ETV Bharat / state

ପ୍ରକଳ୍ପ କାର୍ଯ୍ୟ ସାରିବାକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ

ଉନ୍ନୟନ ସମୀକ୍ଷା ବୈଠକରେ ସୁବର୍ଣ୍ଣପୁର ଜିଲ୍ଲାପାଳ ଉନ୍ନୟନ ପ୍ରକଳ୍ପ ଗୁଡିକର ସମୀକ୍ଷା କରିଛନ୍ତି । ବ୍ଲକ ଅଧୀନରେ ଚାଲିଥିବା ପ୍ରକଳ୍ପ ସବୁ ତୁରନ୍ତ ସମ୍ପୂର୍ଣ୍ଣ କରିବାକୁ ଜିଲ୍ଲାପଳ ନିର୍ଦେଶ ଦେଇଛନ୍ତି ।

author img

By

Published : Jun 25, 2019, 1:11 PM IST

ଫଟୋ ସୌଜନ୍ୟ: ପ୍ରତିନିଧି, ସୁବର୍ଣ୍ଣପୁର

ସୁବର୍ଣ୍ଣପୁର: ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲା ଉନ୍ନୟନ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି । ଜିଲ୍ଲାପାଳ ମଧୁସୂଦନ ମିଶ୍ର ଏହି ବୈଠକରେ ଯୋଗ ଦେଇ ଉନ୍ନୟନ ପ୍ରକଳ୍ପ ଗୁଡିକର ସମୀକ୍ଷା କରିଛନ୍ତି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ସୁବର୍ଣ୍ଣପୁର

ବୈଠକରେ ଲୋକସଭା ନିର୍ବାଚନ ଆଚରଣ ବିଧି ପାଇଁ ଅଟକି ରହିଥିବା ପ୍ରକଳ୍ପ ସବୁର ସମୀକ୍ଷା କରାଯାଇଛି । ଯେଉଁ ପ୍ରକଳ୍ପର ସନ୍ତୋଷଜନକ ଅଗ୍ରଗତି ହୋଇନାହିଁ ସେହି ପ୍ରକଳ୍ପ ଦାୟିତ୍ଵରେ ଥିବା ଅଧିକାରୀଙ୍କୁ ଜିଲ୍ଲାପାଳ ତାଗିଦ କରିଥିଲେ । ବିଶେଷକରି ବିଭିନ୍ନ ବ୍ଲକ ଅଧୀନରେ ଚାଲିଥିବା ପ୍ରକଳ୍ପ ସବୁ ତୁରନ୍ତ ସମ୍ପୂର୍ଣ୍ଣ କରିବାକୁ ଜିଲ୍ଲାପଳ ନିର୍ଦେଶ ଦେଇଛନ୍ତି ।

ନିର୍ଦ୍ଧାରିତ ସମୟ ଭିତରେ କାର୍ଯ୍ୟ ସମ୍ପାଦନ ନକଲେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲ୍ଲାପାଳ କହିଛନ୍ତି । ଜିଲ୍ଲାରୁ ଦୁଇଦୁଇ ଜଣ ବିଧାୟକ କ୍ୟାବିନେଟ ମନ୍ତ୍ରୀ ହେବା ପରେ ଜିଲ୍ଲାର ବିକାଶ ଦିଗରେ ଜିଲ୍ଲା ପ୍ରଶାସନ ତତ୍ପର ହୋଇଥିବା ଜିଲ୍ଲାପାଳଙ୍କ ସମୀକ୍ଷାରୁ ଜଣାପଡିଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

Intro:ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ ସମ୍ବଳନୀ କକ୍ଷରେ ଜିଲ୍ଲା ଉନ୍ନୟନ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି।ଜିଲ୍ଲାପାଳ ମଧୁସୂଦନ ମିଶ୍ର ଏହି ବୈଠକରେ ଯୋଗ ଦେଇ ଉନ୍ନୟନ ପ୍ରକଳ୍ପ ଗୁଡିକର ସମୀକ୍ଷା କରିଛନ୍ତି।ଲୋକସଭା ନିର୍ବାଚନ ଆଚରଣ ବିଧି ପାଇଁ ଅଟକି ରହିଥିବା ପ୍ରକଳ୍ପ ସବୁର ସମୀକ୍ଷା କରିଥିଲେ।ଯେଉଁ ପ୍ରକଳ୍ପର ସନ୍ତୋଷ ଜନକ ଅଗ୍ରଗତି ହୋଇନାହିଁ ସେହି ପ୍ରକଳ୍ପ ଦାଇତ୍ଵ ରେ ଥିବା ଅଧିକାରୀ ମାନଙ୍କୁ ତାଗିତ କରିଥିଲେ।ବିଶେଷକରି ବିଭିନ୍ନ ବ୍ଲକ ଅଧୀନରେ ଚାଲିଥିବା ପ୍ରକଳ୍ପ ସବୁ ତୁରନ୍ତ ସମ୍ପୂର୍ଣ୍ଣ କରିବାକୁ ନିର୍ଦେଶ ଦେଇଥିଲେ।ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ଜଳସେଚନ, ଗ୍ରାମ୍ୟ ଜଳଯୋଗାଣ, କୃଷି ଆଦିର ସମୀକ୍ଷା କରିଥିଲେ।

Body:ଅନେକ ଅଧିକାରୀ ଜିଲ୍ଲାପାଳ ଙ୍କୁ ସନ୍ତୋଷ ଜନକ ଉତ୍ତର ଦେଇ ପାରିନଥିଲେ।ଜିଲ୍ଲାରେ ଚାଲିଥିବା ସମସ୍ତ ମାଟି କାର୍ଯ୍ୟ ଗୁଡିକର ରିପୋର୍ଟ ତୁରନ୍ତ ପ୍ରଦାନ କରିବାକୁ ନିର୍ଦେଶ ଦେଇଥିଲେ।

Conclusion:ନିର୍ଧାରିତ ସମୟ ଭିତରେ କାର୍ଯ୍ୟ ସମ୍ପାଦନ ନ କଲେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଥିଲେ। ଜିଲ୍ଲାରୁ ଦୁଇ ଦୁଇ ଜଣ ବିଧାୟକ କେବିନେଟ ମନ୍ତ୍ରୀ ହେବା ପରେ ଜିଲ୍ଲାର ବିକାଶ ଦିଗରେ ଜିଲ୍ଲା ପ୍ରଶାସନ ତତ୍ପର ହୋଇଥିବା ଜିଲ୍ଲାପାଳଙ୍କ ସମୀକ୍ଷାରୁ ଜଣା ପଡ଼ୁଥିଲା।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.