ETV Bharat / state

ପାତାଳୀ ଶ୍ରୀକ୍ଷେତ୍ରରେ ବିଭୁ ଦର୍ଶନ ନେଇ ବରିଷ୍ଠ ନାଗରିକଙ୍କ ଦାବି

author img

By

Published : Jul 28, 2021, 8:38 PM IST

ଜଗନ୍ନାଥଙ୍କ ଦର୍ଶନରୁ ବଞ୍ଚିତ ହେଉଛନ୍ତି ଶ୍ରଦ୍ଧାଳୁ । ଦୀର୍ଘ ୩ ବର୍ଷ ଧରି ରୋପ ୱେ ନିର୍ମାଣକୁ ନେଇ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲେ ସୁଦ୍ଧା ନିର୍ମାଣ ହୋଇ ପାରି ନଥିବାରୁ ଦର୍ଶନରୁ ବଞ୍ଚିତ ହେଉଛନ୍ତି ବରିଷ୍ଠ ନାଗରିକ । ଅଧିକ ପଢନ୍ତୁ...

ପାତାଳୀ ଶ୍ରୀକ୍ଷେତ୍ରରେ ବିଭୁ ଦର୍ଶନ ନେଇ ବରିଷ୍ଠ ନାଗରିକଙ୍କ ଦାବି
ପାତାଳୀ ଶ୍ରୀକ୍ଷେତ୍ରରେ ବିଭୁ ଦର୍ଶନ ନେଇ ବରିଷ୍ଠ ନାଗରିକଙ୍କ ଦାବି

ସୁବର୍ଣ୍ଣପୁର: ରାଜ୍ୟ ପର୍ଯ୍ୟଟନ ସ୍ଥଳୀ ଗୁଡିକର ବିକାଶ ପାଇଁ ବେଶ୍ ଧ୍ୟାନ ଦେଉଛନ୍ତି ସରକାର । ହେଲେ ଶ୍ରୀ ଜଗନ୍ନାଥ ସଂସ୍କୃତିର ଅନନ୍ୟ ପର୍ଯ୍ୟଟନ ପୀଠ ସୁବର୍ଣ୍ଣପୁରର ପାତାଳୀ ଶ୍ରୀକ୍ଷେତ୍ରରେ ଆଖି ଦୃଶିଆ ବିକାଶ ହୋଇ ପାରୁ ନ ଥିବା ନେଇ ଅଭିଯୋଗ ହୋଇଛି । କୋରୋନା ମହାମାରୀ ସମୟରେ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର ଏହି ପାବନ ପୀଠକୁ ହଜାର ହଜାର ଶ୍ରଦ୍ଧାଳୁ ଓ ପର୍ଯ୍ୟଟକ ଏଠାକୁ ଆସୁଥିଲେ ସୁଦ୍ଧା ଏବେ ପର୍ଯ୍ୟଟକ ଶୂନ୍ୟ ହୋଇଛି ଏହି ଅଞ୍ଚଳ ।

ଛଳିଆ ପାହାଡ ତଳୁ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ ଓ ସ୍ମରଣ କରି ପ୍ରାକୃତିକ ଶୋଭାରାଜି ଭିତରେ କିଛି ସମୟ ଅତିବାହିତ କରିଥାନ୍ତି ଶ୍ରଦ୍ଧାଳୁ । ହେଲେ ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କ ପାଇଁ ଆବଶ୍ୟକ ସୁବିଧା ସୁଯୋଗ ସୃଷ୍ଟି କରିବାରେ ପ୍ରଶାସନ ଅଣଦେଖା କରୁଥିବା ନେଇ ଅଭିଯୋଗ ହୋଇଛି । ପ୍ରାୟ 200 ଫୁଟ ଉଚ୍ଚରେ ଛଳିଆ ପାହାଡ ଶିଖରରେ ଶ୍ରୀ ଜଗନ୍ନାଥ ବଡଭାଇ ଶ୍ରୀ ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ସହିତ ଶ୍ରୀମନ୍ଦିରରେ ଅବସ୍ଥାନ କରିଛନ୍ତି । ହେଲେ ମନ୍ଦିର ନିକଟକୁ ଶତାଧିକ ପାହାଚ ଚଢି ପୁଣି ପାହାଡ ଉପରେ ଚାଲି ଚାଲି ଯିବାକୁ ହେଉଛି ।

ବିଶେଷ କରି ବରିଷ୍ଠ ନାଗରିକମାନେ ଏହି ପାହାଡ ଚଢିବାରେ ଅସମର୍ଥ ହୋଇ ଛଳିଆ ପାହାଡର ପାଦ ଦେଶରୁ ଶ୍ରୀ ଜଗନ୍ନାଥଙ୍କୁ ସ୍ମରଣ କରି ନିରାଶ ହୋଇ ଘରକୁ ଫେରୁଛନ୍ତି । ତେବେ ଏଥିପାଇଁ ଦୁଇଟି ପାହାଡକୁ ସଂଯୋଗ କରି ରୋପ ୱେ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ ହୋଇ ପ୍ରାୟ 10 କୋଟି ଟଙ୍କା ମଞ୍ଜୁର ହୋଇଛି । ହେଲେ କାର୍ଯ୍ୟ ଆରମ୍ଭ ହୋଇ ପାରୁ ନ ଥିବାରୁ ଜନସାଧାରଣଙ୍କ ଭିତରେ ଅସନ୍ତୋଷ ଦେଖାଦେଇଛି ।

2019 ମସିହାରୁ ରୋପ ୱେ ନିର୍ମାଣ ପାଇଁ ତତ୍କାଳୀନ ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ କିଶୋର ମହାନ୍ତି ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ପ୍ରାୟ ଚାରି ମାସରୁ ଅଧିକ ସମୟ ହେଲା ଅର୍ଥ ମଞ୍ଜୁର ହୋଇଛି । ହେଲେ ରୋପ ୱେ କାର୍ଯ୍ୟ ପାଇଁ ଆଗ୍ରହ ପ୍ରକାଶ କରିଥିବା ଭୂବନେଶ୍ବରର ଏକ କମ୍ପାନୀ କାର୍ଯ୍ୟ ଆରମ୍ଭ କରୁ ନ ଥିବାରୁ ଜନ ଅସନ୍ତୋଷ ବଢିବାରେ ଲାଗିଛି ।

ସେପଟେ ରୋପ ୱେ ନିର୍ମାଣ ହେଲେ ବୟସ୍କ ଶ୍ରଦ୍ଧାଳୁମାନେ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ କରି ବିଭୁକୃପା ପାଇ ପାରିବେ ବେଲି ଆଶାବ୍ୟକ୍ତ କରିଛନ୍ତି । ତେବେ ଏହି ଅନନ୍ୟ ପର୍ଯ୍ୟଟନ ସ୍ଥଳୀ ଓ ଆଧ୍ୟାତ୍ମିକ ପୀଠର ବିକାଶ ଉପରେ ଜିଲ୍ଲା ପ୍ରଶାସନ ଯତ୍ନବାନ ହେବାକୁ ଦାବି ହେଉଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.