ETV Bharat / state

ସ୍କୁଲ ବନ୍ଦର ପ୍ରତିବାଦ, ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ

ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ବାଙ୍କୀପାଲି ପଞ୍ଚାୟତର ବାଘହାଣ୍ଡି ଗାନ୍ଧୀନଗରର ଛାତ୍ରଛାତ୍ରୀ ଓ ଅଭିଭାବକ ମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଅଧିକ ପଢନ୍ତୁ...

student and parents protest
ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ କଲେ ଛାତ୍ରଛାତ୍ରୀ ଓ ଅଭିଭାବକ
author img

By

Published : Feb 3, 2021, 9:31 PM IST

ସୁବର୍ଣ୍ଣପୁର: ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ବାଙ୍କୀପାଲି ପଞ୍ଚାୟତର ବାଘହାଣ୍ଡି ଗାନ୍ଧୀନଗରର ଛାତ୍ରଛାତ୍ରୀ ଓ ଅଭିଭାବକ ମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଗାଁର ସୁରେନ୍ଦ୍ର ଭୁଏଙ୍କ ନେତୃତ୍ବରେ ଅଭିଭାବକ ଓ ଛାତ୍ରଛାତ୍ରୀ ମାନେ ବିଦ୍ୟାଳୟ ବନ୍ଦ ହେବାର ପ୍ରତିବାଦ କରିଛନ୍ତି ।

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ କଲେ ଛାତ୍ରଛାତ୍ରୀ ଓ ଅଭିଭାବକ

ଗାନ୍ଧୀନଗର ନୋଡାଲ ବିଦ୍ୟାଳୟରେ ଏବେ 27 ଜଣ ଛାତ୍ରଛାତ୍ରୀ ଅଛନ୍ତି । ତେବେ ଛାତ୍ରଛାତ୍ରୀଙ୍କ ସଂଖ୍ୟା କମ ରହିଥିବା ଓ ସ୍ଥାନୀୟ ବ୍ଲକ ଶିକ୍ଷା ଅଧିକାରୀ ଗାନ୍ଧୀନଗରରୁ ମୂଳ ଗାଁ ବାଘହାଣ୍ଡି 600 ମିଟର ଦୂର ବୋଲି ଜିଲ୍ଲା ପ୍ରଶାସନକୁ ଭୁଲ ରିପୋର୍ଟ ଦେଇଥିବାରୁ ଗାନ୍ଧୀନଗର ବିଦ୍ୟାଳୟ ବନ୍ଦ କରିବା ପାଇଁ ନିର୍ଦେଶ ଦିଆଯାଇଥିବା ଅଭିଯୋଗ କରିଛନ୍ତି । ତେବେ ଅଙ୍କା ବଙ୍କା ରାସ୍ତା ଓ ରାସ୍ତା ମଝିରେ ପଥର ଖାଦାନ ଥିବାରୁ ଛାତ୍ରଛାତ୍ରୀ ମାନେ ବାଘହାଣ୍ଡି ବିଦ୍ୟାଳୟକୁ ପାଠ ପଢ଼ି ଯିବାରେ ବିପଦ ରହିଥିବା ଅଭିଯୋଗ କରିଛନ୍ତି । ତେବେ ପୁଣି ଗାନ୍ଧୀନଗର ବିଦ୍ୟାଳୟ ଖୋଲିବା ପାଇଁ ଦାବି କରିବା ସହିତ ଦାବି ପୂରଣ ପାଇଁ ଜିଲ୍ଲା ପ୍ରଶାସନକୁ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.