ETV Bharat / state

ମିଳିଲା ନିଖୋଜ CRPF ଯବାନଙ୍କ ମୃତଦେହ, ଛୁଟିରେ ଯାଉଥିଲେ ସୁବର୍ଣ୍ଣପୁର - CRPF soldier body found from assam

ନାଗାଲାଣ୍ଡରେ ସିଆରପିଏଫ ଯବାନ ଭାବେ କାର୍ଯ୍ୟରତ ସୁବର୍ଣ୍ଣପୁର ଯୁବକଙ୍କ ନିଖୋଜ ଘଟଣା ପଦାକୁ ଆସିଛି। ଆସାମର ଲମଡିଙ୍ଗରୁ ତାଙ୍କର ମୃତଦେହ ମିଳିଛି। ଅଧିକ ପଢନ୍ତୁ...

CRPF ଯବାନ ନିଖୋଜ ଘଟଣା: ମିଳିଲା ମୃତଦେହ
CRPF ଯବାନ ନିଖୋଜ ଘଟଣା: ମିଳିଲା ମୃତଦେହ
author img

By

Published : Oct 8, 2021, 3:46 PM IST

ସୁବର୍ଣ୍ଣପୁର: ନାଗାଲାଣ୍ଡରେ ସିଆରପିଏଫ ଯବାନ ଭାବେ କାର୍ଯ୍ୟରତ ସୁବର୍ଣ୍ଣପୁରର ଯୁବକଙ୍କ ନିଖୋଜ ଘଟଣା ପଦାକୁ ଆସିଛି। ଆସାମର ଲମଡିଙ୍ଗରୁ ତାଙ୍କର ମୃତଦେହ ମିଳିଛି। ସୂଚନା ଅନୁଯାୟୀ ସହରର ମଝିପଡାର ପ୍ରତାପ କୁମାର ନାଏକ ସିଆରପିଏଫ ବାଟାଲିୟନ୍ ବି କମ୍ପାନୀରେ ମିଜୋରାମ ଠାରେ କାର୍ଯ୍ୟରତ ଥିଲେ । ସେ ଦିମାପୁର ରେଳ ଷ୍ଟେସନରେ ଗତ ୧ ତାରିଖ ରାତି ୧୧ ଘଣ୍ଟା ୪୫ ମିନିଟ ସମୟରେ ରେଳରେ ବସି ସୁବର୍ଣ୍ଣପୁର ଅଭିମୁଖେ ଯାତ୍ରା କରୁଥିଲେ। ତାଙ୍କ ମା’ଙ୍କ ଶ୍ରାଦ୍ଧ ଥିବାରୁ ସେ ଘରକୁ ବାହାରିଥିଲେ । କିନ୍ତୁ ତିନି ଚାରି ଦିନ ଯାଏଁ ଘରେ ନପହଞ୍ଚିବାରୁ ଘର ଲୋକ ତନାଘନା କରିଥିଲେ ।

CRPF ଯବାନ ନିଖୋଜ ଘଟଣା: ମିଳିଲା ମୃତଦେହ

ଏ ସମ୍ପର୍କରେ ଭୁବନେଶ୍ବର ରେଳବାଇ ପୋଲିସ ଏବଂ ସିଆରପିଏଫ କାର୍ଯ୍ୟାଳୟରେ ପରିବାର ଲୋକେ ଅଭିଯୋଗ କରିଛନ୍ତି । ତେବେ ତାଙ୍କର ସମସ୍ତ ଜିନିଷ ପତ୍ର ବେଙ୍ଗାଲୁରୁ ରେଳ ଷ୍ଟେସନରୁ ମିଳିଥିବା ରେଳ ବିଭାଗ ତାଙ୍କ ସ୍ତ୍ରୀଙ୍କୁ ଫୋନ ଯୋଗେ ଜଣାଇଛନ୍ତି । ଯବାନ ଜଣକ କେଉଁ ପରିସ୍ଥିତିରେ ଓ କେଉଁଠି ନିଖୋଜ ହୋଇଛନ୍ତି କୌଣସି ଖବର ମିଳିନଥିବା ବେଳେ ପରିବାର ଲୋକେ ତାଙ୍କ ସମ୍ପର୍କରେ କୌଣସି ସୂଚନା ନପାଇ ଆଶଙ୍କା ପ୍ରକାଶ କରିଥିଲେ ।

ତେବେ ତାଙ୍କ ମୃତଦେହ ଆସାମର ଲମଡିଙ୍ଗରୁ ମିଳିଥିବା ସୂଚନା ମିଳିଛି । ମୃତଦେହ ଉଦ୍ଧାର ପରେ ପରିବାର ଲୋକଙ୍କୁ ଖବର ଦିଆଯାଇଥିବା ବେଳେ ତାଙ୍କୁ କେହି ହତ୍ୟା କରିଥାଇପାରେ ବୋଲି ପରିବାର ଲୋକ ଅଭିଯୋଗ କରିଛନ୍ତି । ଏହା ଏକ ସୁପରି କଳ୍ପିତ ହତ୍ୟାକାଣ୍ଡ ଏହାର ବିଧିବଦ୍ଧ ତଦନ୍ତ କରି ପରିବାରବର୍ଗଙ୍କୁ ନ୍ୟାୟ ପ୍ରଦାନ କରାଯାଉ ବୋଲି ଦାବି କରିଛନ୍ତି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.