଦଲର ତାଳେ ତାଳେ କରମସାନି ନୃତ୍ୟରେ ମତୁଆଲା ହୋଇ ରାତିସାରା ନାଚିଥାନ୍ତି ଆଦିବାସୀ ମାନେ।କୃଷି ଭିତ୍ତିକ ଏହି ପର୍ବ ପାଳନ କଲେ ବର୍ଷସାରା ଅନ୍ନ ପ୍ରାପ୍ତିର ବିଶ୍ୱାସ ରହିଛି।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା , ଇ ଟିଭି ଭାରତ।
ଏଡିଟିଙ୍ଗ ହୋଇ ସ୍ପେଶାଲ ପେକେଜ ଯାଇଛି।
ଦୁଇଟି ବ୍ରତଧାରୀଙ୍କ ବାଇଟ ଯାଇଛି।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.