ETV Bharat / state

ବୁଦ୍ଧ ବେଶରେ ପାତାଳୀ ଶ୍ରୀକ୍ଷେତ୍ରର କାଳିଆ ଠାକୁର

ସୁବର୍ଣ୍ଣପୁର ଶ୍ରୀଗୁଣ୍ଡିଚା ମନ୍ଦିରରେ ଜଗନ୍ନାଥ ଓ ବଳଭଦ୍ର ବୁଦ୍ଧ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ ।

ଫଟୋ ସୌଜନ୍ୟ:ପ୍ରତିନିଧି, ସୁବର୍ଣ୍ଣପୁର
author img

By

Published : Jul 10, 2019, 2:04 PM IST

ସୁବର୍ଣ୍ଣପୁର: ଆଜି ପାତାଳୀ ଶ୍ରୀକ୍ଷେତ୍ରରେ ବୁଦ୍ଧ ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ ବଡ ଠାକୁର । ସୁବର୍ଣ୍ଣପୁର ଶ୍ରୀଗୁଣ୍ଡିଚା ମନ୍ଦିରରେ ଜଗନ୍ନାଥ ଓ ବଳଭଦ୍ର ବୁଦ୍ଧ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ । ଭଗବାନଙ୍କ ଏହି ଦିବ୍ୟବେଶକୁ ଦର୍ଶନ କରିବାକୁ ଭକ୍ତଙ୍କର ପ୍ରବଳ ସମାଗମ ହେବାରେ ଲାଗିଛି ।

ଗତକାଲି ବେନିଭାଇ ଜଗନ୍ନାଥ ଓ ଶ୍ରୀ ବଳଭଦ୍ର କୃଷ୍ଣ-ବଳରାମ ବେଶ ଧାରଣ କରି ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଇଥିଲେ । ସନ୍ଧ୍ୟାରେ ଏହି ବେଶ ଦେଖିବା ପାଇଁ ଶ୍ରୀଗୁଣ୍ଡିଚା ମନ୍ଦିରରେ ଭକ୍ତଙ୍କର ଲମ୍ବାଧାଡି ଲାଗିଥିଲା । ସନ୍ଧ୍ୟା 6ଟାରୁ ପ୍ରାୟ ରାତି 11 ଟା ଯାଏଁ ଶ୍ରଦ୍ଧାଳୁମାନେ ପ୍ରଭୁଙ୍କୁ ଦର୍ଶନ କରିବାର ସୌଭାଗ୍ୟଲାଭ କରିଥିଲେ।

ଭିଡିଓ ସୌଜନ୍ୟ:ପ୍ରତିନିଧି, ସୁବର୍ଣ୍ଣପୁର

ଶାନ୍ତି ଶୃଙ୍ଖଳାର ସହିତ ଦର୍ଶନ ପାଇଁ ଜିଲ୍ଲା ପୋଲିସ ପକ୍ଷରୁ ଗୁଣ୍ଡିଚା ମନ୍ଦିର ଗର୍ଭଗୃହରେ ସୁରକ୍ଷା କର୍ମୀଙ୍କୁ ମୁତୟନ କରାଯାଇଛି । ଜଗନ୍ନାଥ ସଂସ୍କୃତିର ଅନନ୍ୟ ପୀଠରେ ଶ୍ରଦ୍ଧାଳୁଙ୍କ ହରିବୋଲ, ହୁଳହୁଳି, ଘଣ୍ଟ, ଘଣ୍ଟା, ଶଙ୍ଖର ଗର୍ଜନ ସହିତ ନାମ ସଂକୀର୍ତ୍ତନରେ ଉଛୁଳି ଉଠୁଛି ସାରା ସହର ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

Intro:ଏଙ୍କର-ପାତାଳୀ ଶ୍ରୀକ୍ଷେତ୍ର ଭାବରେ ପରିଚିତ ସୁବର୍ଣ୍ଣପୁରର ଶ୍ରୀ ବଡ ଜଗନ୍ନାଥ ଓ ଶ୍ରୀ ବଳଭଦ୍ର ବେନିଭାଇ ଆଜି (ବୁଧବାର) ବୁଦ୍ଧ ବେଶରେ ଶ୍ରଦ୍ଧାଳୁମାନଙ୍କୁ ଦର୍ଶନ ଦେବେ ।ଗତକାଲି ଶ୍ରୀ ବଡ ଜଗନ୍ନାଥ କୃଷ୍ଣ ଓ ଶ୍ରୀ ବଳଭଦ୍ର ବଳରାମ ବେଶ ଧାରଣ କରି ଶ୍ରଦ୍ଧାଳୁମାନଙ୍କୁ ଦର୍ଶନ ଦେଇଥିଲେ ।ସନ୍ଧ୍ୟାରେ ଏହି ବେଶ ଦେଖିବା ପାଇଁ ଶ୍ରୀ ଗୁଣ୍ଡିଚା ମନ୍ଦିରରେ ଭକ୍ତମାନଙ୍କର ପ୍ରବଳ ସମାଗମ ହୋଇଥିଲା । ଶ୍ରଦ୍ଧାଳୁଙ୍କ ଅଗୁର , ଚନ୍ଦନ , କର୍ପୁର , ଧୂପ , ଦୀପ , ବିଭିନ୍ନ ପ୍ରକାରର ପୁଷ୍ପ ଓ ନୈବେଦ୍ୟ ରେ ମହକି ଉଠୁଥିଲା ଶ୍ରୀ ଗୁଣ୍ଡିଚା ଗୁଡି ।ଶ୍ରୀ ନୃସିଂହ ଦେବଙ୍କ ସହିତ ବେନି ଭାଇଙ୍କ ବେଶ ଓ ଦେବୀ ଶୁଭଦ୍ରାଙ୍କୁ ଦର୍ଶନ କରିବା ସହିତ ବିଭୂକୃପା ପାଇବାକୁ ସଂଧ୍ୟାରୁ ଭକ୍ତମାନଙ୍କର ଲମ୍ବାଧାଡି ଲାଗିଥିଲା । ସନ୍ଧ୍ୟା 6 ଟାରୁ ପ୍ରାୟ 11 ଟା ରାତି ଯାଏଁ ଶ୍ରଦ୍ଧାଳୁମାନେ ବେଶ ଦର୍ଶନ କରିବାର ସୌଭାଗ୍ୟ ଲାଭ କରିଥିଲେ।ଶାନ୍ତି ଶୃଙ୍ଖଳାର ସହିତ ଦର୍ଶନ ପାଇଁ ଜିଲ୍ଲା ପୋଲିସ ପକ୍ଷରୁ ଗୁଣ୍ଡିଚା ମନ୍ଦିର ଗର୍ଭଗୃହରେ ସୁରକ୍ଷା କର୍ମୀଙ୍କୁ ମୁତୟନ କରାଯାଇଥିଲା ।Body:ଗତକାଲି ସଂଧ୍ୟା ଆରତୀ ଦର୍ଶନ କରିବା ପାଇଁ ଶ୍ରଦ୍ଧାଳୁମାନଙ୍କ ସମାଗମରେ ଲୋକାରଣ୍ୟ ହୋଇ ପଡିଥିଲା ଶ୍ରୀଗୁଣ୍ଡିଚା ଗୁଡି ପରିସର । ଦର୍ଶନାର୍ଥୀଙ୍କ ମନୋରଂଜନ ପାଇଁ ଶ୍ରୀଗୁଣ୍ଡିଚା ମନ୍ଦିର କମିଟୀ ପକ୍ଷରୁ ଭଜନ ସମାରୋହ ଓ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା ।Conclusion:ଜଗନ୍ନାଥ ସଂସ୍କୃତି ର ଅନନ୍ୟ ପୀଠ ଏହି ପାବନ ଭୂଇଁରେ ଶ୍ରଦ୍ଧାଳୁ ମାନଙ୍କ ହରିବୋଲ, ହୁଳହୁଳି , ଘଣ୍ଟ, ଘଣ୍ଟା , ଶଙ୍ଖର ଗର୍ଜନ ସହିତ ନାମ ସଂକୀର୍ତନ ରେ ଉଛୁଳି ଉଠୁଛି ସାରା ଗଡ଼ଜାତ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.