ETV Bharat / state

ସମ୍ଵଲପୁର ଶୀତଳଷଷ୍ଠୀ: ଜାଣନ୍ତୁ କେବେ ଓ କିଏ ଆରମ୍ଭ କରିଥିଲେ ଏହି ଉତ୍ସବ... - history

ସମ୍ବଲପୁରରେ ଜ୍ୟୈଷ୍ଠ ଶୁକ୍ଳ ପଞ୍ଚମୀ ତିଥିରେ ମା' ପାର୍ବତୀ ଓ ଶିବ ଶଙ୍କରଙ୍କର ବିବାହ ଉତ୍ସବ ଏବଂ ତା’ପରଦିନ ଶୀତଳଷଷ୍ଠୀ ଯାତ୍ରା ପାଳନ କରାଯାଏ । ଜନଶ୍ରୁତି ଅନୁସାରେ ଛତ୍ରପତି ରାଜା ବୀର ବଳିୟାର ସିଂଙ୍କ ରାଜତ୍ବ କାଳରେ ସମ୍ଭବତଃ ଏହି ଯାତ୍ରା ଆରମ୍ଭ ହୋଇଥିଲା ।

ଫଟୋ ସୌଜନ୍ୟ: ସମ୍ବାଦଦାତ, ସମ୍ବଲପୁର
author img

By

Published : Jun 2, 2019, 1:44 PM IST

Updated : Jun 2, 2019, 2:16 PM IST

ସମ୍ବଲପୁର: ଆଉ ମାତ୍ର କେଇଦିନ ପରେ ଆରମ୍ଭ ହୋଇଯିବ ସମ୍ବଲପୁରର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା । ସମ୍ବଲପୁରରେ ଜ୍ୟୈଷ୍ଠ ଶୁକ୍ଳ ପଞ୍ଚମୀ ତିଥିରେ ମା' ପାର୍ବତୀ ଓ ଶିବ ଶଙ୍କରଙ୍କର ବିବାହ ଉତ୍ସବ ଏବଂ ତା’ପରଦିନ ଶୀତଳଷଷ୍ଠୀ ଯାତ୍ରା ପାଳନ କରାଯାଏ I ଏହି ବିବାହ ଉତ୍ସବରେ କିଛି ଭକ୍ତ ମା’ ପାର୍ବତୀ ଓ ପ୍ରଭୁ ମହାଦେବଙ୍କର ପିତାମାତା ହୋଇ ହିନ୍ଦୁ ରୀତିନୀତି ଅନୁସାରେ ବିବାହ କାର୍ଯ୍ୟ ସମାପନ କରନ୍ତି । ଆସନ୍ତୁ ଜାଣିବା ଏନେଇ ଐତିହାସିକ କଣ କହୁଛନ୍ତି ।

ଭିିଡିଓ ସୌଜନ୍ୟ: ସମ୍ବାଦଦାତ, ସମ୍ବଲପୁର

ସମ୍ବଲପୁରର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା କେବେ ଆରମ୍ଭ ହେଲା, କିଏ ଆରମ୍ଭ କଲା ଓ କାହିଁକି ଆରମ୍ଭ କଲା ସେ ସଂପର୍କରେ ସଠିକ୍ ତଥ୍ୟ ନାହିଁ । ମାତ୍ର ଜନଶ୍ରୁତି ଅନୁସାରେ ଛତ୍ରପତି ରାଜା ବୀର ବଳିୟାର ସିଂଙ୍କ ରାଜତ୍ବ କାଳରେ ସମ୍ଭବତଃ ଏହି ଯାତ୍ରା ଆରମ୍ଭ ହୋଇଥିଲା । 1668 ମସିହାରେ ସମ୍ବଲପୁର ରାଜା ବୀର ବଳିୟାର ସିଂ ଜଗନ୍ନାଥ ଦର୍ଶନ ପାଇଁ ପୁରୀ ଯାଇଥିଲେ ସେଠାରେ ସେ ଗଜପତିଙ୍କୁ ଭେଟିଥିଲେ । ଫେରିବା ସମୟରେ ସେ ନିଜ ରାଜକାର୍ଯ୍ୟ ପରିଚାଳନା ପାଇଁ ବୀର ରାମଚନ୍ଦ୍ରପୁର ଶାସନରୁ କିଛି ଉତ୍କଳୀୟ ବ୍ରାହ୍ମଣ ପରିବାରଙ୍କୁ ସମ୍ଵଲପୁର ଆଣିଥିଲେ । ପରେ ସେହି ଉତ୍କଳୀୟ ବ୍ରାହ୍ମଣ ମାନଙ୍କ ସହ ଏଠାକୁ ଉତ୍କଳୀୟ ପରମ୍ପରା, ସଂସ୍କୃତି ,ଚଳଣି ଆସିଥିଲା । ଆଉ ଏହା ସହ ଆସିଥିଲା ଶୀତଳଷଷ୍ଠୀର ପରମ୍ପରା ।

ଉତ୍କଳୀୟ ବ୍ରାହ୍ମଣ ସମୁଦାୟ ଶୈବପୂଜକ ହୋଇ ଥିବାରୁ ଏଠାରେ ପ୍ରଥମେ ବାଲିବନ୍ଧାର ସାମିଆଁ ବା ସୋମନାଥ ବାବା ମନ୍ଦିରରେ ଆରମ୍ଭ କରିଥିଲେ ଶୀତଳଷଷ୍ଠୀ ଯାତ୍ରା । ଏହା ପରେ ଏହି ଶୀତଳଷଷ୍ଠୀ ଯାତ୍ରା ଉତ୍କଳୀୟ ବ୍ରାହ୍ମଣ ମାନେ ରହୁଥିବା ନନ୍ଦପଡାର ବରାଡ଼ ବାଲୁଙ୍କେଶ୍ବର ବାବା ମନ୍ଦିରରେ ଆରମ୍ଭ ହୋଇଥିଲା । ଏହାକୁ ଦେଖି ଝାଡୁଆପଡାରେ ରହୁଥିବା ଅରଣ୍ୟକ ବ୍ରାହ୍ମଣ ମାନେ ମଧ୍ୟ ଶୀତଳଷଷ୍ଠୀ ଯାତ୍ରା ଆରମ୍ଭ କରିଥିଲେ । ଏହାପରେ ଶୀତଳଷଷ୍ଠୀକୁ ନେଇ ପ୍ରତିସ୍ପର୍ଦ୍ଧା ବଢିଥିଲା । ଆଉ ସହର ସାରା ସବୁ ଶିବାଳୟରେ ଶୀତଳଷଷ୍ଠୀ ଆରମ୍ଭ ହୋଇଥିଲା । ଧୀରେ ଧୀରେ ଏହା ରାଜ୍ୟର ଏକ ସ୍ବତନ୍ତ୍ର ସ୍ଥାନ ନେଇଥିଲା ।

ନୀତିନିୟମ ଅନୁସାରେ ଅକ୍ଷୟ ତୃତୀୟା ତିଥିରେ ଥାଳ ଉଠା ପରମ୍ପରାରୁ ଏହି ପର୍ବ ଆରମ୍ଭ ହୋଇଥାଏ । ଏହି ଦିନ ମାତା ପାର୍ବତୀଙ୍କ ଚଳିତବର୍ଷର ମାତା ପିତା କେଉଁ ଦମ୍ପତି ହେବେ ତାହା ପ୍ରତ୍ୟେକ ଯାତ୍ରା କମିଟି ଚୟନ କରିଥାନ୍ତି । ଆଉ ଏହି ତିଥିରେ ସେହି ଦମ୍ପତି ଶିବାଳୟର ପୂଜାର୍ଚ୍ଚନା କରିବା ପରେ ଏକ ଥାଳ ଉଠାନ୍ତି ଓ ବିବାହ ପାଇଁ ପାଣ୍ଠି ସଂଗ୍ରହ ଆରମ୍ଭ କରନ୍ତି । ଏହାକୁ ହିଁ ଥାଳ ଉଠା କୁହାଯାଏ ।

ଏହା ପରେ ପତର ପେଣ୍ଡି,ଗୁଆଗୁଣ୍ଡା, ବରଯାତ୍ରୀ ଶୋଭାଯାତ୍ର, ଦେବଦମ୍ପତିଙ୍କ ବିବାହ ଓ ଯୁଗଳ ଦର୍ଶନ ଶୋଭାଯାତ୍ର, ମନ୍ଦିର ପ୍ରବେଶ ଆଦି ହୋଇଥାଏ । ଆଉ ଏହି ଦେବଦମ୍ପତିଙ୍କ ମାନବୀୟ ବିବାହ ପରମ୍ପରାର ପ୍ରକ୍ରିୟାକୁ ହିଁ ଶୀତଲଷଷ୍ଠୀ କୁହାଯାଏ ।

ଏହି ପର୍ବରେ ଆଧୁନିକ ତଥା ଲୋକନୃତ୍ୟର ସମାବେଶ ହୋଇଥାଏ । ଏହାସହ ସହ ସ୍ଥାନୀୟ ଏବଂ ବାହାର ପ୍ରଦେଶରୁ ଅନେକ ନୃତ୍ୟଶିଳ୍ପୀ ଏହି ପର୍ବରେ ନୃତ୍ୟ ପରିବେଷଣ କରି ସମସ୍ତଙ୍କ ଚିତ୍ତବିନୋଦନ କରନ୍ତି । ରାଜ୍ୟ ସାରା ଏହି ଦେବଦମ୍ପତିଙ୍କ ମାନବୀୟ ବିବାହ ପରମ୍ପରା ବଡ଼ ଧୂମ୍​ଧାମ୍​ରେ ପାଳିତ ହୁଏ ।

ସମ୍ବଲପୁରରୁ ବାଦଶାହ ଜୁଷ୍ମନ ରାଣା, ଇଟିଭି ଭାରତ

Last Updated : Jun 2, 2019, 2:16 PM IST

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.