ସୁବର୍ଣ୍ଣପୁର: ଜିଲ୍ଲାରେ କଡାକଡି ଭାବରେ ମୋଟର ଗାଡି ଯାଞ୍ଚ । ଜିଲ୍ଲା ପୋଲିସ ଓ ଜିଲ୍ଲା ପରିବହନ ବିଭାଗ ପକ୍ଷରୁ ନୂତନ ପରିବହନ ନିୟମକୁ କଡାକଡି କରାଯାଇଛି । ବିଭିନ୍ନ ଛକରେ ଗାଡିର କଡା ଯାଞ୍ଚ କରାଯାଇଛି ।
ପରିବହନ ନିୟମକୁ କଡାକଡି ଭାବରେ ପାଳନ କରିଛି ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ । ଦୁଇଦିନ ହେବ ସହରରେ କଡାକଡି ଭାବରେ ଆରମ୍ଭ ହୋଇଛି ଚେକିଂ ବ୍ୟବସ୍ଥା । ବିଭିନ୍ନ ଛକରେ ଗାଡି ଯାଞ୍ଚ କରାଯାଇ ମୋଟା ଅଙ୍କର ଫାଇନ ଆଦାୟ ହୋଇଛି । ଗତ ଦୁଇଦିନ ଭିତରେ 25ବାଇକ ଆରୋହୀଙ୍କ ଲାଇସେନ୍ସ ରଦ୍ଦ କରିବା ସହିତ 22ହଜାର ଟଙ୍କା ଫାଇନ ଆଦାୟ କରିଛି ଆଞ୍ଚଳିକ ପରିବହନ ବିଭାଗ ।
ତେବେ ଏହି ଚେକିଂରେ ପୋଲିସ ଓ ପରିବହନ ବିଭାଗର ଉଚ୍ଚ ପଦସ୍ଥ କର୍ମଚାରୀ ମାନେ ସାମିଲ ହୋଇଛନ୍ତି। ଏହି ଚଢ଼ାଉରେ ପରିବହନ ଅଧିକାରୀ ରବିନ ପଟ୍ଟନାୟକ ଓ ପୋଲିସ ଇନ୍ସପେକ୍ଟର ଏକାଦଶୀଆ ପ୍ରଧାନଙ୍କ ନେତୃତ୍ବରେ ହୋଇଥିଲା । ତେବେ ସହର ଭିତରେ ହିଁ ଗାଡି ମୋଟର ଚେକିଂ କରାଯାଉଥିବାରୁ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା ,ଇଟିଭି ଭାରତ