ETV Bharat / state

କୋଭିଡ କଟକଣା ମଧ୍ୟରେ ଆରମ୍ଭ ହେଲା ‘ହରଗୌରୀ ଯାତ୍ରା’ - କୋଭିଡ କଟକଣା

କଟକଣା ମଧ୍ୟରେ ଆରମ୍ଭ ହୋଇଯାଇଛି ସୁବର୍ଣ୍ଣପୁରର ପ୍ରସିଦ୍ଧ ହରଗୌରୀ ବା ଗୌରମ୍ମା ସାମ୍ରାଲୁ ଯାତ୍ରା । ଅଧିକ ପଢନ୍ତୁ...

କୋଭିଡ କଟକଣା ମଧ୍ୟରେ ଆରମ୍ଭ ହେଲା ‘ହରଗୌରୀ ଯାତ୍ରା’

author img

By

Published : Oct 23, 2021, 8:57 AM IST

ସୁବର୍ଣ୍ଣପୁର: କୋଭିଡ କଟକଣା ମଧ୍ୟରେ ଆରମ୍ଭ ହୋଇଛି ଜିଲ୍ଲାର ପ୍ରସିଦ୍ଧ ହରଗୌରୀ ବା ଗୌରମ୍ମା ସାମ୍ରାଲୁ ଯାତ୍ରା । ଏହି ଦକ୍ଷିଣ ଭାରତୀୟ ଯାତ୍ରାକୁ ବୁଢୀମା ଠାକୁରାଣୀ ଯାତ୍ରା ବୋଲି ମଧ୍ୟ କୁହାଯାଏ । ପ୍ରାୟ 10 ଦିନ ପାଳିତ ହେବାକୁ ଥିବା ଏହି ଯାତ୍ରାରେ ଦକ୍ଷିଣ ଭାରତର ଲୋକମାନେ ବୁଢୀମା ଠାକୁରାଣୀ ତଥା ହରଗୌରୀଙ୍କ ପାଖରେ ଏକ ସ୍ବତନ୍ତ୍ର ପୂଜା କରିଥାନ୍ତି ।

କୋଭିଡ କଟକଣା ମଧ୍ୟରେ ଆରମ୍ଭ ହେଲା ‘ହରଗୌରୀ ଯାତ୍ରା’

ସହରର ଇଷ୍ଟଦେବ ସୁବର୍ଣ୍ଣମେରୁଙ୍କ ନିଜସ୍ବ ଚାଷଜମିରୁ ଗୌରୀ ରୂପେ ଧାନ ଗଛକୁ ଆବାହନ କରାଯାଇ ମଣ୍ତପରେ ସ୍ଥାପନ କରାଯାଏ । ସେହିପରି ସହରର ବିଶିଷ୍ଟ ମୂର୍ତ୍ତି କାରୀଗରଙ୍କ ନିକଟରୁ ମହାଦେବଙ୍କୁ ଆଣି ଗୌରୀଙ୍କ ପାଖରେ ମଣ୍ଡପରେ ପ୍ରତିଷ୍ଠା କରାଯାଇଥାଏ । ପ୍ରତିବର୍ଷ ଏହି ଯାତ୍ରା ହେଉଥିବା ବେଳେ ବ୍ରହ୍ମପୁର ଓ ଦକ୍ଷିଣ ଭାରତରୁ ଅନେକ ଶ୍ରଦ୍ଧାଳୁ ଆସି ଏହି ଯାତ୍ରାରେ ନିଜକୁ ସାମିଲ କରିଥାନ୍ତି । ଯାତ୍ରାରେ ଦକ୍ଷିଣ ଭାରତୀୟ ମହିଳାମାନେ ନିଜ ପରିବାରର ସୁଖ ସମୃଦ୍ଧି ପାଇଁ କୁମକୁମ ପର୍ବ ପାଳନ କରିବାର ପରମ୍ପରା ରହିଛି ।

ହରଗୌରୀଙ୍କ ପାଖରେ ଶ୍ରଦ୍ଧାଳୁମାନେ ଧୂପ ଦୀପ ଦେଇ ଆରାଧନା କରିବା ସହିତ ସ୍ବତନ୍ତ୍ର ଧରଣର ଦକ୍ଷିଣ ଭାରତୀୟ ନୈବେଦ୍ୟ ଅର୍ପଣ କରିଥାନ୍ତି । ତେବେ ଏହି ଯାତ୍ରା ଆରମ୍ଭ ହୋଇଯାଇଥିବା ବେଳେ ଏଥର କୋଭିଡ କଟକଣା ଭିତରେ ନିରାଡମ୍ବର ଭାବେ ପାଳନ କରିବାକୁ ଯାତ୍ରା କମିଟି ନିଷ୍ପତ୍ତି ନେଇଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.