ETV Bharat / state

ସୁବର୍ଣ୍ଣପୁର ଜିଲ୍ଲାରେ ପଲି ହାଉସ ପାଇଁ ଚାଷୀ ଅମଙ୍ଗ

author img

By

Published : Jun 17, 2020, 2:57 AM IST

ସୁବର୍ଣ୍ଣପୁର ଜିଲ୍ଲାରେ ଚାଷୀମାନେ ପଲି ହାଉସ ତିଆରି କରିବା ପାଇଁ ଅମଙ୍ଗ ହେଉଛନ୍ତି। ଉଦ୍ୟାନ କୃଷି ପାଇଁ ଚାଷୀମାନେ ଆଗେଇ ଆସୁଥିବା ବେଳେ ପଲି ହାଉସ ତିଆରି କରିବା ପାଇଁ କିନ୍ତୁ ଇଛା ପ୍ରକାଶ କରୁ ନ ଥିବା ଦେଖିବାକୁ ମିଳୁଛି।

subarnapur-district-farmers-are-not-interested-for-build-of-poly-house
ସୁବର୍ଣ୍ଣପୁର ଜିଲ୍ଲାରେ ପଲି ହାଉସ ପାଇଁ ଚାଷୀ ଅମଙ୍ଗ

ସୁବର୍ଣ୍ଣପୁର : ଜିଲ୍ଲାରେ ଚାଷୀମାନେ ପଲି ହାଉସ ତିଆରି କରିବା ପାଇଁ ଅମଙ୍ଗ ହେଉଛନ୍ତି। ଉଦ୍ୟାନ କୃଷି ପାଇଁ ଚାଷୀମାନେ ଆଗେଇ ଆସୁଥିବା ବେଳେ ପଲି ହାଉସ ତିଆରି କରିବା ପାଇଁ କିନ୍ତୁ ଇଛା ପ୍ରକାଶ କରୁ ନ ଥିବା ଦେଖିବାକୁ ମିଳୁଛି।

ସରକାର ଜିଲ୍ଲାରେ ବିଭିନ୍ନ ପ୍ରକାରର ଗଛ ଲଗାଇବା ସହିତ ଚାରା ଉତ୍ପାଦନ କରିବା ପାଇଁ ସରକାର ପଲି ହାଉସ ଯୋଜନାରେ ଚାଷୀମାନଙ୍କୁ ଆବଶ୍ୟକ ଉଦ୍ୟାନ କୃଷି ତାଲିମ ,କୃଷି ପରାମର୍ଶ ଓ ଅନୁଦାନ ଯୋଗାଇ ଦେଉଛନ୍ତି। ଜିଲ୍ଲାର ଡୁଙ୍ଗୁରିପାଲିରେ ଉଦ୍ୟାନ ବିଭାଗ ତରଫରୁ ଏକମାତ୍ର ପଲି ହାଉସ ତିଆରି ହୋଇଛି।ହେଲେ ତାର ରକ୍ଷଣାବେକ୍ଷଣ ଅଭାବରୁ ତାହା ଚାଷୀମାନଙ୍କ କାର୍ଯ୍ୟରେ ଲାଗି ପାରୁନାହିଁ। ସେହିପରି ଉଦ୍ୟାନ କୃଷିକୁ ପ୍ରୋତ୍ସାହନ ଯୋଗାଇବା ପାଇଁ ଚାଷୀ ମାନଙ୍କ ଭିତରେ ସଚେତନତା ସୃଷ୍ଟି କରିବା ସହିତ ପଲି ହାଉସ ତିଆରି କରିବା ପାଇଁ ଚାଷୀମାନଙ୍କୁ ତାଲିମ ଓ ଅନୁଦାନ ଯୋଗାଇ ଦିଆଯିବ ବୋଲି ଜିଲ୍ଲା ଉଦ୍ୟାନ କୃଷି ଅଧିକାରୀ କହିଛନ୍ତି। ଡୁଙ୍ଗୁରିପାଲି ଠାରେ ତିଆରି ହୋଇଥିବା ପଲି ହାଉସ ସମ୍ପୂର୍ଣ୍ଣ ହୋଇ କାର୍ଯ୍ୟକ୍ଷମ ହୋଇ ପାରୁ ନ ଥିବା କଥାକୁ ସ୍ବୀକାର କରିଥିବା ବେଳେ ଚାଷୀ ହିତାଧିକାରୀଙ୍କୁ ସମ୍ପୂର୍ଣ୍ଣ ସବସିଡ଼ି ଯୋଗାଇ ଦିଆଯାଇନାହିଁ ବୋଲି କହିଛନ୍ତି।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.