ETV Bharat / state

ବନ୍ୟା ଧୋଇନେଲା ଏନଏଚ୍‌ 57; ଯାତାୟତ ବାଧାପ୍ରାପ୍ତ

ବନ୍ୟା ଯୋଗୁଁ ସୁବର୍ଣ୍ଣପୁର ବଲାଙ୍ଗୀର 57 ନମ୍ବର ଜାତୀୟ ରାଜପଥ ରୁ ତରଭା ସହରକୁ ଯାଇଥିବା ମୁଖ୍ୟ ରାସ୍ତା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ । ଫଳରେ ଚାରି ଚରିଆ ଗାଡି, ମାଲ ବୋଝେଇ ଟ୍ରକ ଓ ଭାରି ଯାନ ଚଳାଚଳରେ ବାଧାପ୍ରାପ୍ତ ହେଉଛି ।

author img

By

Published : Aug 16, 2019, 9:10 PM IST

ଫଟୋ ସୌଜନ୍ୟ: ପ୍ରତିନିଧି, ସୁବର୍ଣ୍ଣପୁର

ସୁବର୍ଣ୍ଣପୁର: କମିଯାଇଛି ବର୍ଷା, ହେଲେ ସୁଧୁରିନି ସ୍ଥିତି । ଲଘୁଚାପ ଜନିତ ବର୍ଷା ଯୋଗୁଁ କ୍ଷତିଗ୍ରସ୍ତ ହୋଇଛି ସୁବର୍ଣ୍ଣପୁର ଜିଲ୍ଲା ତରଭା ସହରର ମୁଖ୍ୟ ରାସ୍ତା । ବନ୍ୟାପାଣିରେ ଉବୁଡୁବୁ ନଈଁକୂଳିଆ ଗାଁ । ସୁବର୍ଣ୍ଣପୁର ବଲାଙ୍ଗୀର 57 ନମ୍ବର ଜାତୀୟ ରାଜପଥରୁ ତରଭା ସହରକୁ ଯାଇଥିବା ମୁଖ୍ୟ ରାସ୍ତା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ । ଫଳରେ ମାଲ ବୋଝେଇ ଟ୍ରକ ଓ ଭାରି ଯାନର ଚଳାଚଳରେ ବାଧା ଉପୁଜିଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ସୁବର୍ଣ୍ଣପୁର

ତରଭା ସହରକୁ ଯାଇଥିବା ମୁଖ୍ୟ ରାସ୍ତା ନିକଟରେ ଥିବା ଅନେକ ସ୍ଥାନ ଏବେ ବି ପାଣି ଘେରରେ । ଗତ କିଛିଦିନ ଭିତରେ ନିର୍ଧୁମ ବର୍ଷା ଯୋଗୁଁ ତେଲ ନଦୀ, ସୁକତେଲ, ନିବୃତ୍ତି, ଯୋର ନାଳର ବଢି ପାଣି ସହର ଭିତରେ ମାଡି ଆସିଥିଲା । ଫଳରେ ମୁଖ୍ୟ ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡିଛି । ବନ୍ୟା ପରିସ୍ଥିତି ସ୍ବାଭିକ ହେବା ମାତ୍ରେ ଦେଖିବାକୁ ମିଳିଛି ମୁଖ୍ୟ ରାସ୍ତାର ଦୁର୍ଦ୍ଦଶା । ଏଠାରେ ରାସ୍ତା ଉପରେ ପାଣି ନାହିଁ ହେଲେ ରାସ୍ତା କଡରେ ଥିବା ଗଛ ଉପୁଡିଯାଇ ରାସ୍ତା ମଝିରେ ପଡିରହିଛି । ଫଳରେ ଚାରି ଚକିଆ ଯାନ ଚଳାଚଳରେ ବାଧା ଉପୁଜିଛି ।

ତରଭା ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ତିଆରି ହୋଇଥିବା ଯାତ୍ରୀ ବିଶ୍ରାମାଗାର ରାସ୍ତାର ଅବସ୍ଥା ମଧ୍ୟ ଶୋଚନୀୟ ହୋଇପଡିଛି । ରାସ୍ତାଟି ଦୁଇଫାଳ ହୋଇ ଲମ୍ବାରେ ଫାଟି ଯାଇଥିବା ବେଳେ ରାସ୍ତାର ଉଭୟ ପାର୍ଶ୍ବର ମାଟି ଧୋଇ ହୋଇ ଖାଲଖମା ସୃଷ୍ଟି ହୋଇଛି । ଏବେ ବି ସହରର ତଳିଆ ଅଞ୍ଚଳରେ ବନ୍ୟାପାଣି ଜମି ରହିଛି । ନଦୀକୂଳରେ ଥିବା ଅନେକ ଉଠା ଜଳସେଚନ ପ୍ରକଳ୍ପ ବନ୍ୟା ପାଣିରେ କ୍ଷତିଗ୍ରସ୍ତ ହୋଇଛି । ବନ୍ୟାପାଣି କମିବା ପରେ ପ୍ରକଳ୍ପ ଗୁଡିକର ପୁନଃରୁଦ୍ଧାର କରିବାକୁ ଚାଷୀମାନେ ପ୍ରଶାସନ ପାଖରେ ଦାବି କରିଛନ୍ତି ।

ସେପଟେ ବନ୍ୟାରେ କ୍ଷତିଗ୍ରସ୍ତ ହୋଇଥିବା ଜନସାଧାରଣ ତୁରନ୍ତ ରାସ୍ତା ମରାମତି କରିବା ପାଇଁ ଜିଲ୍ଲା ପ୍ରଶାସନ ପାଖରେ ଦାବି କରିଛନ୍ତି । ଜିଲ୍ଲାପାଳ ମନୀଷା ବାନାର୍ଜୀ ବନ୍ୟାର ପରବର୍ତ୍ତି ସମୟରେ କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କରି ଜିଲ୍ଲା ଗୃହ ଓ ପୂର୍ତ୍ତ ବିଭାଗ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗ, ତରଭା ବିଜ୍ଞାପିତ ଅଞ୍ଚଳ ପରିଷଦ ଓ ତରଭା ବ୍ଳକର ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ତୁରନ୍ତ ରାସ୍ତା ମରାମତି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

Intro:ଏଙ୍କର-ସୁବର୍ଣ୍ଣପୁର ଜିଲ୍ଲା ତରଭା ସହରରେ ମୁଖ୍ୟ ରାସ୍ତା ଗୁଡିକ ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଛି ।ସୁବର୍ଣ୍ଣପୁର ବଲାଂଗିର 57 ନମ୍ବର ଜାତୀୟ ରାଜପଥରୁ ତରଭା ସହରକୁ ଯାଇଥିବା ମୁଖ୍ୟ ରାସ୍ତାର ଅନେକ ଯାଗା ବନ୍ୟା ପାଣିରେ ଧୋଇ ନେଇଛି ।ଫଳରେ ମାଲ ବୋଝେଇ ଟ୍ରକ ଓ ଭାରି ଯାନ ଆଦି ଚଳାଚଳ କରିବାରେ ବେଶ ଅସୁବିଧା ସୃଷ୍ଟି ହେଉଛି ।ତେଲନଦୀ ,ସୁକତେଲ ଓ ନିବୃତ୍ତି ଯୋରର ବଢି ପାଣିରେ ରାସ୍ତାର ଅବସ୍ଥା ଶୋଚନୀୟ ହୋଇ ପଡିଛି ।ମୁଖ୍ୟ ରାସ୍ତାର ଦୁଇଟି ଯାଗାରେ ସଂପୂର୍ଣ୍ଣ ରାସ୍ତା ଧୋଇ ନେଇଥିବା ଯୋଗୁଁ ଚାରି ଚକିଆ ଯାନ ଚଳାଚଳରେ ବି ଅସୁବିଧା ସୃଷ୍ଟି ହେଉଛି ।ତରଭା ବିଜ୍ଞାପିତ ଅଂଚଳ ପରିଷଦ ପକ୍ଷରୁ ତିଆରି ହୋଇଥିବା ଯାତ୍ରୀ ବିଶ୍ରାମାଗାର ରାସ୍ତାର ଅବସ୍ଥା ବି ଶୋଚନୀୟ ହୋଇ ପଡିଛି ।ରାସ୍ତାଟି ଦୁଇଫାଳ ହୋଇ ଲମ୍ବାରେ ଫାଟି ଯାଇଥିବା ବେଳେ ରାସ୍ତାର ଉଭୟ ପାର୍ଶ୍ବର ମାଟି ଧୋଇ ହୋଇ ଖାଲଖମା ସୃଷ୍ଟି ହୋଇଛି ।ଏବେ ବି ସହରର ତଳିଆ ଅଂଚଳରେ ବନ୍ୟା ପାଣି ଜମି ରହିଛି ।ନଦୀକୂଳରେ ଥିବା ଅନେକ ଉଠା ଜଳସେଚନ ପ୍ରକଳ୍ପ ବନ୍ୟା ପାଣିରେ କ୍ଷତିଗ୍ରସ୍ଥ ହୋଇଛି ।ବନ୍ୟା ପାଣି କମିବା ପରେ ପ୍ରକଳ୍ପ ଗୁଡିକର ପୁନଃରୁଦ୍ଧାର କରିବାକୁ ଚାଷୀମାନେ ପ୍ରଶାସନ ପାଖରେ ଦାବୀ କରିଛନ୍ତି ।ବନ୍ୟା ପୀଡିତ ଜନସାଧାରଣ ତୁରନ୍ତ ରାସ୍ତା ମରାମତି କରିବା ପାଇଁ ଜିଲ୍ଲା ପ୍ରଶାସନ ପାଖରେ ଦାବୀ କରିଛନ୍ତି ।Body:ଜିଲ୍ଲାପାଳ ମନୀଷା ବାନାର୍ଜି ବନ୍ୟା ପରବର୍ତ୍ତି ସମୟରେ କ୍ଷତିଗ୍ରସ୍ଥ ଅଂଚଳ ପରିଦର୍ଶନ କରି ଜିଲ୍ଲା ଗୃହ ଓ ପୂର୍ତ୍ତ ବିଭାଗ ,ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗ ,ତରଭା ବିଜ୍ଞାପିତ ଅଂଚଳ ପରିଷଦ ଓ ତରଭା ବ୍ଳକର ଗୋଷ୍ଠି ଉନ୍ନୟନ ଅଧିକାରୀଙ୍କୁ ତୁରନ୍ତ ରାସ୍ତା ମରାମତି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।Conclusion:ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା , ଇ ଟିଭି ଭାରତ ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.