ETV Bharat / state

ଲଙ୍କାପୋଡି ଉତ୍ସବ ପାଇଁ ସଜେଇ ହେଉଛି ସୁବର୍ଣ୍ଣପୁର

ଆଗକୁ ଆସୁଛି ଭାଦ୍ରବ ମାସ ସପ୍ତପୁରୀ ଅମାବାସ୍ୟା । ଏନେଇ ସହରରେ ପାଳିତ ହେବ ଐତିହାସିକ ବିଶ୍ବ ପ୍ରସିଦ୍ଧ ଲଙ୍କାପୋଡି ପର୍ବ । ଏହି ବିଶ୍ବ ପ୍ରସିଦ୍ଧ ପର୍ବକୁ ନେଇ ସହରବାସୀ ଉତ୍ସାହିତ ଥିବା ବେଳେ କୁମ୍ଭାର କାରିଗରମାନେ ଲାଗି ପଡିଛନ୍ତି ଖେଳ ସାମଗ୍ରୀ ତିଆରି କରିବାରେ ।

author img

By

Published : Aug 24, 2019, 10:40 PM IST

ଫଟୋ ସୌଜନ୍ୟ: ପ୍ରତିନିଧି, ସୁବର୍ଣ୍ଣପୁର

ସୁବର୍ଣ୍ଣପୁର: ଆଗକୁ ଆସୁଛି ଭାଦ୍ରବ ମାସ ସପ୍ତପୁରୀ ଅମାବାସ୍ୟା । ଏନେଇ ସହରରେ ପାଳିତ ହେବ ଐତିହାସିକ ବିଶ୍ବ ପ୍ରସିଦ୍ଧ ଲଙ୍କାପୋଡି ପର୍ବ । ଦିନ ବେଳା କାଠରେ ନିର୍ମିତ ହାତୀ ଘୋଡା ତ ସନ୍ଧ୍ୟାରେ ମାଟି ତିଆରି ଟେରାକୋଟା ହନୁମାନଙ୍କୁ ନେଇ ଚଳଚଞ୍ଚଳ ହେବ ଏହି ପର୍ବ । ଏହି ବିଶ୍ବପ୍ରସିଦ୍ଧ ପର୍ବକୁ ନେଇ ସହରବାସୀ ଉତ୍ସାହିତ ଥିବା ବେଳେ କୁମ୍ଭାର କାରିଗରମାନେ ଲାଗି ପଡିଛନ୍ତି ଖେଳ ସାମଗ୍ରୀ ତିଆରିରେ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ସୁବର୍ଣ୍ଣପୁର

ପଶ୍ଚିମ ଲଙ୍କା ବୋଲି କୁହାଯାଉଥିବା ସୁବର୍ଣ୍ଣପୁରରେ ପ୍ରତିବର୍ଷ ପାଳିତ ହୁଏ ଏହି ପର୍ବ । ସାରା ବିଶ୍ବରେ କେବଳ ଏହି ସହରରେ ହିଁ ରାମାୟଣ ବର୍ଣ୍ଣିତ ହନୁମାନଙ୍କର ଲଙ୍କାପୋଡି ଉତ୍ସବ ପାଳନ କରାଯାଏ । ମଧ୍ୟାହ୍ନରେ କାଠ ତିଆରି ହାତୀ ଘୋଡା ଆଦିକୁ ନେଇ ପୁଅମାନେ ଖେଳ ଖେଳନ୍ତି । ଅନ୍ୟପଟେ କୁନି କୁନି ଝିଅମାନେ ମାଟି ତିଆରି କାଣ୍ଢିକୁଞ୍ଚିକୁ ନେଇ ଖେଳ ଖେଳିଥାନ୍ତି । ଆଉ ସନ୍ଧ୍ୟାରେ ମାଟି ତିଆରି ଟେରାକୋଟା ହନୁମାନଙ୍କର ଲାଞ୍ଜରେ ନିଆଁ ଲଗାଇ ଆରମ୍ଭ ହୁଏ ଉତ୍ସବ ପାଳନ ।

ସାଧାରଣ ହନୁମାନଙ୍କଠାରୁ କିଛିଟା ଅଲଗା ଭାବେ ହାତରେ ତିଆରି ହୁଏ ମାଟିର ଟେରାକୋଟା ହନୁମାନ । ଯାହା ଏହି ପର୍ବର ମୁଖ୍ୟ ଆକର୍ଷଣ । ଏହି ପର୍ବରେ କୁନି ପୁଅ ଓ ଝିଅମାନଙ୍କ ପାଇଁ ଅଭିଭାବକମାନେ ନିଜକୁ ପ୍ରସ୍ତୁତ କରି ସାରିଛନ୍ତି । ଏହି ପର୍ବରେ ବ୍ୟବହାର ହେଉଥିବା କାଠ ଓ ମାଟି ତିଆରି ଖେଳ ସାମଗ୍ରୀ ବିକ୍ରିବଟାକୁ ନେଇ ବି ବେଶ ଖୁସି ଅଛନ୍ତି କାରିଗର ।

ବିଶ୍ବ ପ୍ରସିଦ୍ଧ ଏହି ଉତ୍ସବକୁ ଆଖିରେ ରଖି ବହୁ ପରିମାଣରେ କାରିଗରମାନେ ଖେଳ ସାମଗ୍ରୀ ତିଆରି କରିଛନ୍ତି । ଏହି ପର୍ବର ମୁଖ୍ୟ ଆକର୍ଷଣ ଲଙ୍କାପୋଡି ଉପଭୋଗ କରିବାକୁ ସନ୍ଧ୍ୟାରେ ଦେଖଣାହାରୀଙ୍କ ସଂଖ୍ୟା ବି ବଢିବାର ଆଶା କରାଯାଉଛି । ସାରା ପଶ୍ଚିମ ଓଡିଶାରେ ଏହି ପୁରା ଉଆଁସ ପର୍ବ ପାଳନ କରାଯାଏ । ହେଲେ ଏହି ଅମାବାସ୍ୟାର ଅନ୍ଧକାର ଭିତରେ ହନୁମାନଙ୍କର ଲଙ୍କାପୋଡି ସ୍ମୃତିକୁ ମନେ ପକାଇବା ପାଇଁ କାହିଁ କେଉଁ କାଳରୁ ସୁବର୍ଣ୍ଣପୁର ସହରରେ ହିଁ ପାଳିତ ହୋଇ ଆସୁଛି ଲଙ୍କାପୋଡି ପର୍ବ ।

ତେବେ ବୀରତ୍ବର ପ୍ରତୀକ ହନୁମାନଙ୍କର ସ୍ମୃତିର ଏହି ପର୍ବ ବାସ୍ତବରେ ବେଶ୍‌ ନିଆରା ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

Intro:ଏଙ୍କର-ଆଗକୁ ଆସୁଛି ଭାଦ୍ରବ ମାସର ସପ୍ତପୁରୀ ଅମାବାସ୍ୟା ।ଐତିହାସିକ ସୁବର୍ଣ୍ଣପୁରରେ ପାଳିତ ହେବ ବିଶ୍ବ ପ୍ରସିଦ୍ଧ ଲଂକାପୋଡି ପର୍ବ ।ଦିନବେଳା କାଠ ତିଆରି ହାତୀ ଘୋଡା ତ ସଂଧ୍ୟାରେ ମାଟି ତିଆରି ଟେରାକୋଟା ହନୁମାନକୁ ନେଇ ଏହି ପର୍ବ ।ଏହି ବିଶ୍ବ ପ୍ରସିଦ୍ଧ ପର୍ବକୁ ନେଇ ସହରବାସୀ ଉତ୍ସାହିତ ଥିବା ବେଳେ କୁମ୍ଭାର କାରିଗରମାନେ ଲାଗି ପଡିଛନ୍ତି ଖେଳ ସାମଗ୍ରୀ ତିଆରି କରିବାରେ ।ସାରା ସହର ହନୁମାନମୟ ହୋଇ ଉଠିଥିବା ବେଳେ ଧିରେ ଧିରେ ସହର ଉତ୍ସବ ମୁଖର ହୋଇ ଉଠୁଛି ।Body:ଭିଓ-1-ପଶ୍ଚିମ ଲଂକା ବୋଲି କୁହାଯାଉଥିବା ସୁବର୍ଣ୍ଣପୁରରେ ପ୍ରତିବର୍ଷ ପାଳିତ ହୁଏ ଲଂକାପୋଡି ପର୍ବ ।ସାରା ବିଶ୍ବରେ କେବଳ ଏହି ସହରରେ ହିଁ ରାମାୟଣ ବର୍ଣ୍ଣିତ ହନୁମାନର ଲଂକାପୋଡି ଉତ୍ସବ ପାଳନ କରାଯାଏ ।ମଧ୍ୟାନ୍ନରେ କାଠ ତିଆରି ହାତୀ ଘୋଡା ଆଦିକୁ ନେଇ ପୁଅମାନେ ଖେଳ ଖେଳୁଥିବା ବେଳେ କୁନି କୁନି ଝିଅମାନେ ମାଟି ତିଆରି କାଣ୍ଢିକୁଂଚିକୁ ନେଇ ଖେଳ ଖେଳିଥାନ୍ତି ।ସଂଧ୍ୟାରେ ମାଟି ତିଆରି ଟେରାକୋଟା ହନୁମାନର ଲାଂଜରେ ନିଆଁ ଲଗାଇ ଏହି ଉତ୍ସବ ପାଳନ କରାଯାଏ ।ସାଧାରଣ ହନୁମାନଠାରୁ କିଛିଟା ଅଲଗା ଭାବେ ତିଆରି ମାଟିରେ ହାତ ତିଆରି ଟେରାକୋଟା ହନୁମାନ ଏହି ପର୍ବର ମୁଖ୍ୟ ଆକର୍ଷଣ ।
ବାଇଟ-1-ବିଦେଶୀ ରଣା ,ମାଟି କାରିଗର,,ସୁବର୍ଣ୍ଣପୁର । (କାନ୍ଧରେ ଗାମୁଛା )
ବାଇଟ-2-ଅଖୁଜ ରଣା ,ମାଟି କାରିଗର ,ସୁବର୍ଣ୍ଣପୁର ।
ଭିଓ-2-ଏହି ପର୍ବରେ କୁନି ପୁଅଝିଅଙ୍କ ପାଇଁ ଅଭିଭାବକମାନେ ନିଜକୁ ପ୍ରସ୍ତୁତ କରିସାରିଛନ୍ତି ।ଏହି ପର୍ବରେ ବ୍ୟବହାର ହେଉଥିବା କାଠ ଓ ମାଟି ତିଆରି ଖେଳ ସାମଗ୍ରୀ ବିକ୍ରିବଟାକୁ ନେଇ ବି ବେଶ ଖୁସି ଅଛନ୍ତି କାରିଗରମାନେ ।ଉତ୍ସବକୁ ଆଖି ଆଗରେ ରଖି ବହୁ ପରିମାଣରେ କାରିଗରମାନେ ଖେଳ ସାମଗ୍ରୀ ତିଆରି କରିଛନ୍ତି ।ଏହି ପର୍ବର ମୁଖ୍ୟ ଆକର୍ଷଣ ଲଂକାପୋଡି ଉପଭୋଗ କରିବାକୁ ସଂଧ୍ୟାରେ ପର୍ଯ୍ୟଟକଙ୍କ ସଂଖ୍ୟା ବି ବଢିବାର ଆଶା କରାଯାଉଛି ।
ବାଇଟ-3-ଶ୍ୟାମା ଓଁ ପ୍ରସାଦ ମିଶ୍ର ,ଲୋକ ସଂସ୍କୃତ ଗବେଷକ ,ସୁବର୍ଣ୍ଣପୁର ।(ସମ୍ବଲପୁରୀ ସାର୍ଟ)Conclusion:ଫାଭିଓ-ସାରା ପଶ୍ଚିମ ଓଡିଶାରେ ଏହି ପୁରା ଉଆଁସ ପର୍ବ ପାଳନ କରାଯାଏ ।ହେଲେ ଏହି ଅମାବାସ୍ୟାର ଅଂଧକାର ଭିତରେ ହନୁମାନର ଲଂକାପୋଡି ସୃତିକୁ ମନେ ପକାଇବା ପାଇଁ କାହିଁ କେତେ ଦିନରୁ କେବଳ ସୁବର୍ଣ୍ଣପୁର ସହରରେ ହିଁ ପାଳିତ ହୋଇ ଆସୁଛି ଲଂକାପୋଡି ପର୍ବ ।ବୀରତ୍ବର ପ୍ରତୀକ ହନୁମାନଙ୍କ ସୃତିର ଏହି ପର୍ବ ବାସ୍ତବରେ ନିଆରା ।ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା ,ଇ ଟିଭି ଭାରତ ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.