ETV Bharat / state

ଧାନ ସଂଗ୍ରହ ବ୍ୟବସ୍ଥାରେ ସ୍ୱଚ୍ଛତା ଆଣିବାକୁ ଦାବି

author img

By

Published : Jun 18, 2022, 4:34 PM IST

ମଣ୍ଡିରେ ଧାନବିକ୍ରି ସମସ୍ୟା ନେଇ ଚିନ୍ତାରେ ସୁବର୍ଣ୍ଣପୁର ଚାଷୀ । ଟୋକନ ପାଇ ମଣ୍ଡିରେ ଧାନ ପଡି ରହିଥିବାରୁ ଅଭିଯୋଗ କରିଛନ୍ତି ଚାଷୀ । ଅଧିକ ପଢ଼ନ୍ତୁ

ଧାନ ସଂଗ୍ରହ ବ୍ୟବସ୍ଥାରେ ସ୍ୱଚ୍ଛତା ଆଣିବାକୁ ଦାବି
ଧାନ ସଂଗ୍ରହ ବ୍ୟବସ୍ଥାରେ ସ୍ୱଚ୍ଛତା ଆଣିବାକୁ ଦାବି

ସୁବର୍ଣ୍ଣପୁର: ଜିଲ୍ଲାରେ ରବି ଋତୁ ଧାନ ସଂଗ୍ରହରେ ଅନିୟମିତତା ହେଉଥିବା ଜିଲ୍ଲା ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ଅଧିକାରୀଙ୍କ ପାଖରେ ଅଭିଯୋଗ ହୋଇଛି । ଚଳିତ ରବି ଋତୁରେ ଏଯାଏଁ ସାଢେ 21 ଲକ୍ଷରୁ ଅଧିକ କୁଇଣ୍ଟାଲ ଧାନ ସଂଗ୍ରହ ହୋଇଛି । ଗତ ବର୍ଷ ତୁଳନାରେ ଦୁଇ ଲକ୍ଷ କୁଇଣ୍ଟାଲ ଧାନ ସଂଗ୍ରହ କମ ହୋଇଛି । ତେବେ ମଣ୍ଡି ଗୁଡିକରେ ଏବେ ବି 41 ହଜାର କୁଇଣ୍ଟାଲରୁ ଅଧିକ ଧାନ ମଣ୍ଡିରେ ପଡି ରହିଛି ।

ପ୍ରାୟ ଲକ୍ଷେ ପ୍ୟାକେଟ ଧାନ ଜିଲ୍ଲା ସାରା ପଡି ରହିଥିବା ବେଳେ ତାହା ପର୍ଯ୍ୟାୟ କ୍ରମେ ଧାନ ମିଲ ଗୁଡିକୁ ଯାଉଛି । ତେବେ ମୌସୁମୀ ବିଳମ୍ବ ହେତୁ ମଣ୍ଡି ଗୁଡିକରେ ଧାନ ସୁରକ୍ଷିତ ଥିବା ବେଳେ ହଠାତ ବର୍ଷା ହେଲେ ଧାନ ବ୍ୟାପକ ପରିମାଣରେ ନଷ୍ଟ ହେବାର ଆଶଙ୍କା କରାଯାଉଛି । ସେପଟେ ମଣ୍ଡି ଗୁଡିକରୁ ଧାନ ଉଠୁନଥିବାରୁ ଟୋକନ ପାଇଥିବା ଚାଷୀମାନେ ନିଜ ଧାନ ବିକ୍ରି କରିପାରୁନାହାନ୍ତି । ତେଣୁ ତୁରନ୍ତ ଏହାର ସମାଧାନ ପାଇଁ ଆଜି ଚାଷୀମାନେ ଜିଲ୍ଲା ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ।

ଚାଷୀ ନେତା ବଳଦେବ ବେଦବାଗଙ୍କ ନେତୃତ୍ବରେ ଧାନ ସଂଗ୍ରହ ନୀତିରେ ସ୍ବଚ୍ଛତା ଆଣିବା ସହିତ ଚାଷୀଙ୍କୁ ଆବଶ୍ୟକ ସହଯୋଗ କରିବା ପାଇଁ ଦାବି ହୋଇଛି ।ଅପରପକ୍ଷରେ ଆରଏମସି ପକ୍ଷରୁ ମଣ୍ଡି ଗୁଡିକରେ ଆବଶ୍ୟକ ଭିତ୍ତିଭୂମି ଥିବା ବେଳେ ପର୍ଯ୍ୟାୟ କ୍ରମେ ମଣ୍ଡି ଗୁଡିକରୁ ଧାନ ମିଲ ଗୁଡିକୁ ଯାଉଥିବା ଜିଲ୍ଲା ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ଅଧିକାରୀ କହିଛନ୍ତି ।

ଇଟିଭି ଭାରତ, ସୁବର୍ଣ୍ଣପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.