ETV Bharat / state

ସୁବର୍ଣ୍ଣପୁରରେ କଟକଣା, କଣ୍ଟେନମେଣ୍ଟ ଜୋନରେ ସୁରକ୍ଷାକର୍ମୀ ମୁତୟନ

author img

By

Published : Jul 22, 2020, 10:31 PM IST

ସୁବର୍ଣ୍ଣପୁର ସହରର 10 ନମ୍ବର ୱାର୍ଡ ମାଣିକେଶ୍ୱରୀ ମନ୍ଦିର ଅଞ୍ଚଳରେ ପୋଲିସ ଦେଉଛି ପହରା । ଏହି ଅଞ୍ଚଳକୁ ଜିଲ୍ଲା ପ୍ରଶାସନ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରିବା ପରେ ଏହି ଅଞ୍ଚଳର ସବୁ ପ୍ରବେଶ ପଥଗୁଡିକୁ ସିଲ କରି ଦିଆଯାଇଛି। ପ୍ରବେଶ ପଥଗୁଡ଼ିକରେ କଣ୍ଟେନମେଣ୍ଟ ପୋଷ୍ଟର ଲଗାଇବା ସହିତ ସୁରକ୍ଷା କର୍ମୀଙ୍କୁ ମୁତୟନ କରାଯାଇଛି।

କଣ୍ଟେନମେଣ୍ଟ ଜୋନରେ ସୁରକ୍ଷା କର୍ମୀ ମୁତୟନ
କଣ୍ଟେନମେଣ୍ଟ ଜୋନରେ ସୁରକ୍ଷା କର୍ମୀ ମୁତୟନ

ସୁବର୍ଣ୍ଣପୁର: ଜିଲ୍ଲାରେ ବଢି ଚାଲିଛି କୋରୋନା ସଂକ୍ରମଣ । ସହରରେ କଡାକଡି କଟକଣା । ସୁବର୍ଣ୍ଣପୁର ସହରର 10 ନମ୍ବର ୱାର୍ଡ ମାଣିକେଶ୍ୱରୀ ମନ୍ଦିର ଅଞ୍ଚଳରେ ପୋଲିସ ଦେଉଛି ପହରା । ଏହି ଅଞ୍ଚଳକୁ ଜିଲ୍ଲା ପ୍ରଶାସନ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରିବା ପରେ ଏହି ଅଞ୍ଚଳର ସବୁ ପ୍ରବେଶ ପଥଗୁଡିକୁ ସିଲ କରି ଦିଆଯାଇଛି। ପ୍ରବେଶ ପଥଗୁଡ଼ିକରେ କଣ୍ଟେନମେଣ୍ଟ ପୋଷ୍ଟର ଲଗାଇବା ସହିତ ସୁରକ୍ଷା କର୍ମୀଙ୍କୁ ମୁତୟନ କରାଯାଇଛି।

କଣ୍ଟେନମେଣ୍ଟ ଜୋନରେ ସୁରକ୍ଷା କର୍ମୀ ମୁତୟନ

ଏହି ଅଞ୍ଚଳର ଜନସାଧାରଣଙ୍କ ଯିବା ଆସିବା ବନ୍ଦ ରହିଥିବା ବେଳେ ଦୋକାନ ବଜାର ଓ ଗାଡି ମୋଟର ଚଳାଚଳକୁ ବନ୍ଦ କରି ଦିଆଯାଇଛି। ତେବେ ମାଣିକେଶ୍ୱରୀ ଅଞ୍ଚଳରେ ଜଣେ କୋରୋନା ସଂକ୍ରମିତ ବ୍ୟକ୍ତି ଚିହ୍ନଟ ହେବା ପରେ ଆଗାମୀ 31ତାରିଖ ସନ୍ଧ୍ୟା ପର୍ଯ୍ୟନ୍ତ ଏହି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଛି।

କୋରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ପୋଲିସ ପକ୍ଷରୁ କଡାକଡି ଭାବେ କର୍ଫ୍ୟୁ ପାଳନ କରାଯାଉଛି। ଏପରିକି ମାସ୍କ ବ୍ୟବହାର କରିବା ,ବାରମ୍ବାର ହାତ ଧୋଇବା ତଥା ସାମାଜିକ ଦୂରତ୍ୱ ରକ୍ଷା କରିବା ପାଇଁ ଜନସାଧାରଣଙ୍କ ଭିତରେ ସଚେତନତା ସୃଷ୍ଟି କରାଯାଉଛି। ବାହାର ଜିଲ୍ଲାରୁ ଆସୁଥିବା ଲୋକଙ୍କ ଉପରେ ପୋଲିସ ତୀକ୍ଷ୍ଣ ନଜର ରଖିଛି।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.