ETV Bharat / state

ସାଉଥ କୋରିଆ ଯିବେ ସୁବର୍ଣ୍ଣପୁର ଟାଇକୋଣ୍ଡ ଖେଳାଳୀ, ମିଳୁନି ସରକାରୀ ପ୍ରୋତ୍ସାହନ - ଅନ୍ତର୍ଜାତିୟ ଜି 2 ଡବ୍ଲୁଟି ରାଙ୍କିଂ ପ୍ରତିଯୋଗୀତା

ଅନ୍ତର୍ଜାତିୟ ଜି-2 ଡବ୍ଲୁଟି ରାଙ୍କିଂ ପ୍ରତିଯୋଗିତାରେ ଭାଗ ନେବେ ଓଡିଶାର ତାଇକୋଣ୍ଡ ଖେଳାଳୀ ଏହେସାସ ହୋତା । ସରକାରୀ ପ୍ରୋତ୍ସାହନ ମିଳୁନଥିବା କଲେ ଅଭିଯୋଗ । ଅଧିକ ପଢନ୍ତୁ

ସାଉଥ କୋରିଆ ଯିବେ ସୁବର୍ଣ୍ଣପୁର ତାଇକୋଣ୍ଡୋ ଖେଳାଳୀ,ମିଳୁନି ସରକାରୀ ପ୍ରୋତ୍ସାହନ

author img

By

Published : Jun 25, 2022, 3:44 PM IST

ସୁବର୍ଣ୍ଣପୁର: ଆସନ୍ତା ଜୁନ୍ ୨୮ରେ ସାଉଥ କୋରିଆରେ ଆୟୋଜିତ ହେବ ଅନ୍ତର୍ଜାତୀୟ ଜି-2 ଡବ୍ଲୁଟି ରାଙ୍କିଂ ପ୍ରତିଯୋଗୀତା । ଏଥିରେ ଭାଗ ନେବା ପାଇଁ ଓଡିଶାରୁ ଏକମାତ୍ର ତାଇକୋଣ୍ଡୋ ଖେଳାଳୀ ଭାବେ ମନୋନୀତ ହୋଇଛନ୍ତି ସୁବର୍ଣ୍ଣପୁରର ଏହେସାସ ହୋତା । ନିଜକୁ ଏଥି ପାଇଁ ପ୍ରସ୍ତୁତ କରୁଥିବା ବେଳେ ଆର୍ଥିକ ସହାୟତାର ଆବଶ୍ୟକତା ରହିଛି । କିନ୍ତୁ ସରକାରୀ ପ୍ରୋତ୍ସାହନ ମିଳୁ ନଥିବା ସେ ଅଭିଯୋଗ ହେଉଛି । ରାଜ୍ୟ କ୍ରୀଡା ଓ ଯୁବ ବ୍ୟାପାର ବିଭାଗକୁ ଏନେଇ ଅନୁରୋଧ କରାଯାଇଥିଲେ ମଧ୍ୟ କେହି ଶୁଣୁ ନଥିବା ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛନ୍ତି ଏହେସାସ ।

ସାଉଥ କୋରିଆ ଯିବେ ସୁବର୍ଣ୍ଣପୁର ତାଇକୋଣ୍ଡୋ ଖେଳାଳୀ,ମିଳୁନି ସରକାରୀ ପ୍ରୋତ୍ସାହନ

ଏହି ପ୍ରତିଯୋଗିତା ପାଇଁ 60 ଜଣ ଭାରତୀୟ ଦଳରେ ଏକମାତ୍ର ଓଡିଆ ଖେଳାଳୀ ଭାବେ ସ୍ଥାନ ପାଇଛନ୍ତି ସେ । ପ୍ରତିଯୋଗୀତାରେ ଭାଗ ନେବା ସହିତ ସାଉଥ କୋରିଆ ନାଗରାନି ବିଶ୍ବ ବିଦ୍ୟାଳୟରେ 90 ଦିନ ପାଇଁ ଆଗାମୀ ଅଲମ୍ପିକରେ ଭାଗ ନେବାକୁ ତାଲିମ ଗ୍ରହଣ କରିବାକୁ ମନୋନୀତ ହୋଇଛନ୍ତି । ଅନ୍ତର୍ଜାତୀୟ ତାଇକୋଣ୍ଡୋର ବିଭିନ୍ନ ପ୍ରତିଯୋଗୀତାରେ ଅଂଶ ଗ୍ରହଣ କରି ସେ ଆଠୋଟି ମେଡାଲ ହାସଲ କରିଥିବା ବେଳେ ଆଗାମୀ 28 ତାରିଖ ପ୍ରତିଯୋଗୀତାରେ ସେ ଭଲ ଖେଳ ପ୍ରଦର୍ଶନ କରିବେ ବୋଲି ଆଶା କରିଛନ୍ତି।

ତେବେ ରାଜ୍ୟ ସରକାର ଖେଳାଳୀ ମାନଙ୍କୁ ଆବଶ୍ୟକ ଆର୍ଥିକ ସହାୟତା ଯୋଗାଇ ଦେଉନଥିବାରୁ ଖେଳାଳୀମାନଙ୍କ ମନୋବଳ ଭାଙ୍ଗି ପଡୁଥିବା ଅଭିଯୋଗ କରିଛନ୍ତି ଏହେସାସ । ଆଗାମୀ 27 ତାରିଖ ସେ ଭାରତ ଛାଡି ସାଉଥ କୋରିଆ ଗସ୍ତ କରିବେ ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.