ETV Bharat / state

ଗଛରେ ପିଟିହେଲା ବରଯାତ୍ରୀ ବୋଲୋରୋ, ୨ ମୃତ ୧୩ ଗୁରୁତର

author img

By

Published : Mar 7, 2022, 9:59 AM IST

Updated : Mar 7, 2022, 10:20 AM IST

ସୁବର୍ଣ୍ଣପୁର ଜିଲ୍ଲା ରାମପୁର ଥାନା ବଡ଼କର୍ଲେ ଛକ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଘଟଣାସ୍ଥଳରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୩ ଜଣ ଆହତ ହୋଇଛନ୍ତି। ଅଧିକ ପଢନ୍ତୁ

ବରଯାତ୍ରୀ ଗାଡ଼ି ଦୁର୍ଘଟଣାଗ୍ରସ୍ତ, ୨ଜଣ ମୃତ
ବରଯାତ୍ରୀ ଗାଡ଼ି ଦୁର୍ଘଟଣାଗ୍ରସ୍ତ, ୨ଜଣ ମୃତ

ସୁବର୍ଣ୍ଣପୁର: ରାମପୁର ଥାନା ବଡ଼କର୍ଲେ ଛକ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ରାସ୍ତା କଡ଼ରେ ଥିବା ଗଛକୁ ପିଟିଲା ବରଯାତ୍ରୀ ବୋଲେରୋ । ଘଟଣାସ୍ଥଳରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୩ ଜଣ ଆହତ ହୋଇଛନ୍ତି।

ଗଛରେ ପିଟିହେଲା ବରଯାତ୍ରୀ ବୋଲୋରୋ, ୨ ମୃତ ୧୩ ଗୁରୁତର

ସୂଚନାଅନୁସାରେ, ବରଯାତ୍ରୀ ଦଳ ଏକ କ୍ରୁଇଜର ଗାଡି (OD15-q - 5366)ରେ ଖଲିଆପାଲିରୁ ବାହାଘର ସାରି ବରଗଡ଼ ଜିଲ୍ଲା ଗଣ୍ଠିଆପାଲିକୁ ଫେରୁଥିବା ବେଳେ ବିଳମ୍ବିତ ରାତିରେ ବଡକର୍ଲେ ଠାରେ ଗଛକୁ ପିଟି ଦୁର୍ଘଟଣା ଗ୍ରସ୍ତ ହୋଇଥିବା ସୂଚନା ମିଳିଛି। ତେବେ ଘଟଣାସ୍ଥଳରେ ବରଗଡ ମାଲିପାଲିର ବିରଞ୍ଚି ମଲ୍ଲିକ(୬୦) ଓ ବରପାଲି ବ୍ଲକ ଗିନ୍ଦିଲ୍ଲା ଗ୍ରାମର ଜିତେନ୍ଦ୍ର ବାଗ(୨୫)ଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ଗାଡ଼ିରେ ଥିବା ଅନ୍ୟମାନଙ୍କ ମଧ୍ୟରୁ ୧୩ ଜଣ ଗୁରୁତର ଆହତ ହୋଇଛନ୍ତି ।

ତେବେ ଘଟଣାସ୍ଥଳରୁ ଗୁରୁତରଙ୍କୁ ଉଦ୍ଧାର କରି ନିକଟସ୍ଥ ଡୁଙ୍ଗୁରିପାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଖବର ପାଇ ରାମପୁର ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

Last Updated : Mar 7, 2022, 10:20 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.