ETV Bharat / state

ଶେଷ ଦିନରେ ଜମିଲା ପ୍ରଚାର, ଅଶୋକଙ୍କ ପାଇଁ ଭୋଟ ମାଗିଲେ ବସନ୍ତ

ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନୀ ପ୍ରଚାରର ଆଜି ଥିଲା ଶେଷ ଦିନ। ଏପଟେ ସୁବର୍ଣ୍ଣପୁରରେ ଧୂଆଁଧାର ପ୍ରଚାର ଶେଷ ହୋଇଛି। ସୋନପୁର ବିଧାନସଭା ଆସନର ବିଜେପି ପ୍ରାର୍ଥୀ ଅଶୋକ ପୂଜାରୀଙ୍କ ପାଇଁ ପ୍ରଚାର କରିଛନ୍ତି ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା।

author img

By

Published : Apr 16, 2019, 8:50 PM IST

ଫଟୋ ସୌଜନ୍ୟ- ପ୍ରତିନିଧି, ସୁବର୍ଣ୍ଣପୁର

ସୁବର୍ଣ୍ଣପୁର: ଆଉ ଦିନକ ପରେ ଦ୍ବିତୀୟ ପର୍ଯ୍ୟାୟ ମତଦାନ। ଏଥିଲାଗି ଆଜି ଥଲା ପ୍ରଚାରର ଶେଷ ଦିନ। ଶେଷ ଦିନରେ ଜିଲ୍ଲାରେ ଧୂଆଁଧାର ପ୍ରଚାର ହୋଇଛି । ସୋନପୁର ବିଧାନସଭା ଆସନର ବିଜେପି ପ୍ରାର୍ଥୀ ଅଶୋକ ପୂଜାରୀଙ୍କ ପାଇଁ ପ୍ରଚାର କରିଛନ୍ତି ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା।

ଭିଡିଓ ସୌଜନ୍ୟ- ପ୍ରତିନିଧି, ସୁବର୍ଣ୍ଣପୁର

ମଙ୍ଗଳବାର ସଦର ବ୍ଳକର ସାଗାରପାଲି ଗାଁରେ ଆୟୋଜିତ ନିର୍ବାଚନୀ ସଭାରେ ସାମିଲ ହୋଇଥିଲେ ବସନ୍ତ । ଭାରତୀୟ ଜନତା ପାର୍ଟିକୁ ଭୋଟ ଦେବାକୁ ଭୋଟରଙ୍କୁ ନିବେଦନ କରିଥିଲେ। କେନ୍ଦ୍ରରେ ମୋଦି ସରକାରଙ୍କ ସ୍ବଚ୍ଛ ଓ ଭ୍ରଷ୍ଟାଚାରମୁକ୍ତ ଶାସନ ତଥା ଗରିବୀ କଲ୍ୟାଣ ଯୋଜନା ସମ୍ପର୍କରେ ବସନ୍ତ ଭୋଟରଙ୍କୁ ଅବଗତ କରାଇଥିଲେ। ମୋଦିଙ୍କ ପ୍ରଂଶସା ଓ ବିଜେଡିର ଭତ୍ସନା କରି ସେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଥିଲେ। ଖଣି, ପାଣି, ଚିଟଫଣ୍ଡ ଦୁର୍ନୀତି କଥା ଉଠାଇଥିଲେ।

ଅନ୍ୟପଟେ ସ୍ଥାନୀୟ ସମସ୍ୟା ଓ ତାର ସମାଧାନ ଉପରେ ଗୁରୁତ୍ବ ଦେଇଥିଲେ ବିଜେପି ପ୍ରାର୍ଥୀ ଅଶୋକ ପୂଜାରୀ। ଗତ 10 ବର୍ଷ ଭିତରେ ବିଜେଡି ବିଧାୟକ ତଥା ମନ୍ତ୍ରୀ ନିରଞ୍ଜନ ପୂଜାରୀ କିଛି ପଦକ୍ଷେପ ନେଇନାହାଁନ୍ତି କହି ସମାଲୋଚନା କରିଥିଲେ। ଏଣୁ ରାଜ୍ୟ ଓ କେନ୍ଦ୍ରରେ ବିଜେପି ସରକାର ଗଠନ ପାଇଁ ଭୋଟ ଦେବା ପାଇଁ ଭୋଟରମାନଙ୍କୁ ଅନୁରୋଧ କରିଛନ୍ତି । ପ୍ରଚାର ଅଭିଯାନ ଶେଷ ହେବାକୁ ମାତ୍ର ଆଉ କିଛି ଘଣ୍ଟା ବାକିଥିବା ବେଳେ ଏଥର ନିର୍ବାଚନରେ ବିଜୟୀ ହେବା ପାଇଁ ଅଶୋକ ପୂଜାରୀ ବେଶ ପରିଶ୍ରମ କରୁଥିବା ଦେଖିବାକୁ ମିଳିଛି।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

Intro:Body:

gf

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.