ETV Bharat / state

Subarna Loka Mahotsav: ମଞ୍ଚ ଦୁଲୁକାଇଲେ ଜିଲ୍ଲାପାଳ, ନୃତ୍ୟରେ ମନ ମୋହିଲେ - ଜିଲ୍ଲାପାଳଙ୍କ ନାଚରେ ଝୁମିଲେ ଦର୍ଶକ

ସୁବର୍ଣ୍ଣପୁର ଜିଲ୍ଲା ମହୋତ୍ସବରେ ନାଚିଲେ ସୁବର୍ଣ୍ଣପୁର ଜିଲ୍ଲାପାଳ । ଜିଲ୍ଲାପାଳଙ୍କ ନୃତ୍ୟରେ ବିମୋହିତ ହେଲେ ଦର୍ଶକ । ଅଧିକ ପଢନ୍ତୁ

Subarna Loka Mahotsav
Subarna Loka Mahotsav
author img

By

Published : Jan 16, 2023, 12:59 PM IST

Updated : Jan 16, 2023, 1:17 PM IST

Subarna Loka Mahotsav

ସୁବର୍ଣ୍ଣପୁର: ଜିଲ୍ଲାରେ ଚାଲିଛି ଲୋକ ମହୋତ୍ସବ । ସୁବର୍ଣ୍ଣ-2023ର ଦ୍ବିତୀୟ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମର ତାଳେତାଳେ ଝୁମିଥିଲେ ଲୋକେ । ଏହି ଜିଲ୍ଲା ମହୋତ୍ସବରେ ପ୍ରଥମ ଥର ପାଇଁ ମଞ୍ଚ ଉପରେ ନାଚିଥିଲେ ଜିଲ୍ଲାପାଳ ସୁନିଲ ନରୱଣେ । ଜିଲ୍ଲାପାଳଙ୍କ ନାଚକୁ ମଧ୍ୟ ସାଧାରଣ ମହଲରେ ପ୍ରଶଂସା କରାଯାଇଛି ।

ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଓଡିଶା, ଜ଼ିଲ୍ଲା ସଂସ୍କୃତି ପରିଷଦ ଓ ଜ଼ିଲ୍ଲା କଳା ସଂସ୍କୃତି ସଂଘ ସୁବର୍ଣ୍ଣପୁର ଦ୍ୱାରା ରାମେଶ୍ୱର ଷ୍ଟାଡିୟମଠାରେ ଜାରି ରହିଛି ଲୋକ ମହୋତ୍ସବ । ସାଂସ୍କୃତିକ ସଂଧ୍ୟାର ପ୍ରଥମ ପର୍ଯ୍ୟାୟରେ ନିମନ୍ତ୍ରୀତ ଅତିଥିମାନଙ୍କ ସାଂସ୍କୃତିକ ବାର୍ତ୍ତା ପ୍ରଦାନ ପରେ ଆରମ୍ଭ ହୋଇଥିଲା ନାଚଗୀତର ଆସର । ପ୍ରଥମେ ଦେବୀ ମାଆ ସୁରେଶ୍ବରୀଙ୍କ ଭଜନରୁ ଆରମ୍ଭ ହୋଇଥିଲା ସାଂସ୍କୃତିକ କାର୍ଯ୍ୟକ୍ରମ । ପରେ ପରେ ପଶ୍ଚିମ ଓଡିଶାର ବିଭିନ୍ନ ଜିଲ୍ଲାରୁ ଆସିଥିବା କଳାକାରମାନେ ଗୋଟିଏ ପରେ ଗୋଟିଏ ଲୋକନୃତ୍ୟ ପରିବେଷଣ କରିଥିଲେ । ରସରକେଲି, ଡାଲଖାଇ, ମାଏଲାଜଡ, ଚୁଟକୁଚୁଟା, ବଜାଶାଲ ଆଦି ଲୋକନୃତ୍ୟରେ ଦୁଲୁକି ଉଠିଥିଲା ମହୋତ୍ସବର ଫକୀର ପଟ୍ଟନାୟକ ମୁକ୍ତ ମଞ୍ଚ। ଶ୍ରୀ ରାମେଶ୍ବର ପୀଠ ନିକଟସ୍ଥ ମିନି ଷ୍ଟାଡିୟମରେ ବର୍ଣ୍ଣାଢ୍ୟ ପରିବେଶ ଭିତରେ ଆୟୋଜିତ ଏହି ଜିଲ୍ଲା ମହୋତ୍ସବରେ ପ୍ରଥମ ଥର ପାଇଁ ମଞ୍ଚ ଉପରେ ନାଚିଥିଲେ ଜିଲ୍ଲାପାଳ ସୁନିଲ ନରୱାଣେ । ଜିଲ୍ଲାପାଳ ମଞ୍ଚ ଉପରକୁ ଯିବା ପରେ ଦେଖଣାହାରୀଙ୍କ ଭିତରେ ବେଶ କୌତୁହଳ ଦେଖାଯାଇଥିଲା । କରତାଳିରେ ଫାଟି ପଡିଥିଲା ମହୋତ୍ସବ ପଡିଆ ।

ଏହା ମଧ୍ୟ ପଢନ୍ତୁ: Kraken Covid Variant: 74 ଦେଶକୁ ମାଡିଲାଣି କ୍ରାକେନ୍ ଭୂତାଣୁ, ଜାଣନ୍ତୁ ଏହା କେତେ ମାରାତ୍ମକ

ସେହିପରି ଜିଲ୍ଲାର ପୂର୍ବତନ ଆରକ୍ଷୀ ଅଧିକ୍ଷକ ସାରା ଶର୍ମା ଏକ ସୁନ୍ଦର ସଙ୍ଗୀତ ପରିବେଷଣ କରିବା ପାଇଁ ନିଜକୁ ରୋକି ପାରି ନଥିଲେ । ସ୍ଥାନୀୟ ସମ୍ବଲପୁରୀ କଣ୍ଠଶିଳ୍ପୀ ଶାଶ୍ବତ ତ୍ରୀପାଠୀ ଏକ ହକି ସଙ୍ଗୀତ ପରିବେଷଣ କରି ଦର୍ଶକଙ୍କୁ ବେଶ କିଛି ସମୟ ବାନ୍ଧି ରଖି ପାରିଥିଲେ । ଜିଲ୍ଲା ପ୍ରଶାସନ ପକ୍ଷରୁ ବାଲ୍ୟ ବିବାହ ଉପରେ ଆଧାରିତ ଏକ ସଂକ୍ଷିପ୍ତ ମଞ୍ଚ ନାଟକ ପରିବେଷଣ କରାଯାଇଥିଲା । ଲୋକେ ସାଂସ୍କୃତିକ କାର୍ଯ୍ୟକ୍ରମର ଭରପୁର ମଜା ନେବା ସହିତ ଜିଲ୍ଲା ଉନ୍ନୟନ ପ୍ରଦର୍ଶନୀ ଓ ପଲ୍ଲିଶ୍ରୀ ମେଳାରେ ବି ବେଶ ଭିଡ ଜମିଥିବା ଦେଖିବାକୁ ମିଳିଥିଲା । ବିଳମ୍ବିତ ରାତିଯାଏଁ ଲୋକେ ଶୀତ କାକରକୁ ଖାତିର ନକରି ଖାଇବା ପିଇବା ନାଚ ଗୀତର ମଜା ନେଇଥିଲେ ।

ଇଟିଭି ଭାରତ, ସୁବର୍ଣ୍ଣପୁର

Last Updated : Jan 16, 2023, 1:17 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.