ETV Bharat / state

ବିଦେଶାଗତ ପକ୍ଷୀଙ୍କ ସମାଗମ, ପକ୍ଷୀ ଚିହ୍ନୁଛନ୍ତି ଛାତ୍ରଛାତ୍ରୀ

ବିଦେଶାଗତ ପକ୍ଷୀଙ୍କୁ ନେଇ ସୋନପୁର ମହାବିଦ୍ୟାଳୟର ପ୍ରାଣୀ ବିଜ୍ଞାନ ବିଭାଗ ପକ୍ଷରୁ ନୂଆ ପ୍ରୟାସ ଆରମ୍ଭ କରାଯାଇଛି । ପରିବେଶର ସୁରକ୍ଷା ଓ ଅଧ୍ୟୟନ ଉପରେ ଗୁରୁତ୍ବ ଦିଆଯିବା ସହ ପକ୍ଷୀ ଚିହ୍ନୁଛନ୍ତି ଛାତ୍ରଛାତ୍ରୀ । ଅଧିକ ପଢନ୍ତୁ

author img

By

Published : Feb 27, 2023, 12:50 PM IST

ଜଙ୍ଗଲରେ ବିଦେଶାଗତ ପକ୍ଷୀଙ୍କ ସମାଗମ
ଜଙ୍ଗଲରେ ବିଦେଶାଗତ ପକ୍ଷୀଙ୍କ ସମାଗମ
ଜଙ୍ଗଲରେ ବିଦେଶାଗତ ପକ୍ଷୀଙ୍କ ସମାଗମ

ସୁବର୍ଣ୍ଣପୁର: ବିଦେଶାଗତ ପକ୍ଷୀଙ୍କ କଳରବରେ ମୁଖରିତ ହେଉଛି ସହରର ପରିବେଶ । ନିକଟସ୍ଥ ଅର୍ଜୁନପୁର ଘଞ୍ଚ ଜଙ୍ଗଲ ଓ ସହର ପାର୍ଶ୍ବରେ ପ୍ରବାହିତ ଚିରତ୍ସୋତା ମହାନଦୀ ବକ୍ଷ ବିଦେଶାଗତ ପକ୍ଷୀଙ୍କ ଚାରଣ କ୍ଷେତ୍ର ଭାବେ ପରିଣତ ହୋଇଛି । ଏହି ବେଳାରେ ଆମ ପରିବେଶର ସୁରକ୍ଷା ଓ ଅଧ୍ୟୟନ ଉପରେ ଗୁରୁତ୍ବ ଦେଇଛି ସୋନପୁର ମହାବିଦ୍ୟାଳୟର ପ୍ରାଣୀ ବିଜ୍ଞାନ ବିଭାଗ । ବିଦେଶାଗତ ପକ୍ଷୀଙ୍କ ଉପରେ ଏକ ସ୍ବତନ୍ତ୍ର ବିଷୟ ଅଧ୍ୟୟନ ଆରମ୍ଭ କରାଯାଇଛି। ତେବେ ଛାତ୍ରଛାତ୍ରୀମାନେ ବିଦେଶାଗତ ପକ୍ଷୀଙ୍କୁ ଚିହ୍ନଟ କରିବା ସହିତ ପରିବେଶର ସୁରକ୍ଷା ଉପରେ ବେଶ ଧ୍ୟାନ ଦେଇ ପାଠ୍ୟକ୍ରମ ଓ ବର୍ହିଃ ପାଠ୍ୟକ୍ରମ ବିଷୟ ଉପରେ ବେଶ ମନୋନିବେଶ କରିଛନ୍ତି । ଏବେ ମହାନଦୀ ବକ୍ଷର ନୀଳ ଜଳରାଶିରେ ନଭେମ୍ବର ମଧ୍ୟରୁ ମାର୍ଚ୍ଚ ମାସ ଅଧେ ପର୍ଯ୍ୟନ୍ତ ଜାତି ଜାତିକା ପକ୍ଷୀଙ୍କ କଲରବରେ ମହାନଦୀ ଗର୍ଭ ମୁଖରିତ ହେଉଥିବା ବେଳେ ବୁଲିବୁଲି ପକ୍ଷୀ ଦେଖୁଛନ୍ତି ଛାତ୍ରଛାତ୍ରୀ ।

ଭଳିକି ଭଳି ବିଦେଶୀ ପକ୍ଷୀ ଦଳ ଦଳ ହୋଇ ବିଚରଣ କରୁଥିବା ବେଳେ ଏମାନଙ୍କ ସୁରକ୍ଷା ପାଇଁ ବେଶ ସଚେତନ ହୋଇଛନ୍ତି ଏଠିକାର ଜନସାଧାରଣ । ଏଠିକାର ଖାଦ୍ୟ, ପ୍ରାକୃତିକ ପରିବେଶ ଓ ଜଳବାୟୁରେ ଆକର୍ଷିତ ହୋଇ ରାଜ୍ୟ ତଥା ଦେଶ ବାହାରୁ ଜିଲ୍ଲାକୁ ଆସୁଛନ୍ତି ବିରଳ ପକ୍ଷୀ । କମନ ମାର୍ଗନ୍ସର, ରୁଡି ଶେଲଡକ, ରେଡ କ୍ରେଷ୍ଟେଡ ପୋଚାର୍ଡ,ବ୍ଲକା ବେଲିଡ ଟର୍ନ, ରୋଜି ଷ୍ଟର୍ଲିଙ୍ଗ,ପଲାସ ଗଲ,ବ୍ଲକ ହେଡେନ ଗଲ ଆଉ ରିଭର ଲାପବି ଆଦି ବିଭିନ୍ନ ପ୍ରକାରର ପକ୍ଷୀଙ୍କ ସମାଗମ ହୋଇଛି । ପକ୍ଷୀମାନଙ୍କ ମଧ୍ୟରେ ନର୍ଥ ଆମେରିକାର କମନ ମାର୍ଗନ୍ସର ଭଳି ପକ୍ଷୀ ରହିଥିବା ମଧ୍ୟ ଛାତ୍ରଛାତ୍ରୀମାନେ ଠାବ କରିଛନ୍ତି । ସେହିଭଳି ୟୁରୋପ ଏବଂ ସାଇବେରିଆ ଅଂଚଳରୁ ମଧ୍ୟ ପକ୍ଷୀ ଏଠାକୁ ଆସିଥିବା ଜଣାପଡିଛି । ଜିଲ୍ଲାର ଅନୁକୂଳ ପାଣିପାଗ ଏହି ବିଦେଶାଗତ ପକ୍ଷୀଙ୍କୁ ସୁହାଉଥିବାରୁ ଧିରେ ଧିରେ ପକ୍ଷୀ ପ୍ରଜାତିର ସଂଖ୍ୟା ବଢି ବଢି ଯାଉଛି। ମହାନଦୀ ଓ ତେଲନଦୀର ସଙ୍ଗମସ୍ଥଳ ଓ ନିକଟସ୍ଥ ଅର୍ଜୁନପୁର ଜଙ୍ଗଲ ବିଦେଶାଗତ ପକ୍ଷୀଙ୍କ ଚାରଣ କ୍ଷେତ୍ରରେ ପରିଣତ ହୋଇଛି ।

ବର୍ତ୍ତମାନ ଜିଲ୍ଲାରେ ପାଖାପାଖି 91 ପ୍ରଜାତିର ଏହିଭଳି ବିରଳ ପକ୍ଷୀ ଦେଖିବାକୁ ମିଳୁଥିବା ମହାବିଦ୍ୟାଳୟର ପ୍ରାଣୀ ବିଭାଗ ପକ୍ଷରୁ ହୋଇଥିବା ଅଧ୍ୟୟନରୁ ଜଣାପଡିଛି । ହଜ଼ାର ହଜ଼ାର ବିରଳ ପକ୍ଷୀଙ୍କ କକାଳୀରେ ସୁମଧୁର କୋଳାହଳର ସ୍ୱର ମହାନଦୀର ଗର୍ଭ ଓ ଅର୍ଜୁନପୁର ଜଙ୍ଗଲରେ ଶୁଣିବାକୁ ମିଳୁଛି। ଏ ଅତିଥି ପକ୍ଷୀମାନଙ୍କୁ ଆତିଥେୟତା ଦେବା ସହ ଆବଶ୍ୟକ ଖାଦ୍ୟ ଓ ବାସ ଯୋଗାଇ ଦେଇ ନିଜର ପରିବେଶକୁ ସରସ ସୁନ୍ଦର କରିବା ପାଇଁ ସଭିଏଁ ସଚେତନ ହେବା ଜରୁରୀ ହୋଇ ପଡିଛି ।

ଇଟିଭି ଭାରତ, ସୁବର୍ଣ୍ଣପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.