ETV Bharat / bharat

ବୈବାହିକ ଦୁଷ୍କର୍ମକୁ ଅପରାଧ ଘୋଷଣା ବିରୋଧରେ କେନ୍ଦ୍ର ସରକାର - Martial Rape

ସୁପ୍ରିମକୋର୍ଟରେ ବୈବାହିକ ଦୁଷ୍କର୍ମ ଅପରାଧ ମାମଲା । ସର୍ବୋଚ୍ଚ ନ୍ୟାୟାଳୟରେ ସାନି ଆବେଦନ ଦାୟର କଲେ କେନ୍ଦ୍ର ସରକାର ।

author img

By Sumit Saxena

Published : 3 hours ago

supreme-court
supreme-court (ETV Bharat Odisha)

ନୂଆଦିଲ୍ଲୀ: ମାରିଟାଲ ରେପ୍ (ବୈବାହିକ ଦୁଷ୍କର୍ମ)କୁ ଅପରାଧ ଘୋଷଣା ବିରୋଧରେ କେନ୍ଦ୍ର ସରକାର । ଗୁରୁବାର ଏହାକୁ ବିରୋଧ କରି ସୁପ୍ରିମକୋର୍ଟରେ ପୁନଃ ଆବେଦନ ଯାଚିକା ଦାୟର କରିଛନ୍ତି କେନ୍ଦ୍ର ସରକାର । ମାରିଟାଲ ରେପ୍ (ବୈବାହିକ ଦୁଷ୍କର୍ମ)କୁ ଅପରାଧ ଘୋଷଣା କରିବାକୁ ଦାୟର ଯାଚିକାକୁ ବିରୋଧ କରିଛନ୍ତି କେନ୍ଦ୍ର ସରକାର ।

କେନ୍ଦ୍ର ସରକାର କହିଛନ୍ତି, ପତି ଏବଂ ପତ୍ନୀଙ୍କ ସମ୍ପର୍କ ଏକ ସାମାଜିକ ବୈଧ ସଂପର୍କ । ଏହି ସମ୍ପର୍କକୁ ସମ୍ମାନ ମିଳିବା ଉଚିତ । ଭାରତୀୟ ଦଣ୍ଡ ସଂହିତା ଧାରା 375, ସେକ୍ସନ 2 ଅନୁସାରେ ବୈବାହିକ ଦୁଷ୍କର୍ମକୁ ‘ଦୁଷ୍କର୍ମ’ ମନାଯାଉ ନାହିଁ । କେନ୍ଦ୍ର ସରକାରଙ୍କ ପକ୍ଷରୁ ଦାୟର ଯାଚିକାରେ ଗୃହ ମନ୍ତ୍ରଣାଳୟ ମୁତାବକ, ଆମ ସାମାଜିକ ଆଇନ ମୁତାବକ ପୂର୍ବ ପ୍ରଚଳିତ ବ୍ୟବସ୍ଥାକୁ ଜାରି ରଖିବା ଉଚିତ । ତେଣୁ ସର୍ବୋଚ୍ଚକୋର୍ଟ ଏହି ଧାରାକୁ ଉଠାଇବା ଉଚିତ ହେବ ନାହିଁ ।

ଭାରତ ସରକାର ପ୍ରତି ମହିଳାଙ୍କ ସ୍ବତନ୍ତ୍ରତା, ଗରିମା ଏବଂ ଅଧିକାରକୁ ସୁରକ୍ଷିତ ରଖିବା ପାଇଁ ପ୍ରତିଶ୍ରୁତିବଦ୍ଧ । ଏହା ସୁସ୍ଥ ସମାଜର ମୂଳ ଆଧାର ଏବଂ ସ୍ତମ୍ଭ ଅଟେ । କେନ୍ଦ୍ର ସରକାର କହିଛନ୍ତି, ମହିଳା ବିରୋଧୀ ଘରୋଇ ହିଂସା, ଶାରୀରିକ, ଯୌନ, ମାନସିକ, ଆର୍ଥିକ ଦୁର୍ବ୍ୟବହାରକୁ ସମାପ୍ତ କରିବାକୁ ସର୍ବାଧିକ ଗୁରୁତ୍ବ ଦିଆଯାଉଛି । କେନ୍ଦ୍ର ସରକାର ପୁଣି କହିଛନ୍ତି, "ବିବାହ ହେବା ପରେ ମହିଳାଙ୍କ ସହମତି ଶେଷ ହୋଇଯାଏ ନାହିଁ । ଏହାର ଉଲ୍ଲଂଘନ କଲେ କଠୋର ଦଣ୍ଡ ବିଧାନ ହେବା ଉଚିତ । ତେବେ ବିବାହ ପରେ ଏବଂ ବିବାହ ପୂର୍ବରୁ ସହମତି ବିରୋଧୀ ଉଲ୍ଲଂଘନ ଭିନ୍ନ ଅଟେ ।" ସର୍ବୋଚ୍ଚ ନ୍ୟାୟାଳୟରେ ଦାୟର ଯାଚିକାରେ କୁହଯାଇଛି କି, ସଂସଦ ପକ୍ଷରୁ ବିବାହ ପରେ ସହମତି ବିରୋଧୀ ଅପରାଧ ପାଇଁ ବିଭିନ୍ନ ଅପରାଧିକ ଆଇନ କାନୁନ ବ୍ୟବସ୍ଥା ରହିଛି ।

ସରକାର କହିଛନ୍ତି, ଧାରା 354, 354 (A), 354 (B) ଏବଂ 498 (A) ଏବଂ ଘରୋଇ ହିଂସା ବିରୋଧୀ ସଂରକ୍ଷଣ ଅଧିନିୟମ 2005 ମୁତାବକ ମହିଳାଙ୍କୁ ପର୍ଯ୍ୟାପ୍ତ ସୁରକ୍ଷା ବ୍ୟବସ୍ଥା କରିଛନ୍ତି । ଏହି ଧାରା ଏବଂ ଅଧିନିୟମ ମୁତାବକ କଠୋରରୁ କଠୋର ଦଣ୍ଡ ବିଧାନ ବ୍ୟବସ୍ଥା ରହିଛି । ଏଥିରେ ବିବାହ ପରେ ମହିଳାଙ୍କ ଅଧିକାରର ସୁରକ୍ଷା ଏବଂ ସମ୍ମାନକୁ ଗୁରୁତ୍ବ ମିଳିଥାଏ ।

ଯାଚିକାରେ ପୁଣି କୁହାଯାଇଛି କି, ବିବାହ ସଂସ୍ଥା ଭିତରେ ଘଟୁଥିବା ଗତିବିଧି ଏବଂ ବିବାହ ସଂସ୍ଥା ବାହାରେ ଘଟୁଥିବା ଗତିବିଧି ଭିତରେ ସାମାଜିକ ଅନ୍ତର ରହିଛି । ଏହା ସମ୍ବିଧାନର ଅନୁଚ୍ଛେଦ 14 ବା ଧାରା 21ର ଉଲ୍ଲଂଘନ ନୁହେଁ । କେନ୍ଦ୍ର ସରକାର ପୁଣି କହିଛନ୍ତି, ପତି-ପତ୍ନୀଙ୍କ ବୈବାହିକ ସମ୍ପର୍କ ବୈଧତା ନେଇ ସଂସଦରେ ଏକାଧିକ ବ୍ୟବସ୍ଥା ପାରିତ ହୋଇଛି । ଏହା ଏକ ସମ୍ବେଦନଶୀଳ ଏବଂ ସ୍ପର୍ଶକାତାର ମାମଲା । ଏହା ଲୋକଙ୍କ ସିଧାସଳଖ ଆବଶ୍ୟକତା ଏବଂ ସମସ୍ୟା ସହିତ ଜଡିତ । ବିବାହ ପରେ ଜଣେ ମହିଳାଙ୍କ ସହମତି ବିରୋଧରେ ମଧ୍ୟ କଠୋର ଦଣ୍ଡ ବ୍ୟବସ୍ଥା ରହିଛି । ଏହି ପ୍ରସଙ୍ଗରେ କୌଣସି ନିଷ୍ପତ୍ତି ସମାଜରେ ଦୂରଗାମୀ ପରିଣାମ ଆଣିପାରେ ଏବଂ ଏଥିପାଇଁ ଉଭୟ କାନୁନ ଏବଂ ନ୍ୟାୟିକ ବିଚାରର ଆବଶ୍ୟକତା ରହିଛି ।

ଯାଚିକାରେ କୁହାଯାଇଛି କି, ଧାରା 375 ଏକ ସୁବିଚାରିତ ପ୍ରାବଧାନ ଅଟେ । ଏଥିରେ ଚାରି କାନ୍ଥ ମଧ୍ୟରେ ଜଣେ ମହିଳା ଏବଂ ପୁରୁଷଙ୍କ ମଧ୍ୟରେ ଯୌନ ନିର୍ଯାତନା ସମ୍ପର୍କିତ ସମସ୍ତ ଧାରା ଏବଂ ଆଇନ ବ୍ୟବସ୍ଥା ରହିଛି । ଯାଚିକାରେ ପୁଣି କୁହାଯାଇଛି କି, ଧାରା 375, ସେକ୍ସନ 2 ଉଠାଇଦେଲେ, ଏହାର ପରିଣାମ ବ୍ୟାପକ ଏବଂ ବିସ୍ତୃତ ହେବ । ଏହାର ସିଧାସଳଖ ପ୍ରଭାବ ବିବାହ ଉପରେ ପଡିବ । ଯଦି କୌଣସି ଜଣେ ପୁରୁଷର ତା’ ପତ୍ନୀଙ୍କ ସହିତ ଯୌନ କ୍ରିୟାକୁ ‘ଦୁଷ୍କର୍ମ’ ଘୋଷିତ କରାଯାଏ, ସମାଜରେ ଏହାର ବଡ ପ୍ରଭାବ ପଡିବ ।

ବର୍ତ୍ତମାନ ସମୟରେ ଦ୍ରୁତଗାମୀ ପରିବର୍ତ୍ତିତ ସାମାଜିକ ଏବଂ ପାରିବାରିକ ଢାଞ୍ଚାରେ ସଂଶୋଧିତ ପ୍ରବାଧାନର ଦୂରୁପଯୋଗ ହେବାର ଯଥେଷ୍ଟ ସମ୍ଭାବନା ରହିଛି । କାରଣ ଏହି କ୍ଷେତ୍ରରେ କୌଣସି ଜଣେ ବ୍ୟକ୍ତି ପ୍ରତି ଏହା ପ୍ରମାଣିତ କରିବା ଏକ ପ୍ରକାର ଅସମ୍ଭକ କି, ବୈବାହିକ ସମ୍ପର୍କରେ ଶାରୀରିକ ସମ୍ପର୍କ ସମୟରେ ପତ୍ନୀଙ୍କ ସହମତି ଥିଲା କି ନାହିଁ । "କେନ୍ଦ୍ର ସରକାର କହିଛନ୍ତି, ସମସ୍ତ ସଂସ୍ଥା, ସମସ୍ତ ରାଜ୍ୟ ସରକାରଙ୍କ ସହିତ ଏ ସମ୍ପର୍କରେ ଆଲୋଚନା ବିନା କୌଣସି ନିଷ୍ପତ୍ତି ନିଆଯାଇପାରିବ ନାହିଁ ।"

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.