ETV Bharat / state

ପରିବହନ ବିଭାଗର କଡାକଡି ଯାଞ୍ଚ - transport department

ସଡକ ସୁରକ୍ଷା ସପ୍ତାହ ଶେଷ ହେବା ପରେ ସୁବର୍ଣ୍ଣପୁର ଜିଲ୍ଲାରେ କଡାକଡି ହୋଇଛି ମୋଟରଗାଡି ଯାଞ୍ଚ । ଅଧିକ ପଢନ୍ତୁ...

କଡାକଡି ହୋଇଛି ମୋଟରଗାଡି ଯାଞ୍ଚ
କଡାକଡି ହୋଇଛି ମୋଟରଗାଡି ଯାଞ୍ଚ
author img

By

Published : Feb 18, 2021, 2:01 PM IST

ସୁବର୍ଣ୍ଣପୁର: ଜିଲ୍ଲା ପରିବହନ ବିଭାଗ ପକ୍ଷରୁ ଚାଲିଥିବା ସଡକ ସୁରକ୍ଷା ମାସ ଶେଷ ହୋଇଛି। ସଡକ ସୁରକ୍ଷା ସପ୍ତାହ ଶେଷ ହେବା ପରେ ଜିଲ୍ଲାରେ ମୋଟରଗାଡି ଯାଞ୍ଚକୁ କଡାକଡି କରାଯାଇଛି ।

କଡାକଡି ହୋଇଛି ମୋଟରଗାଡି ଯାଞ୍ଚ

ପୋଲିସ ସହାୟତାରେ ପ୍ରତିଟି ବ୍ଲକର ମୁଖ୍ୟ ପ୍ରବେଶ ପଥ ଗୁଡ଼ିକରେ ମୋଟର ଗାଡି ଯାଞ୍ଚ କଡାକଡି କରାଯାଇଛି । ନୂତନ ପରିବହନ ନିୟମ ଅନୁଯାୟୀ ପରିବହନ ନିୟମ ଉଲଂଘନ କରୁଥିବା ବାଇକ ଆରୋହୀ ,ଚାରି ଚକିଆ ଯାନ , ଭାରି ଯାନ ଉପରେ ଚାଲାଣ କଟାଯାଉଛି । ସଦର ମହକୁମାଠାରୁ ଦୂର ସୁବର୍ଣ୍ଣପୁର ବଲାଙ୍ଗୀର 57 ନମ୍ବର ଜାତୀୟ ରାଜପଥରେ ଆଧୁନିକ ଉପକରଣ ସାହାଯ୍ୟରେ ହାଇ ସ୍ପିଡ଼ , ସିଟ ବେଲ୍ଟ , ଓଭର ଲୋଡିଙ୍ଗ ଆଦି ଉଲଂଘନ କରୁଥିବା ଲୋକଙ୍କ ପାଖକୁ ଇ ଚାଲାଣ ପଠାଯାଉଛି।

ପରିବହନ ବିଭାଗର ଏପରି କଡାକଡି ଯାଞ୍ଚରେ ନିୟମ ଉଲଂଘନକାରୀ ଏକ ପ୍ରକାର ଫସି ଯାଇଛନ୍ତି । ସଦର ମହକୁମାରେ ଜିଲ୍ଲା ପରିବହନ ଅଧିକାରୀ ରବିନ ପଟ୍ଟନାୟକଙ୍କ ନେତୃତ୍ବରେ ଏହି ଯାଞ୍ଚ ଚାଲିଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.