ETV Bharat / state

ରବି ଋତୁ ଧାନକ୍ରୟରେ ଅବ୍ୟବସ୍ଥା, ଜିଲ୍ଲା କୃଷକ ସଂଗଠନର ବିକ୍ଷୋଭ ପ୍ରଦର୍ଶନ

ସୁବର୍ଣ୍ଣପୁର ଜିଲ୍ଲା କୃଷକ ସଂଗଠନର ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ରବି ଋତୁ ଧାନକ୍ରୟରେ ଅବ୍ୟବସ୍ଥା ଯୋଗୁଁ ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଉଛି । ଅଧିକ ପଢନ୍ତୁ

author img

By

Published : May 24, 2022, 5:00 PM IST

f
ରବି ଋତୁ ଧାନକ୍ରୟରେ ଅବ୍ୟବସ୍ଥା, ଜିଲ୍ଲା କୃଷକ ସଂଗଠନର ବିକ୍ଷୋଭ ପ୍ରଦର୍ଶନ

ସୁବର୍ଣ୍ଣପୁର: ଜିଲ୍ଲା କୃଷକ ସଂଗଠନ ପକ୍ଷରୁ ସ୍ଥାନୀୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ କାର୍ଯ୍ୟାଳୟରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଚାଷୀଙ୍କ ସମସ୍ୟା ସମାଧାନ ପାଇଁ ସଂଗଠନ ପକ୍ଷରୁ ଏକ ୮ ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରାଯାଇଛି । ଚଳିତ ରବି ଋତୁ ଧାନକ୍ରୟରେ ଅବ୍ୟବସ୍ଥା ହେଉଥିବା ଉପରେ ଜିଲ୍ଲା ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ଅଧିକାରୀଙ୍କ ନିକଟରେ ଲିଖିତ ଅଭିଯୋଗ ହୋଇଛି ।

ଚଳିତ ରବି ଋତୁ ଧାନ କିଣା ପ୍ରକ୍ରିୟାରେ ଜିଲ୍ଲାର କୃଷକ ସଂଗଠନକୁ ଅଣଦେଖା କରିବା ସହିତ ବିଭିନ୍ନ ଆଳ ଦେଖାଇ ଧାନ କ୍ବିଣ୍ଟାଲ ପ୍ରତି ୪ରୁ ୫ କେଜି କଟନୀ ଛଟନୀ କରୁଥିବା ଅଭିଯୋଗ କରିଛନ୍ତି । ଏପରିକି ରବି ଋତୁ ଧାନ କିଣା ପ୍ରକ୍ରିୟା 24 ଦିନ ପାଇଁ ଥିବା ବେଳେ ଏହାକୁ ଵୃଦ୍ଧି କରିବା, ପଞ୍ଜୀକୃତ କରିଥିବା ଚାଷୀଙ୍କ ଟୋକନ ନ ଆସିଥିଲେ ତାକୁ ଲେପ୍ସ ନ କରିବା, ମଣ୍ଡିଗୁଡିକର ଭିତ୍ତିଭୂମିର ବିକାଶ କରିବା ତଥା ପ୍ରାକୃତିକ ବିପର୍ଯ୍ୟୟରେ କ୍ଷତିପୂରଣ ଦେବା ପାଇଁ ଚାଷୀ ସଂଗଠନ ପକ୍ଷରୁ ଦାବି କରାଯାଇଛି ।

ଏହି ସବୁ ସମସ୍ୟା ଉପରେ ଜିଲ୍ଲା ଖାଦ୍ୟ ଯୋଗାଣ ଅଧିକାରୀ ତୁରନ୍ତ ଦୃଷ୍ଟି ଦେଇ ଚାଷୀମାନଙ୍କ ଉତ୍ପାଦିତ ଧାନକୁ ଠିକ ଭାବରେ କିଣିବାକୁ ଦାବି କରିଛନ୍ତି । ଚାଷୀଙ୍କ ଦାବି ଉପରେ ଧ୍ୟାନ ନ ଦେଲେ ଆଗାମୀ ଦିନରେ କୃଷକ ସଂଗଠନ ପକ୍ଷରୁ ଆନ୍ଦୋଳନକୁ ତୀବ୍ରତର କରାଯିବ ବୋଲି ଚେତାବନୀ ଦେଇଛନ୍ତି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

For All Latest Updates

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.