ETV Bharat / state

ଆରପାରିରେ ସୋନପୁର ଗଡଜାତର ପାଟ ଢୋଲିଆ

ସୋନପୁର ଗଡଜାତରେ ହେଉଥିବା ବଳୀଯାତ୍ରାର ପାଟ ଢୋଲିଆ ପୁରନ୍ଦର ବାରିକଙ୍କ 95 ବର୍ଷ ବୟସରେ ଦେହାନ୍ତ ହୋଇଯାଇଛି । ଗତ ବର୍ଷ ହୋଇଥିବା ବଳୀଯାତ୍ରାରେ ସେ ପାଟ ଢୋଲିଆ ଭାବେ ଷୋହଳ ଭର୍ଣ୍ଣୀ ବାଦ୍ୟ ବଜାଇଥିଲେ । 1934 ମସିହାରୁ ତତ୍କାଳୀନ ସୋନପୁର ଗଡଜାତର ମହାରାଜା ସୁଧାଂଶୁ ଶେଖର ସିଂହଦେଓ ତାଙ୍କ ଢୋଲବାଦ୍ୟ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

ଫଟୋ ସୌଜନ୍ୟ : ପ୍ରତିନିଧି,ସୁବର୍ଣ୍ଣପୁର
author img

By

Published : Sep 20, 2019, 9:50 AM IST

ସୁବର୍ଣ୍ଣପୁର : ସୋନପୁର ଗଡଜାତ ବଳୀଯାତ୍ରାର ପାଟ ଢୋଲିଆ ପୁରନ୍ଦର ବାରିକଙ୍କ ନିଧନ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ 95 ବର୍ଷ ବୟସ ହୋଇଥିଲା ।

1924 ମସିହାରେ ଜନ୍ମ ଗ୍ରହଣ କରିଥିଲେ ସେ । ତେବେ ତାଙ୍କୁ 10 ବର୍ଷ ହେବା ବେଳକୁ ସେ ବଳୀଯାତ୍ରାର ଢୋଲିଆ ଭାବେ କାର୍ଯ୍ୟ କରି ଆସୁଥିଲେ । ଗତ ବର୍ଷ ମଧ୍ୟ ଏହି ଯାତ୍ରାରେ ପୁରନ୍ଦର ପାଟ ଢୋଲିଆ ଭାବେ ଷୋହଳ ଭର୍ଣ୍ଣୀ ବାଦ୍ୟ ବଜାଇଥିଲେ। 1934ରେ ତତ୍କାଳୀନ ସୋନପୁର ଗଡଜାତର ମହାରାଜା ସୁଧାଂଶୁ ଶେଖର ସିଂହଦେଓ ତାଙ୍କ ଢୋଲବାଦ୍ୟ ପରିବେଷଣର କଳା ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ସେବେଠାରୁ ସୋନପୁର ଗଡଜାତରେ ପ୍ରତିବର୍ଷ ଅନୁଷ୍ଠିତ ହେଉଥିବା ଐତିହାସିକ ବଳୀଯାତ୍ରାରେ ସେ ପାଟ ଢୋଲିଆ ଭାବେ କାର୍ଯ୍ୟ କରିଥିଲେ।

ଭିଡିଓ ସୌଜନ୍ୟ : ପ୍ରତିନିଧି,ସୁବର୍ଣ୍ଣପୁର

ମହାନବମୀ ବଳୀ, ଉଆଁସ ବଳୀ ଓ ମହାସପ୍ତମୀ ପୂଜାରେ ସେ ଷୋହଳ ଭର୍ଣ୍ଣୀ ବାଦ୍ୟ ବଜାଇ ବଳୀଯାତ୍ରାରେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲେ । ପୁରନ୍ଦରଙ୍କ ଷୋହଳ ଭର୍ଣ୍ଣୀ ବାଦ୍ୟ ବାଜିଲେ ଦେଖଣାହାରୀଙ୍କ ଦେହମନ ଶହରୀ ଉଠେ । ବାର୍ଦ୍ଧକ୍ୟ ଜନିତ ଦୁର୍ବଳତା ଯୋଗୁଁ ତାଙ୍କୁ ବୁର୍ଲା ଡାକ୍ତରଖାନାକୁ ନେବା ବାଟରେ ତାଙ୍କର ମୃତ୍ୟୁ ହୋଇଛି । ଜନସାଧାରଣ ତାଙ୍କର ଶେଷ ଦର୍ଶନ କରିଛନ୍ତି।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

Intro:ସୋନପୁର ଗଡଜାତ ବଳୀଯାତ୍ରାର ପାଟ ଢୋଲିଆ ପୁରନ୍ଦର ବାରିକ ଆଜି ମୃତ୍ୟୁକୁ ସ୍ବାଗତ କରିଛନ୍ତି ।95 ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି ।ପୁରନ୍ଦର 1924 ମସିହାରେ ଜନ୍ମ ଗ୍ରହଣ କରିଥିଲେ ।ତାଙ୍କୁ 10 ବର୍ଷ ବୟସ ହେବା ବେଳକୁ ସେ ବଳୀଯାତ୍ରାର ଢୋଲିଆ ଭାବେ କାର୍ଯ୍ୟ କରି ଆସୁଥିଲେ ।ଗତ ବର୍ଷ ବି ଐତିହାସୀକ ବଳୀଯାତ୍ରାରେ ସେ ପାଟ ଢୋଲିଆ ଭାବେ ଷୋହଳ ଭର୍ଣ୍ଣୀ ବାଦ୍ୟ ବଜାଇଥିଲେ ।1934 ମସିହାରୁ ତତ୍କାଳୀନ ସୋନପୁର ଗଜଜାତର ମହାରାଜା ସୁଧାଂଶୁ ଶେଖର ସିଂହଦେଓ ତାଙ୍କ ଢୋଲବାଦ୍ୟ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।ସେ ଦିନଠାରୁ ଐତିହାସୀକ ବଳୀଯାତ୍ରାରେ ସେ ପାଟ ଢୋଲିଆ ଭାବେ କାର୍ଯ୍ୟ କରି ଆସୁଥିଲେ ।ବିଶେଷକରି ପ୍ରତିବର୍ଷ ମହାନବମୀ ବଳୀ ,ଉଆଁସ ବଳୀ ଓ ମହାସପ୍ତମୀ ପୂଜାରେ ସେ ଷୋହଳ ଭର୍ଣ୍ଣୀ ବାଦ୍ୟ ବଜାଇ ବଳୀଯାତ୍ରାରେ ଆକର୍ଷଣରୁ କେନ୍ଦ୍ର ବିନ୍ଦୁ ପାଲଟିଥିଲେ ।ପୁରନ୍ଦରଙ୍କ ଷୋହଳ ଭର୍ଣ୍ଣୀ ବାଦ୍ୟ ବାଜିଲେ ପ୍ରକୃତରେ ଦେଖଣାହାରୀଙ୍କ ଦେହ ମନ ବି ଶହରୀ ଉଠେ ।ଆଜି ବାର୍ଦ୍ଧକ୍ୟ ଜନିତ ଦୁର୍ବଳତା ଯୋଗୁଁ ତାଙ୍କୁ ବୁର୍ଲା ଡାକ୍ତରଖାନାକୁ ନେବା ବାଟରେ ତାଙ୍କର ମୃତ୍ୟୁ ହୋଇଛି ।ସହରର ଜନସାଧାରଣ ତାଙ୍କୁ ଆଜି ଶେଷ ଦର୍ଶନ କରିଛନ୍ତି ।Body:ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା , ଇ ଟିଭି ଭାରତ ।Conclusion:ବିଦ୍ର-ଗତବର୍ଷ ବଳୀଯାତ୍ରା ସମୟର ଫାଇଲ ଭିଜୁଆଲ ଯାଇଛି ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.