ETV Bharat / state

କୋଭିଡ ନିୟମ ଉଲ୍ଲଙ୍ଘନ ପାଇଁ ଶୈବପୀଠ ସିଲ - subarnapur temple sealed

ସୁବର୍ଣ୍ଣପୁରର ପ୍ରସିଦ୍ଧ ଶୈବ ପୀଠ ରାମେଶ୍ବର ମନ୍ଦିର ପରିସରକୁ ସିଲ କଲା ଜିଲ୍ଲା ପ୍ରଶାସନ । ଅଧିକ ପଢନ୍ତୁ...

କୋଭିଡ ନିୟମ ଉଲ୍ଲଙ୍ଘନ ପାଇଁ ସିଲ ହେଲା ଶୈବ ପୀଠ

author img

By

Published : Mar 6, 2021, 7:58 PM IST

ସୁବର୍ଣ୍ଣପୁର: ସହରର ପ୍ରସିଦ୍ଧ ଶୈବ ପୀଠ ରାମେଶ୍ୱର ମନ୍ଦିର ପରିସରକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସିଲ କରି ଦିଆଯାଇଛି । କୋଭିଡ କଟକଣା ନିୟମ ଉଲ୍ଲଙ୍ଘନ ଯୋଗୁଁ ଉପଜିଲ୍ଲାପାଳ ତଥା ଦେବୋତ୍ତର ଅଧିକାରୀଙ୍କ ନିର୍ଦ୍ଦେଶରେ ଶୈବ ପୀଠର ପରିସରରେ ଥିବା ମୁଖ୍ୟ ଫାଟକରେ ତାଲା ପକେଇ ଦିଆଯିବା ସହିତ ସିଲ କରାଯାଇଛି ।

କୋଭିଡ ନିୟମ ଉଲ୍ଲଙ୍ଘନ ପାଇଁ ସିଲ ହେଲା ଶୈବ ପୀଠ

ଏହି ମନ୍ଦିର ପରିସରରେ ଅନେକ ବିବାହ ବ୍ରତ ଆଦି ସାମାଜିକ କାର୍ଯ୍ୟ ପାଳନ କରାଯାଉଥିବାବେଳେ ଏହି କାର୍ଯ୍ୟ ପାଇଁ ପ୍ରବଳ ଜନ ସମାଗମ ହେଉଥିଲା । ତେବେ କୋଭିଡ ନିୟମ ଉଲ୍ଲଙ୍ଘନ ହେଉଥିବା ଦେବୋତ୍ତର ବିଭାଗ ପାଖରେ ଅଭିଯୋଗ ହୋଇଥିଲା । ମହାମାରୀ ସଂକ୍ରମଣକୁ ଆଖି ଆଗରେ ରଖି ପ୍ରଶାସନ ମନ୍ଦିର ପରିସରକୁ ସିଲ କରିଦେବା ସହିତ ଜନସାଧାରଣଙ୍କ ପାଇଁ ଆବଶ୍ୟକ ସୂଚନା ଦେଇଛି । ତେବେ ମନ୍ଦିରର ନୀତିକାନ୍ତି ପାଇଁ ସେବାୟତମାନଙ୍କୁ ବାରଣ କରାଯାଇ ନ ଥିବାବେଳେ କେବଳ ଭକ୍ତ ସମାଗମକୁ ବାରଣ କରାଯାଇଛି।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.