ETV Bharat / state

ନୂତନ କୋଠାରେ ଚାଲିବ ସୁବର୍ଣ୍ଣପୁର ଜିଲ୍ଲା ନ୍ୟାୟାଳୟର କାର୍ଯ୍ୟ - Subarnapur District Court news

ସୋମବାରଠାରୁ ନୂତନ କୋଠାରେ ସୁବର୍ଣ୍ଣପୁର ଜିଲ୍ଲା କୋର୍ଟର କାର୍ଯ୍ୟ ଆରମ୍ଭ ହେବ । ଅକ୍ଟୋବର ୯ ତାରିଖରେ ଜିଲ୍ଲା ନ୍ୟାୟାଳୟର ନୂତନ କୋଠା ଉଦ୍‌ଘାଟିତ ହୋଇଥିଲା । ଅଧିକ ପଢ଼ନ୍ତୁ

ନୂତନ କୋଠାରେ ଚାଲିବ ସୁବର୍ଣ୍ଣପୁର ଜିଲ୍ଲା ନ୍ୟାୟାଳୟର କାର୍ଯ୍ୟ

author img

By

Published : Nov 28, 2021, 9:46 PM IST

ସୁବର୍ଣ୍ଣପୁର: ସୋମବାରଠାରୁ ନୂତନ କୋଠାରେ ସୁବର୍ଣ୍ଣପୁର ଜିଲ୍ଲା କୋର୍ଟର କାର୍ଯ୍ୟ ଆରମ୍ଭ ହେବ । ଅକ୍ଟୋବର ୯ ତାରିଖରେ ଜିଲ୍ଲା ନ୍ୟାୟାଳୟର ନୂତନ କୋଠା ଉଦ୍‌ଘାଟିତ ହୋଇଥିଲା । ରାଜ୍ୟ ଉଚ୍ଚ ନ୍ୟାୟାଳୟର ପ୍ରଧାନ ବିଚାରପତି ଏସ ମୁରଲୀଧର ମୁଖ୍ୟ ଅତିଥି ଭାବେ ଯୋଗଦେଇ ନ୍ୟାୟାଳୟର ନୂତନ କୋଠା ଉଦଘାଟନ କରିଥିଲେ । ଉଚ୍ଚ ନ୍ୟାୟାଳୟର ବିଚାରପତି ସି ଆର ଦାସ, ଜଷ୍ଟିସ ଶତୃଘ୍ନ ପୂଜାରୀ, ଜଷ୍ଟିସ ସାବିତ୍ରୀ ରଥ ପ୍ରମୁଖ ଯୋଗ ଦେଇ ନୂତନ କୋଠା ପରିଦର୍ଶନ କରିଥିଲେ ।

ନୂତନ କୋଠାରେ ଚାଲିବ ସୁବର୍ଣ୍ଣପୁର ଜିଲ୍ଲା ନ୍ୟାୟାଳୟର କାର୍ଯ୍ୟ

ପ୍ରାୟ ୩ ଏକର ପରିମିତ ଜାଗାରେ ୪ ମହଲା ବିଶିଷ୍ଟ ନ୍ୟାୟାଳୟର କୋଠା ତିଆରି କରାଯାଇଛି । କୋର୍ଟ କାର୍ଯ୍ୟ ପାଇଁ ସମସ୍ତ ଆଧୁନିକ ବ୍ୟବସ୍ଥା କରାଯାଇଛି । ଏହି କୋଠା ସମ୍ପୂର୍ଣ୍ଣ ହେବାକୁ ପ୍ରାୟ ୭ ବର୍ଷ ସମୟ ଲାଗିଥିଲା ।

ତେବେ ଆସନ୍ତାକାଲି(ସୋମବାର)ଠାରୁ ଏହି ନୂତନ କୋଠାରେ ଜିଲ୍ଲାର ସମସ୍ତ କୋର୍ଟକାର୍ଯ୍ୟ କରାଯିବ । ନୂତନ କୋଠା ଜନସାଧାରଣଙ୍କଠାରୁ ଆରମ୍ଭ କରି ବିଚାରପତିଙ୍କ ପାଇଁ ସମସ୍ତ ସୁବିଧା ଏହି କୋଠାରେ ରହିଥିବା ନେଇ ଜିଲ୍ଲା ଓକିଲ ସଂଘର ସଭାପତି ବିଧାନ ଚନ୍ଦ୍ର ପାଣିଗ୍ରାହୀ କହିଛନ୍ତି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.